Advertisment

ବିଜେପି ଜାରି କଲା ଷଷ୍ଠ ପର୍ଯ୍ୟାୟ ପ୍ରାର୍ଥୀ ତାଲିକା

ନୂଆଦିଲ୍ଲୀ: ଭାରତୀୟ ଜନତା ପାର୍ଟି (ବିଜେପି) ଷଷ୍ଠ ପର୍ଯ୍ୟାୟରେ ୪୮ଟି ଲୋକସଭା ଆସନ ସହ ଗୁଜରାଟ ଓ ଗୋଆରେ ୩ଟି ଲେଖାଏଁ ବିଧାନସଭା ଉପନିର୍ବାଚନ ପାଇଁ ପ୍ରାର୍ଥୀ ତାଲିକା ଘୋଷଣା କରିଛି। ପ୍ରାର୍ଥୀ ତାଲିକାରେ ଗୋଆର ୨, ମଧ୍ୟପ୍ରଦେଶର ୧୫, ଝାରଖଣ୍ଡର ୧୦, ଗୁଜରାଟର ୧୫, ହିମାଚଳପ୍ରଦେଶର ୪, କର୍ଣ୍ଣାଟକର ୨ଟି ଲୋକସଭା ଆସନ ପାଇଁ ପ୍ରାର୍ଥୀ ତାଲିକା ଘୋଷଣା ହୋଇଛି। The Central Election Committee of the Bharatiya Janata Party has released […]

ଅଦ୍ୟତନ ହୋଇଛି
ସିଏଏ: କଂଗ୍ରେସ, ଟିଏମ୍‌ସି ଏବଂ ବାମଦଳଙ୍କ ବିରୋଧରେ ପାଲଟା ଆନ୍ଦୋଳନ କରିବ ବିଜେପି

jp nadda

Advertisment

ନୂଆଦିଲ୍ଲୀ: ଭାରତୀୟ ଜନତା ପାର୍ଟି (ବିଜେପି) ଷଷ୍ଠ ପର୍ଯ୍ୟାୟରେ ୪୮ଟି ଲୋକସଭା ଆସନ ସହ ଗୁଜରାଟ ଓ ଗୋଆରେ ୩ଟି ଲେଖାଏଁ ବିଧାନସଭା ଉପନିର୍ବାଚନ ପାଇଁ ପ୍ରାର୍ଥୀ ତାଲିକା ଘୋଷଣା କରିଛି। ପ୍ରାର୍ଥୀ ତାଲିକାରେ ଗୋଆର ୨, ମଧ୍ୟପ୍ରଦେଶର ୧୫, ଝାରଖଣ୍ଡର ୧୦, ଗୁଜରାଟର ୧୫, ହିମାଚଳପ୍ରଦେଶର ୪, କର୍ଣ୍ଣାଟକର ୨ଟି ଲୋକସଭା ଆସନ ପାଇଁ ପ୍ରାର୍ଥୀ ତାଲିକା ଘୋଷଣା ହୋଇଛି।

Advertisment

ଝାରଖଣ୍ଡର ଗୋଟିଏ ଆସନ ମାଣ୍ଡ୍ୟା ପାଇଁ ବିଜେପି ପ୍ରାର୍ଥୀ ଘୋଷଣା କରିନାହିଁ କିନ୍ତୁ ସେଠାରେ ଜଣେ ସ୍ୱାଧୀନ ପ୍ରାର୍ଥୀକୁ ସମର୍ଥନ କରିବ ବୋଲି କହିଛି। ସେହିପରି କେନ୍ଦ୍ରମନ୍ତ୍ରୀ ଜୟନ୍ତ ସିହ୍ନା ଝାରଖଣ୍ଡର ହଜାରୀବାଗରୁ, ଅର୍ଜୁନ ମୁଣ୍ଡା ଖୁଣ୍ଚି ଆସନରୁ ଲଢ଼ିବାକୁ ଥିବାରେ ବେଳେ ଅନୁରାଗ ଠାକୁର ହିମାଚଳ ପ୍ରଦେଶର ହମିରପୁର ଲୋକସଭା ଆସନରୁ ପ୍ରାର୍ଥୀ ହୋଇଛନ୍ତି।

Advertisment

ଏହାପୂର୍ବରୁ ବିଜେପି ତେଲେଙ୍ଗାନାର ୬ଟି ଆସନ ପାଇଁ, ଉତ୍ତର ପ୍ରଦେଶର ୩ଟି ଏବଂ କେରଳ, ପଶ୍ଚିମବଙ୍ଗରୁ ଗୋଟିଏ ଲେଖାଏ ଆସନ ପାଇଁ ପ୍ରାର୍ଥୀ ଘୋଷଣା କରିଛି।

ପଞ୍ଚମ ପର୍ଯ୍ୟାୟରେ ବିଜେପି ୪ଟି ରାଜ୍ୟର ୩୬ ଜଣ ପ୍ରାର୍ଥୀଙ୍କ ତାଲିକା ଘୋଷଣା କରିଛି। ଓଡ଼ିଶାର ପାଞ୍ଚ ସାଂସଦ ପ୍ରାର୍ଥୀଙ୍କ ସହ ଆନ୍ଧ୍ରପ୍ରଦେଶର ୨୩, ମହାରାଷ୍ଟ୍ରର ୬, ଆସାମ ଓ ମେଘାଳୟରୁ ଜଣେ ଲେଖାଏ ପ୍ରାର୍ଥୀଙ୍କ ନାମ ଘୋଷଣା ହୋଇଛି।

