Advertisment

ବିଜେଡି ଦେଇଛି ୧୩% ମହିଳା ପ୍ରାର୍ଥୀ

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ନିର୍ବାଚନ ପୂର୍ବରୁ ମୁଖ୍ୟମନ୍ତ୍ରୀ ଲବି କରି ଆସୁଥିଲେ ଏଥର ନିର୍ବାଚନରେ ମହିଳାଙ୍କ ପାଇଁ ୩୬ ପ୍ରତିଶତ ସ୍ଥାନ ସଂରକ୍ଷିତ ରହିବ ବୋଲି। ହେଲେ ୨୦୧୯ ସାଧାରଣ ନିର୍ବାଚନରେ ବିଜେଡି ମାତ୍ର ୧୩ ପ୍ରତିଶତ ମହିଳା ପ୍ରାର୍ଥୀ ଦେଇଛି। ୧୪୬ ଆସନ ମଧ୍ୟରୁ ଦଳ ୧୨୭ ଆସନରେ ପୁରୁଷ ଓ ୧୯ ଆସନରେ ମହିଳା ପ୍ରାର୍ଥୀ ଦେଇଛି। କଂଗ୍ରେସ ୯ % ମହିଳା ପ୍ରାର୍ଥୀ ଦେଇଛି। ଦଳ ୧୩୯ ଆସନରେ ତାର ପ୍ରାର୍ଥୀ ଦେଇଥିବାବେଳେ ୧୨୬ […]

ବିଜେଡି ଦେଇଛି ୧୩% ମହିଳା ପ୍ରାର୍ଥୀ

33

Advertisment

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ନିର୍ବାଚନ ପୂର୍ବରୁ ମୁଖ୍ୟମନ୍ତ୍ରୀ ଲବି କରି ଆସୁଥିଲେ ଏଥର ନିର୍ବାଚନରେ ମହିଳାଙ୍କ ପାଇଁ ୩୬ ପ୍ରତିଶତ ସ୍ଥାନ ସଂରକ୍ଷିତ ରହିବ ବୋଲି। ହେଲେ ୨୦୧୯ ସାଧାରଣ ନିର୍ବାଚନରେ ବିଜେଡି ମାତ୍ର ୧୩ ପ୍ରତିଶତ ମହିଳା ପ୍ରାର୍ଥୀ ଦେଇଛି। ୧୪୬ ଆସନ ମଧ୍ୟରୁ ଦଳ ୧୨୭ ଆସନରେ ପୁରୁଷ ଓ ୧୯ ଆସନରେ ମହିଳା ପ୍ରାର୍ଥୀ ଦେଇଛି।

Advertisment

କଂଗ୍ରେସ ୯ % ମହିଳା ପ୍ରାର୍ଥୀ ଦେଇଛି। ଦଳ ୧୩୯ ଆସନରେ ତାର ପ୍ରାର୍ଥୀ ଦେଇଥିବାବେଳେ ୧୨୬ ଆସନରେ ପୁରୁଷ ଏବଂ ୧୩ ଆସନରେ ମହିଳା ପ୍ରାର୍ଥୀ ଦେଇଛି। ସେହିପରି ବିଜେପି ଏକ ଜାତୀୟ ଦଳ ହୋଇ ମଧ୍ୟ ମାତ୍ର ୮ ପ୍ରତିଶତ ମହିଳା ପ୍ରାର୍ଥୀ ଦେଇଛି। ୧୪୫ ଆସନରେ ଦଳ ତାର ପ୍ରାର୍ଥୀ ଦେଇଥିବା ବେଳେ ୧୩୫ ଆସନରେ ପୁରୁଷ ଏବଂ ୧୨ ଆସନରେ ମହିଳା ପ୍ରାର୍ଥୀ ଦେଇଛି।

ଏଥର ନିର୍ବାଚନ ମଇଦାନରେ ୨୯୮ ଜଣ ସ୍ୱାଧୀନ ପ୍ରାର୍ଥୀ ନିର୍ବାଚନ ଲଢୁଥିବାବେଳେ ଏମାନଙ୍କ ମଧ୍ୟରେ ଅଛନ୍ତି ୨୬୯ ପୁରୁଷ ଏବଂ ୧୦ ଜଣ ମହିଳା ପ୍ରାର୍ଥୀ । ସେହିପରି ବିଏସ୍‌ପିର ୧୦୬ ପ୍ରାର୍ଥୀଙ୍କ ପ୍ରାର୍ଥୀଙ୍କ ମଧ୍ୟରୁ ୧୦, ଏସ୍‌ୟୁସିଆର ୨୪ ପ୍ରାର୍ଥୀଙ୍କ ମଧ୍ୟରୁ ୪ ମହିଳା ପ୍ରାର୍ଥୀ ଅଛନ୍ତି। ଆମ୍ବେଦକର ନାସନାଲ କଂଗ୍ରେସ ସର୍ବାଧିକ ୨୫ ପ୍ରତିଶତ ମହିଳା ପ୍ରାର୍ଥୀ ଦେଇଛି। ଦଳ ମୋଟ ୧୬ ଜଣ ପ୍ରାର୍ଥୀ ଦେଇଥିବାବେଳେ ୪ ଜଣ ମହିଳା ପ୍ରାର୍ଥୀ ଅଛନ୍ତି।

Advertisment
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe