Advertisment

ହାରିଲେ ବିହାର ପାଟନା ସାହିବ ଲୋକସଭା ଆସନର ସାଂସଦ ଶତ୍ରୁଘ୍ନ ସିହ୍ନା

ପାଟନା: ଚଳିତ ସାଧାରଣ ନିର୍ବାଚନରେ ବିହାରରେ ମହାମେଣ୍ଟକୁ ଶକ୍ତ ଝଟକା ଲାଗିଛି। ଯେଉଁଥିରେ ଆରଜେଡି ନେତୃତ୍ୱାଧୀନ ମେଣ୍ଟରେ ସାମିଲ ଥିବା କଂଗ୍ରେସ ପାଟନା ସାହିବ ଆସନରୁ ପରାଜୟ ସ୍ୱୀକାର କରିଛି। ବିଜେପିରେ ରହି ବାରମ୍ୱାର ଦଳୀୟ ନେତୃତ୍ୱ ଓ ପ୍ରଧାନମନ୍ତ୍ରୀଙ୍କୁ ସମାଲୋଚନା କରୁଥିବା ବଲିଉଡ ଅଭିନେତା ତଥା ସାଂସଦ ଶତ୍ରୁଘ୍ନ ସିହ୍ନା ଶେଷରେ ପରାଜୟ ହୋଇଛନ୍ତି। ଦଳ ବିରୋଧୀ କାର୍ଯ୍ୟ ପାଇଁ ବିଜେପି ଶତ୍ରୁଘ୍ନ ସିହ୍ନାଙ୍କୁ ଚଳିତଥର ଟିକେଟ ଦେଇନଥିଲା। ଏହାପରେ କଂଗ୍ରେସରେ ମିଶି ବିଜେପିକୁ ପାଟନା […]

ହାରିଲେ ବିହାର ପାଟନା ସାହିବ ଲୋକସଭା ଆସନର ସାଂସଦ ଶତ୍ରୁଘ୍ନ ସିହ୍ନା

shatrughna sinha

Advertisment

ପାଟନା: ଚଳିତ ସାଧାରଣ ନିର୍ବାଚନରେ ବିହାରରେ ମହାମେଣ୍ଟକୁ ଶକ୍ତ ଝଟକା ଲାଗିଛି। ଯେଉଁଥିରେ ଆରଜେଡି ନେତୃତ୍ୱାଧୀନ ମେଣ୍ଟରେ ସାମିଲ ଥିବା କଂଗ୍ରେସ ପାଟନା ସାହିବ ଆସନରୁ ପରାଜୟ ସ୍ୱୀକାର କରିଛି। ବିଜେପିରେ ରହି ବାରମ୍ୱାର ଦଳୀୟ ନେତୃତ୍ୱ ଓ ପ୍ରଧାନମନ୍ତ୍ରୀଙ୍କୁ ସମାଲୋଚନା କରୁଥିବା ବଲିଉଡ ଅଭିନେତା ତଥା ସାଂସଦ ଶତ୍ରୁଘ୍ନ ସିହ୍ନା ଶେଷରେ ପରାଜୟ ହୋଇଛନ୍ତି।

Advertisment

ଦଳ ବିରୋଧୀ କାର୍ଯ୍ୟ ପାଇଁ ବିଜେପି ଶତ୍ରୁଘ୍ନ ସିହ୍ନାଙ୍କୁ ଚଳିତଥର ଟିକେଟ ଦେଇନଥିଲା। ଏହାପରେ କଂଗ୍ରେସରେ ମିଶି ବିଜେପିକୁ ପାଟନା ସାହିବ ନିବାସୀ ଉଚିତ୍ ଜବାବ ଦେବେ ବୋଲି କହିଥିଲେ। ହେଲେ ଶେଷରେ ବିଜେପି ଓ ମୋଦିଙ୍କ ନେତୃତ୍ୱକୁ ପାଟନା ସାହିବ ନିବାସୀ ଜନାଦେଶ ଦେଇଛନ୍ତି।

ବଲିଉଡର ଭେଟେରାନ କଳାକାର ଶତ୍ରୁଘ୍ନ ସିହ୍ନାଙ୍କ ଠାରୁ ୩ ଲକ୍ଷରୁ ଅଧିକ ଭୋଟରେ ବିଜୟ ହୋଇଛନ୍ତି ରବି ଶଙ୍କର ପ୍ରସାଦ। କେନ୍ଦ୍ରମନ୍ତ୍ରୀ ତଥା ବିଜେପି ରାଜ୍ୟସଭା ସାଂସଦ ରବି ଶଙ୍କର ପ୍ରସାଦ ୬ ଲକ୍ଷ ୪୯ ହଜାର୫୬ ଖଣ୍ଡ ଭୋଟ ପାଇଥିବା ବେଳେ କଂଗ୍ରେସର ଶତ୍ରୁଘ୍ନ ସିହ୍ନା ୩ ଲକ୍ଷ ୨୧ ହଜାର ୮୪୦ ଖଣ୍ଡ ଭୋଟ ପାଇ ପରାଜୟ ହୋଇଛନ୍ତି।

Advertisment
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe