Advertisment

ସହିଦ ବାପାଙ୍କୁ ମୁଖାଗ୍ନି ଦେଲା ୫ ବର୍ଷର ଝିଅ, ଆଉ ପଚାରିଲା.....

ନୂଆଦିଲ୍ଲୀ: କଶ୍ମୀରରେ ଆତଙ୍କବାଦୀ  ଆକ୍ରମଣରେ ସହିଦ ହୋଇଥିଲେ ବିହାରର ସଆର୍‌ପିଏଫ୍‌ ଅଫିସର୍‌ ପିଣ୍ଟୁ କୁମାର ସିଂ । ସହିଦଙ୍କ ମରଶରୀର ଘରେ ପହଞ୍ଚିବା ପରେ ଖେଳି ଯାଇଥିଲା ଶୋକର ଲହରୀ। ଲୋକଙ୍କ ନାରା ‘ବୀର ସହିଦ ପିଣ୍ଟୁ କୁମାର ଅମର ରହେ..’ ନାରା ସାଙ୍ଗକୁ ପତ୍ନୀଙ୍କ କାନ୍ଦ ପରିବେଶକୁ ଶୋକାକୁଳ କରି ଦେଇଥିଲା। ତା ସାଙ୍ଗକୁ ୫ ବର୍ଷର ଝିଅ ପିହୁର ନିରୀହ ପ୍ରଶ୍ନ ପରିବେଶକୁ କରିଦେଇଥିଲା ଅଧିକ କରୁଣ । ରବିବାର ପିଣ୍ଟୁ କୁମାର ସିଂଙ୍କ […]

ଅଦ୍ୟତନ ହୋଇଛି
ସହିଦ ବାପାଙ୍କୁ ମୁଖାଗ୍ନି ଦେଲା ୫ ବର୍ଷର ଝିଅ, ଆଉ ପଚାରିଲା.....

111

Advertisment

ନୂଆଦିଲ୍ଲୀ: କଶ୍ମୀରରେ ଆତଙ୍କବାଦୀ  ଆକ୍ରମଣରେ ସହିଦ ହୋଇଥିଲେ ବିହାରର ସଆର୍‌ପିଏଫ୍‌ ଅଫିସର୍‌ ପିଣ୍ଟୁ କୁମାର ସିଂ । ସହିଦଙ୍କ ମରଶରୀର ଘରେ ପହଞ୍ଚିବା ପରେ ଖେଳି ଯାଇଥିଲା ଶୋକର ଲହରୀ। ଲୋକଙ୍କ ନାରା ‘ବୀର ସହିଦ ପିଣ୍ଟୁ କୁମାର ଅମର ରହେ..’ ନାରା ସାଙ୍ଗକୁ ପତ୍ନୀଙ୍କ କାନ୍ଦ ପରିବେଶକୁ ଶୋକାକୁଳ କରି ଦେଇଥିଲା। ତା ସାଙ୍ଗକୁ ୫ ବର୍ଷର ଝିଅ ପିହୁର ନିରୀହ ପ୍ରଶ୍ନ ପରିବେଶକୁ କରିଦେଇଥିଲା ଅଧିକ କରୁଣ ।

Advertisment

ରବିବାର ପିଣ୍ଟୁ କୁମାର ସିଂଙ୍କ ଅନ୍ତିମ ସଂସ୍କାର କାର୍ଯ୍ୟ ସମ୍ପନ୍ନ ହୋଇଥିଲା। ପିତାଙ୍କୁ ମୁଖାଗ୍ନି ଦେଇଥିଲେ ୫ ବର୍ଷର ଝିଅ ପିହୁ । ଲୋକଭିଡ଼ ଏବଂ ବାପାଙ୍କୁ ଏପରି ଅବସ୍ଥାରେ ଦେଖି କୁନି ଝିଅଟି କିଛି ବୁଝି ପାରୁ ନ ଥିଲା  କେବଳ  ନିରୀହ ଆଖିରେ ମା’ଙ୍କୁ ପ୍ରଶ୍ନ କରୁଥିଲା  ‘ଏହି ଲୋକମାନେ ବାପାଙ୍କୁ କେଉଁଆଡ଼େ ନେଇ ଯାଉଛନ୍ତି’। ଆଉ ଉତ୍ତରରେ ମା’ଙ୍କ ଆଖିରୁ କେବଳ ବହି ଚାଲିଥିଲା ଅବିରତ ଅଶ୍ରୁ।

