Advertisment

ନନ୍‌ ଦୁଷ୍କର୍ମ ମାମଲା:ଶେଷରେ ପଦ ଛାଡ଼ିଲେ ବିଶପ୍‌

କୋଚି: କେରଳର ଜଣେ ନନ୍‌ଙ୍କୁ ଦୁଷ୍କର୍ମ କରିଥିବା ଅଭିଯୋଗରେ ଛନ୍ଦି ହୋଇଥିବା ଜଲନ୍ଧର ବିଶପ୍‌ ଫ୍ରାଙ୍କୋ ମୁଲାକ୍କାଲ୍‌ ଶେଷରେ ନିଜ ପଦରୁ ଅବ୍ୟାହତି ନେଇଛନ୍ତି। ସେ ଏକ ସର୍କୁଲାର ଜାରି କରି ଫାଦର୍‌ ମାଥ୍ୟୁ କୋକନ୍‌ଡାମଙ୍କୁ ଦାୟିତ୍ୱ ହସ୍ତାନ୍ତର କରିଛନ୍ତି।    ସେ ସର୍କୁଲାରରେ ଲେଖିଛନ୍ତି, “ମୋ ଅନୁପସ୍ଥିତିରେ ଫାଦର ମାଥ୍ୟୁ ବିଶପ୍‌ ଭାବେ କାର୍ଯ୍ୟ କରିବେ। ଏହା ଏକ ନିୟମିତ ପ୍ରକ୍ରିୟା।” ଏହି ସର୍କୁଲାରରେ ବିଶପ୍‌ ଫ୍ରାଙ୍କୋ ତାଙ୍କୁ ସମର୍ଥନ କରୁଥିବା ବ୍ୟକ୍ତିବିଶେଷଙ୍କୁ ଧନ୍ୟବାଦ ଦେଇଛନ୍ତି। […]

ନନ୍‌ ଦୁଷ୍କର୍ମ ମାମଲା:ଶେଷରେ ପଦ ଛାଡ଼ିଲେ ବିଶପ୍‌

bishop1

Advertisment
କୋଚି: କେରଳର ଜଣେ ନନ୍‌ଙ୍କୁ ଦୁଷ୍କର୍ମ କରିଥିବା ଅଭିଯୋଗରେ ଛନ୍ଦି ହୋଇଥିବା ଜଲନ୍ଧର ବିଶପ୍‌ ଫ୍ରାଙ୍କୋ ମୁଲାକ୍କାଲ୍‌ ଶେଷରେ ନିଜ ପଦରୁ ଅବ୍ୟାହତି ନେଇଛନ୍ତି। ସେ ଏକ ସର୍କୁଲାର ଜାରି କରି ଫାଦର୍‌ ମାଥ୍ୟୁ କୋକନ୍‌ଡାମଙ୍କୁ ଦାୟିତ୍ୱ ହସ୍ତାନ୍ତର କରିଛନ୍ତି। 
Advertisment
 
ସେ ସର୍କୁଲାରରେ ଲେଖିଛନ୍ତି, “ମୋ ଅନୁପସ୍ଥିତିରେ ଫାଦର ମାଥ୍ୟୁ ବିଶପ୍‌ ଭାବେ କାର୍ଯ୍ୟ କରିବେ। ଏହା ଏକ ନିୟମିତ ପ୍ରକ୍ରିୟା।” ଏହି ସର୍କୁଲାରରେ ବିଶପ୍‌ ଫ୍ରାଙ୍କୋ ତାଙ୍କୁ ସମର୍ଥନ କରୁଥିବା ବ୍ୟକ୍ତିବିଶେଷଙ୍କୁ ଧନ୍ୟବାଦ ଦେଇଛନ୍ତି।
 
ବିଶପ୍‌ ଫ୍ରାଙ୍କୋ ୨୦୧୪ରୁ ୨୦୧୬ ମଧ୍ୟରେ କେରଳର ଜଣେ ନନ୍‌ଙ୍କୁ ବାରମ୍ବାର ଦୁଷ୍କର୍ମ କରିବା ସହ ଯୌନ ନିର୍ଯାତନା ଦେଇଥିବା ଅଭିଯୋଗ ହୋଇଥିଲା। ଏନେଇ ପୀଡ଼ିତା ନନ୍‌ ବାରମ୍ବାର ଅଭିଯୋଗ କରିଥିଲେ ମଧ୍ୟ କେହି ଏଥିପ୍ରତି କର୍ଣ୍ଣପାତ କରିନଥିଲେ। ଶେଷରେ ଜନମତର ପ୍ରବଳ ଚାପ ଯୋଗୁ କେରଳ ପୁଲିସ୍‌  କିଛି ଦିନ ତଳେ ବିଶପ୍‌ ଫ୍ରାଙ୍କୋଙ୍କୁ ଜେରା କରିବାକୁ ସମନ୍‌ କରିଥିଲା। 
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe