ବିଜେପି ନେତା ସୁଧାଂଶୁ ମିତ୍ତଲଙ୍କୁ ବିବାଦକୁ ଟାଣିଲେ ଲଳିତ ମୋଦି

ନୂଆଦିଲ୍ଲୀ: ଆଇପିଏଲର ପୂର୍ବତନ ଅଧ୍ୟକ୍ଷ ଲଳିତ ମୋଦି ପ୍ରତିଦିନ ନୂଆ ନୂଆ ବ୍ୟକ୍ତିଙ୍କୁ ବିବାଦ ମଧ୍ୟରେ ପକାଇ ଚାଲିଛନ୍ତି। ଗତକାଲି (ବୁଧବାର) ସେ ସୋନିଆ ଗାନ୍ଧୀ ଓ ବରୁଣ ଗାନ୍ଧୀଙ୍କୁ ବିବାଦ ମଧ୍ୟ ଟାଣିଥିଲେ। ଏହି ଧାରା ଅବ୍ୟାହତ ରଖି ଗୁରୁବାର ସେ ପୁଣି ଏକ ଟ୍ୱିଟ୍ କରିଛନ୍ତି। ଆଉ ଏଥରେ ସେ ଟାର୍ଗେଟ୍ କରିଛନ୍ତି ବିଜେପି ନେତା ସୁଧାଂଶୁ ମିତ୍ତଲଙ୍କୁ। ଏଥିରେ ସେ ଲେଖିଛନ୍ତି- ସୁଧାଂଶୁ ମିତ୍ତଲ କୁହନ୍ତୁ ହାୱାଲା କାରବାର କରୁଥିବା ବିବେକ ନାଗପାଲ […]

sudhanshumittal

Rakesh Mallick
  • Published: Thursday, 02 July 2015
  • , Updated: 02 July 2015, 03:04 AM IST

ନୂଆଦିଲ୍ଲୀ: ଆଇପିଏଲର ପୂର୍ବତନ ଅଧ୍ୟକ୍ଷ ଲଳିତ ମୋଦି ପ୍ରତିଦିନ ନୂଆ ନୂଆ ବ୍ୟକ୍ତିଙ୍କୁ ବିବାଦ ମଧ୍ୟରେ ପକାଇ ଚାଲିଛନ୍ତି। ଗତକାଲି (ବୁଧବାର) ସେ ସୋନିଆ ଗାନ୍ଧୀ ଓ ବରୁଣ ଗାନ୍ଧୀଙ୍କୁ ବିବାଦ ମଧ୍ୟ ଟାଣିଥିଲେ। ଏହି ଧାରା ଅବ୍ୟାହତ ରଖି ଗୁରୁବାର ସେ ପୁଣି ଏକ ଟ୍ୱିଟ୍ କରିଛନ୍ତି। ଆଉ ଏଥରେ ସେ ଟାର୍ଗେଟ୍ କରିଛନ୍ତି ବିଜେପି ନେତା ସୁଧାଂଶୁ ମିତ୍ତଲଙ୍କୁ। ଏଥିରେ ସେ ଲେଖିଛନ୍ତି- ସୁଧାଂଶୁ ମିତ୍ତଲ କୁହନ୍ତୁ ହାୱାଲା କାରବାର କରୁଥିବା ବିବେକ ନାଗପାଲ ସହିତ ତାଙ୍କର କି ସଂପର୍କ ରହିଛି।

ସୁଧାଂଶୁଙ୍କ ଉଦ୍ଦେଶ୍ୟରେ ମୋଦି ଲେଖିଛନ୍ତି- ଉପସ୍ଥାପନ କରୁଛି ଦୁନିଆର ସବୁଠୁ ବଡ଼ ଏକ୍ସକ୍ଲୁସିଭ୍। ମୁଁ ବିଜେପି ନେତା ସୁଧାଂଶୁ ମିତ୍ତଲଙ୍କୁ ପଚାରିବାକୁ ଚାହୁଁଛି ଯେ ହାୱାଲ କାରବାର କରୁଥିବା ବିବେକ ନାଗପାଲଙ୍କ ସହିତ ତାଙ୍କ କି ସଂପର୍କ ରହିଛି? ମୁଁ ସୁଧାଂଶୁ ମିତ୍ତଲଙ୍କଠାରୁ ଏହା ଜାଣିବାକୁ ଚାହୁଁଛି।

ପୂର୍ବରୁ ସେ ଆଉ ଏକ ଟ୍ୱିଟ୍ କରି ନାଗପାଲ ସହିତ ରାଷ୍ଟ୍ରପତି ପ୍ରଣବ ମୂଖାର୍ଜୀଙ୍କ ସଚିବ ଅମିତା ପାଲଙ୍କ ସଂପର୍କ ଥିଲା ବୋଲି ଲେଖିଥିଲେ।

ଗତକାଲି ମୋଦି ଟ୍ୱିଟ୍ କରି ଥିଲେ ଯେ କିଛି ବର୍ଷ ପୂର୍ବେ ବିଜେପି ନେତା ବରୁଣ ଗାନ୍ଧୀ ତାଙ୍କୁ ଲଣ୍ଡନରେ ଭେଟିଥିଲେ। ଆଉ ଆଣ୍ଟିଂ (ସୋନିଆ ଗାନ୍ଧୀ)ଙ୍କ ସହିତ କଥା ହୋଇ ସବୁ ମାମଲାର ସମାଧାନ କରି ଦେବେ ବୋଲି ପ୍ରତିଶ୍ରୁତି ଦେଇଥିଲା। ବରୁଣ ଚାହୁଁଥିଲେ ଯେ ସେ ଇଟାଲୀ ଯାଇ ସୋନିଆଙ୍କ ଭଉଣୀଙ୍କୁ ଭେଟନ୍ତୁ। ସୋନିଆଙ୍କ ଭଉଣୀ କାମ ବଦଳରେ ୩୬୦ କୋଟି ଟଙ୍କା ଦାବି କରିଥିଲେ। ବରୁଣ କୁହନ୍ତୁ ଯେ ସେ ତାଙ୍କ ଆଣ୍ଟିଙ୍କ ସଂପର୍କରେ କ’ଣ କହିଥିଲେ। ଏହି ସାକ୍ଷାତ ଆଲୋଚନା ନେଇ ତାଙ୍କ ପାଖରେ ଭିଡିଓ ପ୍ରମାଣ ବି ରହିଥିବା ମୋଦି କହିଥିଲେ।

ମୋଦିଙ୍କୁ ଇଂଲଣ୍ଡରେ ଟ୍ରାଭେଲ୍ ଭିସା କରାଇ ଦେବା ନେଇ ସୁଷମାଙ୍କ ନାମ ସାମ୍ନାକୁ ଆସିବା ପର ଠାରୁ ଏହି ବିବାଦର ଧାରା ଆରମ୍ଭ ହୋଇଛି। ମୋଦି ପ୍ରତିଦିନ ନୂଆ ନୂଆ ବ୍ୟକ୍ତିଙ୍କୁ ବିବାଦ ମଧ୍ୟକୁ ଟାଣୁଛନ୍ତି। କୁହାଯାଉଛି ସୁଷମାଙ୍କୁ ସୁରକ୍ଷା ଦେବା ଲାଗି ସେ ଏଭଳି କରୁଛନ୍ତି। ସେ ଚାହୁଁନାହାନ୍ତି ସୁଷମା ଅଡୁଆରେ ପଡ଼ନ୍ତୁ।

Related story