ଜମ୍ମୁ କଶ୍ମୀରର କୁପୱାଡା ଜିଲ୍ଲାର ହାଣ୍ଡୱାରା ନାମକ ଏକ ସ୍ଥାନରେ ଆତଙ୍କବାଦୀଙ୍କୁ ଏନ୍‌କାଉଣ୍ଟର କଲାବେଳେ ସଆର୍‌ପିଏଫ୍‌ ଅଫିସର୍‌ ପିଣ୍ଟୁ ଏକ ଘର ଭିତରକୁ ଚାଲି ଯାଇଥିଲେ। ସେତେବେଳେ ଆତଙ୍କବାଦୀମାନେ ସେହି ଘର ଉପରେ ଆକ୍ରମଣ କରିବା ଫଳରେ ତାଙ୍କର ମୃତ୍ୟୁ ହୋଇଥିଲା।

Advertisment

publive-image

ସହିଦ ପିଣ୍ଟୁ କୁମାର ସିଂଙ୍କ ଶେଷ ଯାତ୍ରାରେ ସାଧାରଣ ଲୋକଙ୍କ  ଭିଡ଼ ଦେଖିବାକୁ ମିଳିଥିଲା। ତାଙ୍କ ପତ୍ନୀଙ୍କୁ କାନ୍ଦୁଥିବାର ଦେଖିବାକୁ ମିଳିଥିଲା। ତଥାପି ସେ ତାଙ୍କ ସ୍ୱାମୀଙ୍କ ମୃତ୍ୟୁରେ ଭାଙ୍ଗି ନ ପଡ଼ି ଝିଅ ପିହୁକୁ କହିଥିଲେ ଯେ, ଝିଅ ବାପାଙ୍କୁ ‘ଜୟ ହିନ୍ଦ’ କହିବୁ।

publive-image

ସହିଦ ପିଣ୍ଟୁଙ୍କ ଶେଷ ଯାତ୍ରାରେ ‘ବୀର ପୁରୁଷ ସହିଦ ପିଣ୍ଟୁ ଅମର ରହେ’ ବୋଲି ସାଧାରଣ ଲୋକେ ସ୍ଲୋଗାନ୍‌ ଦେଉଥିଲେ। ବାୟୁ ସେନାର ହେଲିକପ୍ଟରରେ ସହିଦ ପୁଲିସ୍‌ ଅଫିସର୍‌ଙ୍କ ପାର୍ଥିବ ଶରୀରକୁ ସିଆର୍‌ପିଏଫ୍‌ ଯବାନଙ୍କ ସହାୟତାରେ ନିଆଯାଇଥିଲା।

publive-image

ସହିଦ ପିଣ୍ଟୁ କେବଳ ବୀର ନ ଥିଲେ, ଥିଲେ ଅତ୍ୟନ୍ତ ନମ୍ର  ସ୍ୱଭାବର। କଠିନ ପରିସ୍ଥିତିରେ ମଧ୍ୟ ସେ ଲୋକଙ୍କ ସହ ଅତି ସହଜରେ ମିଶି କାମ କରି ପାରୁଥିଲେ। ସ୍ଥାନୀୟ ଅଞ୍ଚଳରେ ମଧ୍ୟ ସେ ବହୁତ ଲୋକପ୍ରିୟ ଥିଲେ।

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe