Advertisment

୨୦୧୪ ନିର୍ବାଚନ ପ୍ରତିଶ୍ରୁତିର ହିସାବ ରଖିବ ବିଜେପି

ନୂଆଦିଲ୍ଲୀ: ୨୦୧୪ ସାଧାରଣ ନିର୍ବାଚନ ବେଳେ ବିଜେପି ଦେଇଥିବା ପ୍ରତିଶ୍ରୁତିର ସ୍ଥିତି ନେଇ ଲୋକଙ୍କ ପାଖକୁ ଯିବ। ବିରୋଧୀ ଅନ୍ତିମ ସାଧାରଣ ନିର୍ବାଚନ ବେଳେ ବିଜେପି ଦେଇଥିବା ପ୍ରତିଶ୍ରୁତି ପାଣିର ଗାର ବୋଲି ନିର୍ବାଚନ ବେଳେ ନାରା ଦେଉଥିବା ବେଳେ ଜବାବରେ ବିଜେପି ଶେଷରେ ଏପରି ନିଷ୍ପତ୍ତି ନେଇଛି। ଏଥିପାଇଁ ଏକ ଟିମ୍ କାମ କରୁଛି। ଖୁବଶୀଘ୍ର ସମସ୍ତ ପ୍ରତିଶ୍ରୁତିର ସ୍ଥିତି ଏବଂ ବାକି ଥିବା କାମକୁ ନେଇ ବିଜେପି ଘୋଷଣା କରିବ ବୋଲି କହିଛି। ସବୁଠୁ […]

ଅଦ୍ୟତନ ହୋଇଛି
୨୦୧୪ ନିର୍ବାଚନ ପ୍ରତିଶ୍ରୁତିର ହିସାବ ରଖିବ ବିଜେପି

1

Advertisment

ନୂଆଦିଲ୍ଲୀ: ୨୦୧୪ ସାଧାରଣ ନିର୍ବାଚନ ବେଳେ ବିଜେପି ଦେଇଥିବା ପ୍ରତିଶ୍ରୁତିର ସ୍ଥିତି ନେଇ ଲୋକଙ୍କ ପାଖକୁ ଯିବ। ବିରୋଧୀ ଅନ୍ତିମ ସାଧାରଣ ନିର୍ବାଚନ ବେଳେ ବିଜେପି ଦେଇଥିବା ପ୍ରତିଶ୍ରୁତି ପାଣିର ଗାର ବୋଲି ନିର୍ବାଚନ ବେଳେ ନାରା ଦେଉଥିବା ବେଳେ ଜବାବରେ ବିଜେପି ଶେଷରେ ଏପରି ନିଷ୍ପତ୍ତି ନେଇଛି। ଏଥିପାଇଁ ଏକ ଟିମ୍ କାମ କରୁଛି। ଖୁବଶୀଘ୍ର ସମସ୍ତ ପ୍ରତିଶ୍ରୁତିର ସ୍ଥିତି ଏବଂ ବାକି ଥିବା କାମକୁ ନେଇ ବିଜେପି ଘୋଷଣା କରିବ ବୋଲି କହିଛି।

Advertisment

ସବୁଠୁ ବଡ଼ କଥା ହେଲା ବିରୋଧୀ ବେକାରୀକୁ ଅମୋଘ ଅସ୍ତ୍ର କରିଥିବା ବେଳେ ବିଜେପି ପ୍ରଥମେ ଚଳିତ ସରକାରରେ କେତେ ନିଯୁକ୍ତି ଦେଇଛି ତା ବାବଦରେ ରିପୋର୍ଟ ପ୍ରସ୍ତୁତ କରୁଥିବା ଜାତୀୟ ଗଣମାଧ୍ୟମ ରିପୋର୍ଟରୁ ଜଣାପଡ଼ିଛି। ଏଥିସହ ଜାତୀୟ ଗଣମାଧ୍ୟମ ’ଇଣ୍ଡିଆ ଟୁଡ଼େ ଗ୍ରୁପ’ ଏକ ସର୍ଭେ କରିଥିଲା ଯେଉଁଥିରେ ବେରୋଜଗାର ଚଳିତ ନିର୍ବାଚନରେ ସବୁଠୁ ବଡ଼ ପ୍ରସଙ୍ଗ ବୋଲି ସର୍ଭେରୁ ଜଣାପଡ଼ିଥିଲା।

ସୂଚନାଯୋଗ୍ୟ ୨୦୧୪ ସାଧାରଣ ନିର୍ବାଚନରେ ବିଜେପି ୫୪୯ଟି ପ୍ରତିଶ୍ରୁତି ଦେଇଥିଲା ଯେଉଁଥିରୁ ୫୨୦ଟି ପ୍ରତିଶ୍ରୁତି ଉପରେ ମୋଦି ସରକାର କାମ କରିଛନ୍ତି ବୋଲି ଜଣାପଡ଼ିଛି। ବାକି ଥିବା କାମ କାହିଁକି ଅଟକିଛି ବା କାହିଁକି ପଦକ୍ଷେପ ନିଆଯାଇ ନାହିଁ ସେ ନେଇ ରିପୋର୍ଟ ପ୍ରସ୍ତୁତ କରାଯାଉଥିବା ଜଣାପଡ଼ିଛି।

Advertisment

ପ୍ରଧାନମନ୍ତ୍ରୀ ଭାବେ ନରେନ୍ଦ୍ର ମୋଦି ସରକାରକୁ ଆସିବ ପରେ ମୁଦ୍ରା, ଉଜ୍ଜଳା ଯୋଜନା, ସାରା ଦେଶରେ ଜିଏସଟି ଲାଗୁ କରିବା ଭଳି ସଫଳ ଯୋଜନା ଲାଗୁ କରିଛନ୍ତି। ଯାହାକି ୨୦୧୪ ନିର୍ବାଚନ ବେଳେ ଦିଆଯାଇଥିବା ପ୍ରତିଶ୍ରୁତିରେ ନଥିଲା ତେଣୁ ଏହି ସଫଳତାକୁ ମଧ୍ୟ ବିଜେପି ପ୍ରସ୍ତୁତ ହେଉଥିବା ରିପୋର୍ଟରେ ଯୋଡ଼ିବ ବୋଲି ଜଣାପଡ଼ିଛି।

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe