Advertisment

ସଙ୍ଗୀତ ନିର୍ଦ୍ଦେଶକ ରବୀନ୍ଦ୍ର ଜୈନଙ୍କ ପରଲୋକ

ମୁମ୍ୱାଇ: ବିଶିଷ୍ଟ ସଙ୍ଗୀତକାର ରବୀନ୍ଦ୍ର ଜୈନଙ୍କର ଆଜି ମୁମ୍ୱାଇର ଲୀଳାବତୀ ହସ୍ପିଟାଲରେ ପରଲୋକ ହୋଇଛି। ମୃତ୍ୟୁ ବେଳକୁ ତାଙ୍କୁ ୭୧ ବର୍ଷ ହୋଇଥିଲା। ସେ ଦୀର୍ଘ ଦିନ ହେବ ଅସୁସ୍ଥ ଥିଲେ। ତାଙ୍କ  କିଡନୀରେ ସମସ୍ୟା ଥିଲା। ଦୃଷ୍ଟିହୀନ ହୋଇ ମଧ୍ୟ ସେ ସଙ୍ଗୀତ ନିର୍ଦ୍ଦେଶନା ଦେବା ସହ ଗୀତ ରଚନାରେ ପାରଦର୍ଶିତା ହାସଲ କରିଥିଲେ। ୧୯୭୦ ଦଶକ ଆରମ୍ଭରେ ସେ ବଲିଉଡରେ ସଙ୍ଗୀତ ନିର୍ଦ୍ଦେଶନା ଦେବା ଆରମ୍ଭ କରିଥିଲେ। ସେ ଛୋଟ ପରଦାରେ ପ୍ରସିଦ୍ଧ ଧାରାବାହିକ […]

author-image
Rakesh Mallick
ଅଦ୍ୟତନ ହୋଇଛି
ସଙ୍ଗୀତ ନିର୍ଦ୍ଦେଶକ ରବୀନ୍ଦ୍ର ଜୈନଙ୍କ ପରଲୋକ

Ravindra-Jain

ମୁମ୍ୱାଇ: ବିଶିଷ୍ଟ ସଙ୍ଗୀତକାର ରବୀନ୍ଦ୍ର ଜୈନଙ୍କର ଆଜି ମୁମ୍ୱାଇର ଲୀଳାବତୀ ହସ୍ପିଟାଲରେ ପରଲୋକ ହୋଇଛି। ମୃତ୍ୟୁ ବେଳକୁ ତାଙ୍କୁ ୭୧ ବର୍ଷ ହୋଇଥିଲା। ସେ ଦୀର୍ଘ ଦିନ ହେବ ଅସୁସ୍ଥ ଥିଲେ। ତାଙ୍କ  କିଡନୀରେ ସମସ୍ୟା ଥିଲା।

Advertisment

ଦୃଷ୍ଟିହୀନ ହୋଇ ମଧ୍ୟ ସେ ସଙ୍ଗୀତ ନିର୍ଦ୍ଦେଶନା ଦେବା ସହ ଗୀତ ରଚନାରେ ପାରଦର୍ଶିତା ହାସଲ କରିଥିଲେ। ୧୯୭୦ ଦଶକ ଆରମ୍ଭରେ ସେ ବଲିଉଡରେ ସଙ୍ଗୀତ ନିର୍ଦ୍ଦେଶନା ଦେବା ଆରମ୍ଭ କରିଥିଲେ। ସେ ଛୋଟ ପରଦାରେ ପ୍ରସିଦ୍ଧ ଧାରାବାହିକ ‘ରାମାୟଣ’ର ସଙ୍ଗୀତ ନିର୍ଦ୍ଦେଶନା ଦେଇଥିଲେ। ଏହାସହ ସେ ବହୁ  ବଲିଉଡ୍ ଫିଲ୍ମରେ ନିର୍ଦ୍ଦେଶନା ଦେଇଥିଲେ। ଅଶୀ ଦଶକରେ ରାଜ କପୁରଙ୍କ ଫିଲ୍ମ ରାମ ତେରୀ ଗଙ୍ଗା ମୈଲୀର ଗୀତ ତାଙ୍କୁ ଲୋକପ୍ରିୟତାର ଶୀର୍ଷରେ ପହଞ୍ଚାଇଥିଲା। ଏଥିପାଇଁ ତାଙ୍କୁ ଫିଲ୍ମଫେୟାର ଶ୍ରେଷ୍ଠ ସଙ୍ଗୀତ ନିର୍ଦ୍ଦେଶକ ପୁରସ୍କର ମଧ୍ୟ ମିଳିଥିଲା। ତେବେ ଧାରାବାହିକ ରାମାୟଣରେ ସଙ୍ଗୀତ ନିର୍ଦ୍ଦେଶନା ତାଙ୍କୁ ଆହୁରି ପ୍ରସିଦ୍ଧି ଆଣିଦେଇଥିଲା। ପ୍ରଶାନ୍ତ ନନ୍ଦଙ୍କ ଶେଷ ଶ୍ରାବଣର ହିନ୍ଦୀ ରିମେକ ନୈୟା ପାଇଁ ସେ ସଙ୍ଗୀତ ନିଦ୍ଦେର୍ଶନା ଦେଇଥିଲେ। ଚଳିତ ବର୍ଷ ତାଙ୍କୁ  ପଦ୍ମଶ୍ରୀ  ଉପାଧିରେ ସମ୍ମାନୀତ କରାଯାଇଥିଲା।

’ଚୋର ମଚାୟା ସୋର’(୧୯୭୪),‘ଗୀତ ଗାତା ଚାଲ’(୧୯୭୫) ଓ ‘ଚିତ ଚୋର’(୧୯୭୬) ଭଳି ଅନେକ ଫିଲ୍ମରେ ସଙ୍ଗୀତ ନିର୍ଦ୍ଦେଶନା ଦେଇଛନ୍ତି। ତାଙ୍କ ଗୀତଗୁଡିକ ଅନେକ ଲୋକପ୍ରିୟ ହୋଇଛି।

Advertisment