ନୂଆଦିଲ୍ଲୀ: ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡନାବିସଙ୍କ ପାଇଁ ଏୟାର ଇଣ୍ଡିଆ ବିମାନ ଉଡାଣରେ ବିଳମ୍ୱ ହୋଇଥିବା ଖବର ପୁଣିଥରେ ଚର୍ଚ୍ଚା ପରିସରକୁ ଆସିଛି। ଆମେରିକା ଗସ୍ତରେ ଥିବା ଫଡ୍ ନାବିସ ଟୁଇଟ୍ କରି ଲେଖିଛନ୍ତି, ମୋ ପାଇଁ ବିମାନ ବିଳମ୍ୱରେ ଉଡାଣ କରି ନାହିଁ। ବିମାନରେ ବସିବା ପରେ ମୁଁ ପ୍ରତିନିଧିଦଳଙ୍କ ବିନା ଯାତ୍ରା କରିବି ନାହିଁ ବୋଲି କହିନାହିଁ। ଫଡନାବିସ୍ ଦାବି କରିଛନ୍ତି, ତାଙ୍କ ନିକଟରେ ବସିଥିବା ଲୋକେ କହି ପରିବେ ମୁଁ ନିଜ ସିଟରେ ଚୁପ୍ ଚାପ୍ ହୋଇ ବସି ବିମାନ ଉଡାଣକୁ ଅପେକ୍ଷା କରିଥିଲି।
ଭାରତ ଫେରିବା ପରେ ଏୟାର ଇଣ୍ଡିଆ ବିରୋଧରେ ମାନହାନି ମାମଲା ଦାୟର କରିବି ବୋଲି ଫଡ୍ ନାବିସ୍ କହିଛନ୍ତି ।
ଫଡନାବିସଙ୍କ ପ୍ରମୁଖ ସଚିବ ପ୍ରବୀଣ ପରିଦେଶୀଙ୍କ ଭିସାରେ କିଛି ତ୍ରୁଟି ଥିଲା। ଏନେଇ ମୁଖ୍ୟମନ୍ତ୍ରୀଙ୍କୁ ଜଣାଯିବାରୁ ସେ ତାଙ୍କ ପ୍ରତିନିଧିମଣ୍ଡଳୀର ଜଣେ ବରିଷ୍ଠ ସଦସ୍ୟଙ୍କୁ ଛାଡି ବିମାନ ଯାତ୍ରା କରିବେ ନାହିଁ ବୋଲି କହିଥିଲେ। ଫଳରେ ନ୍ୟୁୟର୍କ ଯିବାକୁ ଥିବା ବିମାନ ୫୭ ମିନିଟ୍ ବିଳମ୍ୱରେ ଉଡାଣ କରିଥିଲା ବୋଲି ଜଣାପଡିଛି।
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।
Related Stories
Crime
କୋଟାରେ ପୁଣି ଜୀବନ ହାରିଲେ ଛାତ୍ର; ଏ ବର୍ଷ ଗଲାଣି ୧୭ ଜୀବନ
ହଷ୍ଟେଲରୁ ଝୁଲନ୍ତା ଅବସ୍ଥାରେ ନାବାଳକ ଛାତ୍ରଙ୍କ ମୃତଦେହ ଉଦ୍ଧାର। ୧୬ ବର୍ଷୀୟ ଛାତ୍ର ଆଇଆଇଟି-ଜେଇଇ ପାଇଁ କରୁଥିଲେ ପ୍ରସ୍ତୁତି।
National
ଚଳନ୍ତା ଟ୍ରେନରେ ଚଢ଼ୁଥିବା ବେଳେ ଟ୍ରାକରେ ଖସି ପଡ଼ିଲେ, ଆଉ ତା’ ପରେ: ଭିଡିଓ ଭାଇରାଲ୍
ବ୍ୟକ୍ତି ଜଣଙ୍କ ଚଳନ୍ତା ଟ୍ରେନରେ ଚଢ଼ୁଥିବା ବେଳେ ହଠାତ୍ ଟ୍ରାକରେ ଖସି ପଡ଼ିଥିଲେ। ଟ୍ରେନ ମଧ୍ୟ ତାଙ୍କ ଉପରେ ଅତିକ୍ରମ କରି ଯାଇଥିଲା।
National
ପଟାଟୋ-ପିଲିଂ ମେସିନରେ ଲାଗିଗଲା ଓଢ଼ଣୀ, ମହିଳା ମୃତ
ଉଜ୍ଜୟୀନସ୍ଥିତ ପ୍ରସିଦ୍ଧ ମହାକାଳେଶ୍ୱର ମନ୍ଦିରର ଅନ୍ନକ୍ଷେତ୍ର ଭୋଜନଶାଳାରେ ଅଘଟଣ। ଅଜାଣତରେ ଆଳୁ ଚୋପା ଛଡ଼ାଇବା ପାଇଁ ବ୍ୟବହୃତ ମେସିନରେ ଲାଗିଗଲା ଓଢ଼ଣୀ।
Viral
୮ ଥର ପଲଟିଲା କାର୍, ତଥାପି... : ଦେଖନ୍ତୁ ଭିଡିଓ
ସେମାନେ କାର୍ରୁ ବାହାରି ଶୋ’ ରୁମକୁ ଯିବା ସହ ସେଠାରେ ବେଶ ସ୍ୱାଭାବିକ ଢଙ୍ଗରେ ଚା’ ପିଇବାକୁ ମଧ୍ୟ ମାଗିଛନ୍ତି।
Politics
ଦଳିତ ଶିକ୍ଷାର୍ଥୀଙ୍କ ପାଇଁ କେଜ୍ରିୱାଲଙ୍କ ‘ଆମ୍ବେଦକର ବୃତ୍ତି”
ବର୍ତ୍ତମାନ ଦେଶରେ ସ୍ୱରାଷ୍ଟ୍ର ମନ୍ତ୍ରୀ ଅମିତ ଶାହ ରାଜ୍ୟସଭାରେ ଆମ୍ବେଦକରଙ୍କ ପ୍ରସଙ୍ଗରେ ଦେଇଥିବା ବୟାନକୁ ନେଇ ବିବାଦ ଲାଗି ରହିଛି।