Advertisment

କଙ୍ଗନାଙ୍କ ଯାଚିକା ନେଇ ସଞ୍ଜୟଙ୍କୁ ଜବାବ ମାଗିଲେ ହାଇକୋର୍ଟ

ମୁମ୍ବାଇ: ମୁମ୍ବାଇ ହାଇକୋର୍ଟ ଶିବସେନା ମୁଖ୍ୟ ପ୍ରବକ୍ତା ସଞ୍ଜୟ ରାଉତଙ୍କୁ ଜବାବ ତଲବ କରିଛି। ଅଭିନେତ୍ରୀ କଙ୍ଗନା ରଣାଓ୍ୱତଙ୍କ ଅଫିସ ଭଙ୍ଗାରୁଜା ପ୍ରସଙ୍ଗ ନେଇ ରୁଜୁ ହୋଇଥିବା ମାମଲା ନେଇ ହାଇକୋର୍ଟ ରାଉତଙ୍କୁ ଜବାବ ମାଗିଛନ୍ତି। ଜଷ୍ଟିସ୍ ଏସ୍. ଜେ. କଥାଓ୍ୱାଲା ଏବଂ ଜଷ୍ଟିସ୍ ଆର୍. ଆଇ. ଚାଗଲାଙ୍କ ଖଣ୍ଡପୀଠ ବିଏମସି ଅଧିକାରୀଙ୍କୁ ମଧ୍ୟ ଏନଇ ନିଜ ପ୍ରତିକ୍ରିୟା ଦାଖଲ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି। ମହାରାଷ୍ଟ ସରକାର ବନାମ କଙ୍ଗନା ଯୁଦ୍ଧ ଭିତରେ ବିଏମସି କଙ୍ଗନାଙ୍କ ମଣିକର୍ଣ୍ଣିକା […]

author-image
Pragnya Choudhury
ଶିବସେନା ବନାମ କଙ୍ଗନା, ଫାଇଦାରେ ବିଜେପି!

sanjay rau kangana

ମୁମ୍ବାଇ: ମୁମ୍ବାଇ ହାଇକୋର୍ଟ ଶିବସେନା ମୁଖ୍ୟ ପ୍ରବକ୍ତା ସଞ୍ଜୟ ରାଉତଙ୍କୁ ଜବାବ ତଲବ କରିଛି। ଅଭିନେତ୍ରୀ କଙ୍ଗନା ରଣାଓ୍ୱତଙ୍କ ଅଫିସ ଭଙ୍ଗାରୁଜା ପ୍ରସଙ୍ଗ ନେଇ ରୁଜୁ ହୋଇଥିବା ମାମଲା ନେଇ ହାଇକୋର୍ଟ ରାଉତଙ୍କୁ ଜବାବ ମାଗିଛନ୍ତି। ଜଷ୍ଟିସ୍ ଏସ୍. ଜେ. କଥାଓ୍ୱାଲା ଏବଂ ଜଷ୍ଟିସ୍ ଆର୍. ଆଇ. ଚାଗଲାଙ୍କ ଖଣ୍ଡପୀଠ ବିଏମସି ଅଧିକାରୀଙ୍କୁ ମଧ୍ୟ ଏନଇ ନିଜ ପ୍ରତିକ୍ରିୟା ଦାଖଲ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି।

Advertisment

ମହାରାଷ୍ଟ ସରକାର ବନାମ କଙ୍ଗନା ଯୁଦ୍ଧ ଭିତରେ ବିଏମସି କଙ୍ଗନାଙ୍କ ମଣିକର୍ଣ୍ଣିକା ଅଫିସ ଭଙ୍ଗାରୁଜା କରିଥିଲା। ସେପ୍ଟେମ୍ୱରରେ ଏନେଇ ବିଏମସି ଏଚ୍-ଓ୍ୱାର୍ଡ ଅଧିକାରୀ ଭାଗ୍ୟବନ୍ତ ଲାତେ ନୋଟିସରେ ହସ୍ତାକ୍ଷର କରିଥିଲେ। ତେବେ କଙ୍ଗନାଙ୍କ ଓକିଲ ମଙ୍ଗଳବାର କୋର୍ଟରେ ଡିଭିଡି ଦାଖଲ କରିଛନ୍ତି, ଯେଉଁଥିରେ ଶିବସେନା ନେତା ରାଓ୍ୱତ କଙ୍ଗନାଙ୍କୁ ଧମକ ଦେଉଥିବା ବୟାନ ରହିଛି। ଏହାପରେ ଖଣ୍ଡପୀଠ ରାଓ୍ୱତ ଏବଂ ଲାତେଙ୍କୁ ମାମଲାରେ ନିଜ ପକ୍ଷ ରଖିବାକୁ ଅନୁମତି ଦେଇଛନ୍ତି।

