/odisha-reporter/media/post_attachments/uploads/2020/09/DGP-Gupteshwar-Pandey-1.jpg)
DGP-Gupteshwar-Pandey
ପାଟନା: ବିହାର ଡିଜିପି ଆଇପିଏସ ଗୁପ୍ତେଶ୍ୱର ପାଣ୍ଡେଙ୍କୁ ଭିଆରଏସ୍ ମିଳିଛି। ରାଜ୍ୟପାଳ ଗୁପ୍ତେଶ୍ୱରଙ୍କ ଭିଆରଏସ ଆବେଦନକୁ ଅନୁମତି ଦେଇଛନ୍ତି। ଏବେ ଗୁପ୍ତେଶ୍ୱରଙ୍କ ସ୍ଥାନରେ ଏସ.କେ ସିଙ୍ଗଲ ହୋଇଛନ୍ତି ବିହାରର ନୂଆ ଡିଜିପି।
ଆଗକୁ ବିହାରରେ ବିଧାନସଭା ନିର୍ବାଚନ ରହିଛି। ନିର୍ବାଚନରେ ପ୍ରାର୍ଥୀ ହେବେ ବୋଲି ଗୁପ୍ତେଶ୍ୱର ଚାକିରିରୁ ଭିଆରଏସ ନେଇଛନ୍ତି ବୋଲି ଆକଳନ କରାଯାଉଛି। ଗତ ବିହାର ବିଧାନସଭା ନିର୍ବାଚନ ବେଳେ ମଧ୍ୟ ଗୁପ୍ତେଶ୍ୱର ଭିଆରଏସ ନେଇଥିଲେ। ସେ ବକ୍ସର ଜିଲ୍ଲାରୁ ବିଜେପି ଆସନରେ ନିର୍ବାଚନ ଲଢ଼ିବେ ବୋଲି ଆକଳନ କରାଯାଉଥିଲା। ହେଲେ ଟିକେଟ୍ ମିଳି ନଥିଲା। ପରେ ସେ ପୁଣି ଥରେ ଚାକିରିରେ ଯୋଗ ଦେଇଥିଲେ।
ଆଗକୁ ବିହାରରେ ବିଧାନସଭା ନିର୍ବାଚନ ରହିଛି। ବକ୍ସର ଜିଲ୍ଲାରେ ଗୁପ୍ତେଶ୍ୱର ବିଧାୟକ ଆସନରେ ନିର୍ବାଚନ ଲଢ଼ିବା ପାଇଁ ଆଶା ରଖିଛନ୍ତି। ତେବେ ସେ ବିଜେପି କି ଜେଡିୟୁ ଆସନରୁ ନିର୍ବାଚନ ଲଢ଼ିବେ ତାହା ଜଣାପଡ଼ିନି।
ସୋମବାର ଗୁପ୍ତେଶ୍ୱର ପାଣ୍ଡେଙ୍କୁ ଭିଆରଏସ ମିଳିଥିଲା। ଏହାପରେ ସେ ରାଜନୀତିରେ ସାମିଲ୍ ହେବେ କି ବୋଲି ଗଣମାଧ୍ୟମ ପ୍ରତିନିଧି ପଚାରିଥିଲେ ହେଲେ ସେ କହିଥିଲେ ଅବସର ପରେ ରାଜନୀତିକୁ ଯିବା ପାପ କି? ତେଣୁ ଗୁପ୍ତେଶ୍ୱର ରାଜନୀତିରେ ସାମିଲ୍ ହେବା ଏକ ପ୍ରକାର ଥୟ।
ସୂଚନାଯୋଗ୍ୟ, ବଲିଉଡର ଦିବଂଗତ ଅଭିନେତା ସୁଶାନ୍ତ ସିଂ ରାଜପୁତ ମୃତ୍ୟୁ ମାମଲାରେ ନ୍ୟାୟ ପ୍ରଦାନ ଦାବି କରି ଚର୍ଚ୍ଚାକୁ ଆସିଥିଲେ ଆଇପିଏସ ଗୁପ୍ତେଶ୍ୱର ପାଣ୍ଡେ।
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
