Advertisment

ଆଇସୋଲେସନରେ କଡ଼କନାଥ

ନୂଆଦିଲ୍ଲୀ: ସାରା ଦେଶରେ ମହାମାରୀ କରୋନା ପରେ ଏବେ ଚିନ୍ତା ବଢ଼ାଇଛି ବାର୍ଡ ଫ୍ଲୁ । ଅନେକ ରାଜ୍ୟରେ ଲକ୍ଷାଧିକ ପକ୍ଷୀ ମଡକ ଯୋଗୁ ଆତଙ୍କ ଖେଳିଯାଇଛି । ସାରା ଦେଶରେ ସରକାର ଆଡଭାଇଜରୀ ଜାରି କରିଛନ୍ତି । ଦେଶର ବିଭିନ୍ନ ସ୍ଥାନରେ ବାର୍ଡ ଫ୍ଲୁ ମାମଲା ବଢ଼ିବା ଯୋଗୁଁ ଦୈନିକ ହଜାର ହଜାର ପକ୍ଷୀଙ୍କୁ ମାରିଦିଆଯାଉଛି । ତେବେ ଏହି ଭୂତାଣୁରୁ ପ୍ରସିଦ୍ଧ କଡକନାଥ କୁକୁଡାଙ୍କୁ ରକ୍ଷା କରିବା ପାଇଁ ଏକ ନିଆରା ଉପାୟ ଅପଣାଯାଇଛି। […]

କରୋନା ରୋଗୀଙ୍କ ଇମ୍ୟୁନିଟି ବଢ଼ାଇବ କଡ଼କନାଥ!

kadaknath-2

Advertisment

ନୂଆଦିଲ୍ଲୀ: ସାରା ଦେଶରେ ମହାମାରୀ କରୋନା ପରେ ଏବେ ଚିନ୍ତା ବଢ଼ାଇଛି ବାର୍ଡ ଫ୍ଲୁ । ଅନେକ ରାଜ୍ୟରେ ଲକ୍ଷାଧିକ ପକ୍ଷୀ ମଡକ ଯୋଗୁ ଆତଙ୍କ ଖେଳିଯାଇଛି । ସାରା ଦେଶରେ ସରକାର ଆଡଭାଇଜରୀ ଜାରି କରିଛନ୍ତି । ଦେଶର ବିଭିନ୍ନ ସ୍ଥାନରେ ବାର୍ଡ ଫ୍ଲୁ ମାମଲା ବଢ଼ିବା ଯୋଗୁଁ ଦୈନିକ ହଜାର ହଜାର ପକ୍ଷୀଙ୍କୁ ମାରିଦିଆଯାଉଛି । ତେବେ ଏହି ଭୂତାଣୁରୁ ପ୍ରସିଦ୍ଧ କଡକନାଥ କୁକୁଡାଙ୍କୁ ରକ୍ଷା କରିବା ପାଇଁ ଏକ ନିଆରା ଉପାୟ ଅପଣାଯାଇଛି।publive-image

Advertisment

ବାର୍ଡ ଫ୍ଲୁରୁ ରକ୍ଷା କରିବା ପାଇଁ ରାଜସ୍ଥାନ ଝାବୁଆରେ କଡକନାଥ କୁକୁଡାକୁ ଆଇସୋଲେସନରେ ରଖାଯାଇଛି। କେବଳ ସେତିକି ନୁହେଁ କୁକୁଡାଙ୍କ ରୋଗ ପ୍ରତିରୋଧକ ଶକ୍ତି ବଢ଼ାଇବା ପାଇଁ ଭିଟାମିନ ଏବଂ ଇମ୍ୟୁନିଟି ବୁଷ୍ଟର ଡୋଜ୍ ମଧ୍ୟ ଦିଆଯାଇଛି।

ଝାବୁଆ ଜିଲ୍ଲାର କୃଷି ବିଭାଗର ଆଇସୋଲେସନ ସେଣ୍ଟରରେ କୁକୁଡାଙ୍କୁ ରଖାଯାଉଛି । ସରକାରଙ୍କ ଦ୍ୱାରା ଜାରି ଗାଇଡଲାଇନ୍ ଅନୁସାରେ, ବାହାରୁ କୌଣସି ପକ୍ଷୀଙ୍କୁ ଅଣାଯାଉ ନାହିଁ । ଏପରିକି ବାହାର ଲୋକଙ୍କୁ ମଧ୍ୟ ଆଇସୋଲେସନ ସେଣ୍ଟରରେ ପ୍ରବେଶ ବାରଣ କରାଯାଇଛି ।

Advertisment

ଆଇସୋଲେସନ ସେଣ୍ଟରର ମୁଖ୍ୟ ଆଇଏସ ତୋମାର କହିଛନ୍ତି, ସରକାରୀ ନିର୍ଦ୍ଦେଶ ଆସିବା ପରେ ସେମାନେ ସତର୍କ ରହିଛନ୍ତି । କୁକୁଡାଙ୍କୁ ଇମ୍ୟୁନିଟି ବୁଷ୍ଟର ଭାବେ ହଳଦୀ, ଭିଟାମିନ୍ ସି, ଡି ଓ ଇ ଦିଆଯାଉଛି । ଏହାଦ୍ୱାରା କୁକୁଡାଙ୍କ ରୋଗ ପ୍ରତିରୋଧକ ଶକ୍ତି ବଢ଼ିବ ଏବଂ ବାର୍ଡ ଫ୍ଲୁ ସହ ଲଢିବା ପାଇଁ ଶକ୍ତି ଯୋଗାଇବ ।

ସୂଚନାଯୋଗ୍ୟ, ଜୟପୁର, ଇନ୍ଦୋର ଓ କସରାବଦରେ କିଛି ପକ୍ଷୀଙ୍କ ମୃତ୍ୟୁ ପରେ ବାର୍ଡ ଫ୍ଲୁ ଆଶଙ୍କା ସୃଷ୍ଟି ହୋଇଛି। ଏହାରି ଭିତରେ  ଝାବୁଆରେ ପ୍ରସିଦ୍ଧ କଡ଼କନାଥ କୁକୁଡାଙ୍କୁ ସୁରକ୍ଷିତ ରଖିବା ପାଇଁ ଆବଶ୍ୟକୀୟ ପଦକ୍ଷେପ ଗ୍ରହଣ କରାଯାଉଛି ।

Bird Flu
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe