ajay
ପାଟନା: ବିହାରର ନାଳନ୍ଦା ଜିଲ୍ଲାର ବିହାର ଶରିଫରେ ଆଜି ବଲିଉଡ୍ ଷ୍ଟାର ଅଜୟ ଦେବଗନଙ୍କ ନିର୍ବାଚନୀ ରାଲିରେ ହିଂସାକାଣ୍ଡ ଘଟିଛି। ଅଜୟ ଦେବଗନ ବିଳମ୍ବରେ ପହଞ୍ଚିବାକୁ ନେଇ ଉପସ୍ଥିତ ଲୋକେ ପଥରମାଡ଼ କରିଥିଲେ। ଲୋକଙ୍କୁ ଘଉଡ଼ାଇବାକୁ ଯାଇ ପୋଲିସ୍ ଲାଠିଚାର୍ଜ କରିଥିଲା। ଏହି ଘଟଣାରେ କିଛି ପୋଲିସ୍ କର୍ମଚାରୀଙ୍କ ସହିତ ପ୍ରାୟ ୧୨ ଜଣ ଆହତ ହୋଇଛନ୍ତି।
ନାଳନ୍ଦା ଏସପି ବିବେକାନନ୍ଦ କୁମାର କହିଛନ୍ତି, ନିର୍ବାଚନୀ ସଭା ପାଇଁ ବହୁ ଲୋକଙ୍କ ଗହଳି ହୋଇଥଲା। ଅଜୟ ଦେବଗନ ସାଢ଼େ ୧୦ଟାରେ ଆସିବାର କାର୍ଯ୍ୟକ୍ରମ ଥିଲା। କିନ୍ତୁ ସେ ଆସି ପହଞ୍ଚିଲେ ଦିନ ପ୍ରାୟ ଗୋଟାଏ ବେଳେ। ସେତେବେଳକୁ ଲୋକେ ଅସ୍ତବ୍ୟସ୍ତ ହୋଗଲେଣି। ତେଣୁ ସେମାନା ଉତକ୍ଷିପ୍ତ ହୋଇ ଟେକା ମାଡ଼ କରିଥିଲେ। ଚେୟାର ବି ଫୋପାଡ଼ି ଥିଲେ। ଗହଳି ବହୁତ ଥିବାରୁ ପରିଚାଳନା କରିବା କଷ୍ଟ ହୋଇଯାଇଥିଲା। ଲୋକେ ପୋଲିସ୍ କର୍ମଚାରୀଙ୍କ ଉପରେ ବି ପଥରମାଡ଼ କରିଥିଲେ। ତା’ପରେ ସ୍ଥିତିକୁ ନିୟନ୍ତ୍ରଣକୁ ଆଣିବାକୁ ପୋଲିସ୍ ଲାଠିଚାର୍ଜ କରିଥିଲା।
ବିଜେପିର ବିଧାୟକ ପ୍ରାର୍ଥୀ ସୁନୀଲ କୁମାରଙ୍କ ପାଇଁ ପ୍ରଚାର କରିବାକୁ ଆସିଥିଲେ ଅଜୟ ଦେବଗନ। ତେବେ ସେ ହେଲିକପ୍ଟରରୁ ଓହ୍ଲାଇ ପାରି ନଥିଲେ। ଲୋକ ପଥର ମାଡ଼ ସହିତ ଚେୟାର ଫିଙ୍ଗାଫିଙ୍ଗି କରିବାରୁ ସେ ହେଲିକପ୍ଟର ମଧ୍ୟରୁ ହାତ ହଲାଇ ଚାଲି ଯାଇଥିଲେ।
ପୂର୍ବରୁ ମଧ୍ୟ ଲାଖିସାରାଇ ଓ ଖାଗାରିଆରେ ଅଜୟ ଦେବଗନଙ୍କ ନିର୍ବାଚନୀ ପ୍ରଚାର ବେଳେ ହିଂସାକାଣ୍ଡ ଦେଖିବାକୁ ମିଳିଥିଲା।
ସୂଚନାଯୋଗ୍ୟ, ବିହାର ଶରିଫ ହେଉଛି ବିହାର ମୁଖ୍ୟମନ୍ତ୍ରୀ ନୀତୀଶ କୁମାରଙ୍କ ଜନ୍ମମାଟି। ଏଠାରୁ ବିଜେପି ପ୍ରାର୍ଥୀ ହୋଇଥିବା ସୁନୀଲ କୁମାର ପୂର୍ବରୁ ଜେଡିୟୁରେ ଥିଲେ। ଜେଡିୟୁ ଛାଡ଼ି ସେ ବିଜେପିରେ ମିଶିଛନ୍ତି।
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
Follow Us/odisha-reporter/media/post_attachments/uploads/2015/10/ajay.jpg)