nitish
ପାଟନା: ବିହାର ନିର୍ବାଚନକୁ ଦୃଷ୍ଟିରେ ରଖି ମୁଖ୍ୟମନ୍ତ୍ରୀ ନୀତିଶ କୁମାର ଗୁରୁବାର ‘ହର ଘର୍ ଦସ୍ତକ୍’ କାର୍ଯ୍ୟକ୍ରମ ଆରମ୍ଭ କରିଛନ୍ତି । ଏହି କାର୍ଯ୍ୟକ୍ରମ ଜରିଆରେ ମୁଖ୍ୟମନ୍ତ୍ରୀଙ୍କ ସମେତ ଜେଡିୟୁ ନେତା ସିଧାସଳଖ ୧୦ ହଜାର ମତଦାତାଙ୍କ ସମ୍ପର୍କରେ ଆସି ପାରିବେ। ଦଳର ପ୍ରଦେଶ ଅଧ୍ୟକ୍ଷ ନାରାୟଣ ସିଂ ପାଟନାର ଜେଡିୟୁ କାର୍ଯ୍ୟାଳୟରେ ଶୁଭାରମ୍ଭ କରିଥିଲେ । ପରେ ଶ୍ରୀ ସିଂ ଏବଂ ରାଜ୍ୟସଭା ସାଂସଦ ପବନ କୁମାର ବର୍ମା ରାଜପୁର ଅଞ୍ଚଳର ୧୦ଟି ଘରକୁ ଯାଇ ତାଙ୍କ ସରକାରଙ୍କୁ ଭୋଟ ଦେବା ପାଇଁ ନିବେଦନ କରିବେ। ଜେଡିୟୁ ନେତାମାନେ ଏକ ଟିମ୍ ଗଠନ କରି ନୀତିଶ କୁମାରଙ୍କ ସୁଶାସନ ସମ୍ପର୍କରେ ପ୍ରତି ଘରକୁ ଯାଇ ଲୋକଙ୍କୁ ବୁଝାଇବା ସହ ଭୋଟ୍ ଦେବା ପାଇଁ ଅନୁରୋଧ କରିବେ। ନିକଟରେ ଦଳ ନିର୍ବାଚନୀ ଗୀତର ଶୁଭାରମ୍ଭ ହୋଇଛି। ଏହି ନିର୍ବାଚନୀ ଗୀତ ଦଳର ମୋବାଇଲ୍ ରିଙ୍ଗଟୋନରେ ମାଧ୍ୟମରେ ପ୍ରଚାର କରିବେ। ଦୁଇଟି ପର୍ଯ୍ୟାୟ ୨ ଜୁଲାଇରୁ ୧୧ ଜୁଲାଇ ପର୍ଯ୍ୟନ୍ତ ପ୍ରଥମ ଓ ଜୁଲାଇ ୨୧ରୁ ଜୁଲାଇ ୩୦ ପର୍ଯ୍ୟନ୍ତ ଦ୍ୱିତୀୟ ପର୍ଯ୍ୟାୟ ଏହି ଅଭିଯାନ ଚାଲିବ ।
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
Follow Us/odisha-reporter/media/post_attachments/uploads/2015/07/nitish.jpg)