କାଞ୍ଚିପୁରମ: ତାମିଲନାଡ଼ୁର କାଞ୍ଚିପୁରମ ପୁଲିସ ଗଣେଷ ଚୁର୍ଥୀ ଅବସରରେ ବିରିୟାନୀ ଦୋକାନ ବନ୍ଦ କରିବାକୁ ନିର୍ଦ୍ଦେଶନାମା ଜାରି କରିଛି। ଶିଭାକାଞ୍ଚି ଟାଉନର ସବୁ ବିରିୟାନୀ ଦୋକାନ ବନ୍ଦ କରିବାକୁ ପୁଲିସ ନିର୍ଦ୍ଦେଶ ଦେଇଛି। ଆସନ୍ତା ସେପ୍ଟେମ୍ବର ୨ ଏବଂ ୪ ତାରିଖରେ ଏହି ଦୋକାନ ବନ୍ଦ ରହିବ। କାରଣ ଏହି ଦିନ ଗଣେଷ ଠାକୁରଙ୍କ ଭଷାଣି ପାଇଁ ଶୋଭାଯାତ୍ରା ଯାତ୍ରା ବାହାରିବ। ତେଣୁ କାଞ୍ଚିପୁରମ ବି-ୱାନ୍ ପୁଲିସ ଷ୍ଟେସନ ପକ୍ଷରୁ ବିରିୟାନୀ ଦୋକାନ ବନ୍ଦ ନେଇ କଟକଣା ଜାରି କରାଯାଇଛି। ଚଳିତ ବର୍ଷ ଏଠାରେ ୧୦ ଦିନିଆ ଗଣେଶ ପୂଜା ପାଳନ କରାଯାଉଛି। ଆସନ୍ତା ଅଗଷ୍ଟ ୩୧ରୁ ସେପ୍ଟେମ୍ବର ୯ ପର୍ଯ୍ୟନ୍ତ ଏହି ପୂଜା ସେଲିବ୍ରେସନ ଚାଲିବ।
ସୂଚନା ଯୋଗ୍ୟ ଯେ, କରୋନା କଟକଣା ଯୋଗୁ ଗତ ୨ ବର୍ଷ ହେବ ଗଣେଷ ପୂଜା ପାଳନରେ ଫିକା ପଡ଼ିଥିଲା। ସମସ୍ତେ ନିଜ ନିଜ ଘରେ ଗଣେଷ ପୂଜା କରିଥିଲେ। ପୂଜା ଆୟୋଜନ ଉପରେ ପ୍ରତିବନ୍ଧକ ଲଗାଯାଇଥିବାରୁ ମାହୋଲ ଫିକା ପଡ଼ିଥିଲା। ହେଲେ ଏଥର କରନାର ପ୍ରଭାବ ସେତେ ନଥିବାରୁ ଜାକଜକମରେ ପୂଜା କରାଯାଉଛି। ଏଥିପାଇଁ ବ୍ୟାପକ ପ୍ରସ୍ତୁତି କରାଯାଇଛି।
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।
Related Stories
Politics
ମୁଖ୍ୟମନ୍ତ୍ରୀ ଆତିଶୀଙ୍କ ବିରୋଧରେ ପ୍ରାର୍ଥୀ ହେବେ କଂଗ୍ରେସର ଅଳକା ଲାମ୍ବା
କଂଗ୍ରେସ ଦିଲ୍ଲୀର ଆଉ ୨୭ଟି ଆସନ ପାଇଁ ପ୍ରାର୍ଥୀଙ୍କ ନାଁ ଚୂଡ଼ାନ୍ତ କରିଛି। ଏହି ୨୭ ଜଣଙ୍କ ମଧ୍ୟରେ ଅଳକା ଲାମ୍ବାଙ୍କ ନାଁ ରହିଛି।
National
ଆତ୍ମହତ୍ୟା ଉଦ୍ୟମ ବେଳେ ଉଦ୍ଧାର ହୋଇଥିଲେ, କିନ୍ତୁ ଏବେ କୋର୍ଟ ଦେଲେ ମୃତ୍ୟୁଦଣ୍ଡ
ପ୍ରଥମେଶଙ୍କ ଉପରେ ତାଙ୍କ ୬୮ ବର୍ଷୀୟ ବାପା ଅଶିମ. ୬୦ ବର୍ଷୀୟ ମା’ ଶୁଭଦ୍ରା ଓ ବାହାଘର ପରେ ମଧ୍ୟ ଘରେ ରହୁଥିବା ୩୮ ବର୍ଷୀୟ ଭଉଣୀ ପଲ୍ଲବୀ ନିର୍ଭରଶୀଳ ଥିଲେ।
National
ନିର୍ବାଚନ ନିୟମରେ ସଂଶୋଧନ: ସୁପ୍ରିମକୋର୍ଟରେ ପହଞ୍ଚିଲା କଂଗ୍ରେସ
ନିର୍ବାଚନ କମିସନଙ୍କ ସୁପାରିସ ଆଧାରରେ କେନ୍ଦ୍ର ଆଇନ ମନ୍ତ୍ରଣାଳୟ ଶୁକ୍ରବାର ନିର୍ବାଚନ ପରିଚାଳନା ନିୟମ ୧୯୬୧ର ନିୟମ ୯୩(୨)(ଏ)ରେ ବଡ଼ ସଂଶୋଧନ କରିଥିଲେ।
National
୪ ଘଣ୍ଟାର ଜେରା ପରେ ଅଲ୍ଲୁ ଅର୍ଜୁନଙ୍କୁ ଛାଡ଼ିଲା ପୁଲିସ୍, ଏହି ସବୁ ପ୍ରଶ୍ନରେ କଲା ଘାଇଲା
ଦିନ ୧୧ଟାରୁ ଅଲ୍ଲୁ ଅର୍ଜୁନ ଥାନାରେ ପହଞ୍ଚିଥିବା ପରେ ତାଙ୍କୁ ଜେରା ଆରମ୍ଭ କରାଯାଇଥିଲା। ଏସିପି ରମେଶଙ୍କ ନେତୃତ୍ୱରେ ସ୍ୱତନ୍ତ୍ର ପୁଲିସ୍ ଟିମ ଅଲ୍ଲୁଙ୍କୁ ଜେରା କରିଥିଲା।
National
ବସ୍ଙ୍କ ସହ ସମ୍ପର୍କ ରଖିବାକୁ ପତ୍ନୀଙ୍କୁ ବାଧ୍ୟ କଲେ, ମନା କରିବାରୁ...
ଚାକିରିରେ ଉନ୍ନତି ପାଇଁ ପତ୍ନୀଙ୍କୁ ନିଜ ବସ୍ଙ୍କ ସହ ଶାରୀରିକ ସମ୍ପର୍କ ରଖିବାକୁ ବାଧ୍ୟ କରୁଥିଲେ ବ୍ୟକ୍ତିଜଣକ । ମାତ୍ର ପତ୍ନୀଜଣକ ପତିଙ୍କ ଏପରି ନିର୍ଦ୍ଦେଶକୁ ନ ମାନିବାରୁ ମିଳିଲା କଡ଼ା ଶାସ୍ତି।