ରାଓ୍ୱତଙ୍କ ଓକିଲ ପ୍ରଦୀପ ଥୋରାଟ୍ ଶିବସେନା ଏନେଇ ଅତିରିକ୍ତ ସମୟ ମାଗିଥିବା ଜଣାପଡ଼ିଛି। ରାଓ୍ୱତ ବର୍ତ୍ତମାନ ଦିଲ୍ଲୀରେ ଥିବାରୁ ଜବାବ ଦାଖଲ ପାଇଁ ଅଧିକ ସମୟ ଆବଶ୍ୟକ ବୋଲି ନିବେଦନ କରିଛନ୍ତି। ଅନ୍ୟପଟେ ବିଏମସିର ବରିଷ୍ଠ ଓକିଲ ଅନିଲ ସାଖରେ ମଧ୍ୟ ଲାତେଙ୍କ ଜବାବ ଦାଖଲ ଲାଗି କୋର୍ଟଙ୍କୁ ଅତିରିକ୍ତ ସମୟ ମାଗିଛନ୍ତି।

Advertisment

ଜଷ୍ଟିସ୍ ଏସ୍. ଜେ. କଥାଓ୍ୱାଲା କହିଛନ୍ତି ଯେ, କଙ୍ଗନାଙ୍କ ଯାଚିକାକୁ ନେଇ ଶୁକ୍ରବାରଠାରୁ ଶୁଣାଣି ଆରମ୍ଭ ହେବ ଏବଂ କୋର୍ଟରେ ନିଜ ପକ୍ଷ ରଖିବା ପାଳି ଆସିବା ପୂର୍ବରୁ ରାଓ୍ୱତ ନିଜ ଜବାବ୍ ଦାଖଲ କରିପାରିବେ। ସେହିପରି ସୋମବାର ସୁଦ୍ଧା ବିଏମସି ପକ୍ଷରୁ ଜବାବ ଦାଖଲ କରିବାକୁ ଖଣ୍ଡପୀଠ ନିର୍ଦ୍ଦେଶ ଦେଇଛନ୍ତି।

ସୂଚନାଯୋଗ୍ୟ, କଙ୍ଗନାଙ୍କ ମାମଲାରେ ଖଣ୍ଡପୀଠ କହିଛନ୍ତି ଯେ, ଆମେ ଭଗ୍ନ ଘରକୁ ଏମିତି ହିଁ ଛାଡ଼ିପାରିବା ନାହିଁ। ବିଲଡିଂଟି ଆଂଶିକ ଭାବରେ ଧ୍ୱଂସ ହୋଇସାରିଛି। ଆଉ ପ୍ରବଳ ବର୍ଷାରେ ଭଙ୍ଗା ଘରକୁ ଏମିତି ଛାଡ଼ିବା ଉଚିତ୍ ନୁହେଁ। ଯାଚିକାକୁ ନେଇ ଶୁଣାଣି କରିବାରେ ବିଳମ୍ବ କରାଯାଇପାରିବ ନାହିଁ। ତେବେ କଙ୍ଗନା ନିଜ ଯାଚିକାରେ ବିଏମସି ଦ୍ୱାରା ନିଜ ଅଫିସ ଭଙ୍ଗାରୁଜା ବାବଦରେ 2 କୋଟି ଟଙ୍କା କ୍ଷତିପୁରଣ ଦାବି କରିଛନ୍ତି।

Maharashtra Govt Kangana Ranaut