ତୃତୀୟ ପର୍ଯ୍ୟାୟରେ ବିଜେପି ପକ୍ଷରୁ ୩୬ଟି ଲୋକସଭା ଆସନ ପାଇଁ ପ୍ରାର୍ଥୀ ଘୋଷଣା କରାଯାଇଛି। ଏଥିରେ ଓଡ଼ିଶାର ୫ଟି ସିଟ୍ ରହିଛି। ବିଜେପିର ରାଷ୍ଟ୍ରୀୟ ମୁଖପାତ୍ର ସମ୍ବିତ ପାତ୍ର ପୁରୀ ଲୋକସଭା ଆସନରୁ ପ୍ରତିଦ୍ୱନ୍ଦ୍ୱିତା କରିବେ। ଏଥିସହିତ ପୁରୀରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ନିର୍ବାଚନ ଲଢ଼ିବେ ବୋଲି ଯେଉଁ ଚର୍ଚ୍ଚା ହେଉଥିଲା ସେଥିରେ ପୂର୍ଣ୍ଣଛେଦ ପଡ଼ିଛି।

ନୂଆପଡ଼ା ବିଧାୟକ ତଥା ରାଜ୍ୟ ବିଜେପି ସଭାପତି ବସନ୍ତ କୁମାର ପଣ୍ଡା ଏଥର ବିଧାନସଭା ବଦଳରେ ଲୋକସଭା ଆସନ ପାଇଁ ଲଢ଼ିବେ। ଦଳ ତାଙ୍କୁ କଳାହାଣ୍ଡି ଲୋକସଭା ଆସନରୁ ପ୍ରାର୍ଥୀ କରିଛି। ସେହିପରି ବିଜେପି ରାଷ୍ଟ୍ରୀୟ ସମ୍ପାଦକ ସୁରେଶ ପୂଜାରୀ ବରଗଡ଼ରୁ ପ୍ରାର୍ଥୀ ହେବେ। ଗତଥର ସେ ସମ୍ବଲପୁର ଲୋକସଭା ଆସନରୁ ନିର୍ବାଚନ ଲଢ଼ିଥିଲେ।

ଦେବଗଡ଼ ବିଧାୟକ ନୀତେଶ ଗଙ୍ଗଦେବଙ୍କୁ ବି ଲୋକସଭା ନିର୍ବାଚନ ଲଢ଼ିବାକୁ ଟିକେଟ୍ ମିଳିଛି। ତାଙ୍କୁ ସମ୍ବଲପୁର ଲୋକସଭା ଆସନରୁ ପ୍ରାର୍ଥୀ କରାଯାଇଛି। ପୂର୍ବତନ ସାଂସଦ ଜୟରାମ ପାଙ୍ଗୀଙ୍କୁ ଦଳ କୋରାପୁଟରୁ ପ୍ରାର୍ଥୀ କରିଛି। ସେ ଏହି ସଂରକ୍ଷିତ ଆସନରୁ ନିର୍ବାଚନ ମଇଦାନକୁ ଓହ୍ଲାଇବେ।

ଏହାପୂର୍ବରୁ ବିଜେପି ପ୍ରଥମ ପର୍ଯ୍ୟାୟ ତାଲିକା ଘୋଷଣା କରିଥିଲା ଯେଉଁଥିରେ ୨୦ଟି ରାଜ୍ୟର ୧୮୪ଟି ସାଂସଦ ପ୍ରାର୍ଥୀଙ୍କ ତାଲିକା ଘୋଷଣା ହୋଇଥିଲା। ଏଥିରେ ବାରଣାସୀରୁ ନରେନ୍ଦ୍ର ମୋଦି, ଗାନ୍ଧିନଗରରୁ ଅମିତ ଶାହ, ନାଗପୁରରୁ ନୀତୀନ ଗଡ଼କରୀ, ଲକ୍ଷ୍ନୌରୁ ରାଜନାଥ ସିଂହ ଭଳି ହେଭିୱେଟ ପ୍ରାର୍ଥୀଙ୍କ ତାଲିକା ଘୋଷଣା ହୋଇଥିଲା। ସେହିପରି ଓଡ଼ିଶାରୁ ସୁନ୍ଦରଗଡ଼ ଲୋକସଭା ଆସନ ପାଇଁ ଜୁଏଲ ଓରାମ, କେନ୍ଦ୍ରାପଡ଼ା ପାଇଁ ବୈଜୟନ୍ତ ପଣ୍ଡା, ଭୁବନେଶ୍ୱର ଆସନ ପାଇଁ ଅପରାଜିତା ଷଡ଼ଙ୍ଗୀ, କେନ୍ଦୁଝର ପାଇଁ ଅନନ୍ତ ନାୟକ, ବଲାଙ୍ଗୀର ପାଇଁ ସଙ୍ଗୀତା ସିଂହଦେଓ, ବ୍ରହ୍ମପୁର ପାଇଁ ଭୃଗୁ ବକ୍ସିପାତ୍ର, ନବରଙ୍ଗପୁର ପାଇଁ ବଳଭଦ୍ର ମାଝୀ, ଢେଙ୍କାନାଳ ପାଇଁ ରୁଦ୍ର ନାରାୟଣ ପାଣି, ଆସିକା ପାଇଁ ଅନୀତା ପ୍ରିୟଦର୍ଶନୀ ଏବଂ ବାଲେଶ୍ୱର ପାଇଁ ପ୍ରତାପ ଷଡ଼ଙ୍ଗୀଙ୍କ ନାମ ଘୋଷଣା କରାଯାଇଛି।

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe