Advertisment

ମାଲ୍ୟା, ନୀରବଙ୍କୁ ପଠାଇଦେବୁ, କହିଲେ ବ୍ରିଟେନ ପ୍ରଧାନମନ୍ତ୍ରୀ

ନୂଆଦିଲ୍ଲୀ: ଦେଶ ଛାଡି ପଳାୟନ କରିଥିବା ନୀରବ ମୋଦି ଓ ବିଜୟ ମାଲ୍ୟାଙ୍କ ଭଳି ଲୋକଙ୍କୁ ସ୍ୱାଗତ କରିବାକୁ ଚାହୁଁନୁ। ସେମାନଙ୍କ ନିମନ୍ତେ ବ୍ରିଟେନରେ କୌଣସି ସ୍ଥାନ ନାହିଁ। ସେମାନଙ୍କୁ ଭାରତ ପଠାଇ ଦେବାକୁ ସେ ଚାହୁଁଛନ୍ତି। ଦୁଇଦିନିଆ ଭାରତ ଗସ୍ତରେ ଆସିଥିବା ବ୍ରିଟେନ ପ୍ରଧାନମନ୍ତ୍ରୀ ବୋରିସ ଜନସନ ଗଣମାଧ୍ୟମକୁ ସୂଚନା ଦେଇ ଏହା କହିଛନ୍ତି। ସେ ଆହୁରି କହିଛନ୍ତି, ଏଥିରେ କିଛି ଆଇନଗତ କାର୍ଯ୍ୟ କରିବାକୁ ରହିଛି। ନିଜ ଦେଶର ଆଇନରୁ ବଞ୍ଚିବା ପାଇଁ ସେମାନେ […]

ଅଦ୍ୟତନ ହୋଇଛି
ମାଲ୍ୟା, ନୀରବଙ୍କୁ ପଠାଇଦେବୁ, କହିଲେ ବ୍ରିଟେନ ପ୍ରଧାନମନ୍ତ୍ରୀ

moric

Advertisment

ନୂଆଦିଲ୍ଲୀ: ଦେଶ ଛାଡି ପଳାୟନ କରିଥିବା ନୀରବ ମୋଦି ଓ ବିଜୟ ମାଲ୍ୟାଙ୍କ ଭଳି ଲୋକଙ୍କୁ ସ୍ୱାଗତ କରିବାକୁ ଚାହୁଁନୁ। ସେମାନଙ୍କ ନିମନ୍ତେ ବ୍ରିଟେନରେ କୌଣସି ସ୍ଥାନ ନାହିଁ। ସେମାନଙ୍କୁ ଭାରତ ପଠାଇ ଦେବାକୁ ସେ ଚାହୁଁଛନ୍ତି। ଦୁଇଦିନିଆ ଭାରତ ଗସ୍ତରେ ଆସିଥିବା ବ୍ରିଟେନ ପ୍ରଧାନମନ୍ତ୍ରୀ ବୋରିସ ଜନସନ ଗଣମାଧ୍ୟମକୁ ସୂଚନା ଦେଇ ଏହା କହିଛନ୍ତି।

Advertisment

ସେ ଆହୁରି କହିଛନ୍ତି, ଏଥିରେ କିଛି ଆଇନଗତ କାର୍ଯ୍ୟ କରିବାକୁ ରହିଛି। ନିଜ ଦେଶର ଆଇନରୁ ବଞ୍ଚିବା ପାଇଁ ସେମାନେ ଆମ ଦେଶକୁ ଆସି ଯାଇଛନ୍ତି। ସେହିପରି ବ୍ରିଟେନରେ ସକ୍ରିୟ ଖଲିସ୍ତାନୀ ସଂଗଠନ ଉପରେ କାର୍ଯ୍ୟାନୁଷ୍ଠାନ ନିମନ୍ତେ ଏଣ୍ଟି ଟେରରିଷ୍ଟ ଷ୍ଟ୍ରାଇକ୍ ଫୋର୍ସ ଗଠନ କରାଯାଇଛି। ସେମାନଙ୍କ ଉପରେ ଉଚିତ୍ କାର୍ଯ୍ୟାନୁଷ୍ଠାନ ହେବ।

ରୁଷ-ୟୁକ୍ରେନ ଯୁଦ୍ଧ ସମ୍ପର୍କରେ ସେ କହିଛନ୍ତି ଆସନ୍ତା ସପ୍ତାହରୁ କିଭରେ ପୁନଶ୍ଚ ବ୍ରିଟେନର ଦୂତାବାସ ଖୋଲି ଦିଆଯିବ। ମାରିୟୁପୋଲ ଉପରେ ଯେପରି ଆକ୍ରମଣ ହେଉଛି ତାହା ରୁଷ ଉପରେ ଆଙ୍ଗୁଳି ଉଠାଉଛି। ତେବେ ଭାରତ ସହ ରୁଷର ସମ୍ପର୍କ ଖୁବ୍ ପୁରୁଣା। ରୁଷକୁ ନେଇ ଭାରତର ଷ୍ଟାଣ୍ଡ ଆଗକୁ ବଦଳିବନି ବୋଲି ସମସ୍ତଙ୍କୁ ଜଣାଅଛି। ସେହିପରି ରୁଷ-ୟୁକ୍ରେନ ଯୁଦ୍ଧକୁ ନେଇ ଭାରତ-ବ୍ରିଟେନ ସ୍ଥିତି ଏକା ନୁହେଁ। ଏହି କଠିନ ସମୟରେ ଭାରତ ସହଯୋଗ ମିଳିବା ବନ୍ଧୁତ୍ୱକୁ ମଜଭୂତ କରିଛି।

Advertisment

୨୦୫୦ ମସିହା ସୁଦ୍ଧା ଭାରତ ବିଶ୍ୱର ସବୁଠାରୁ ବଡ଼ ଅର୍ଥ ବ୍ୟବସ୍ଥା ହୋଇଯିବ। ଚଳିତ ବର୍ଷ ଦୀପାବଳି ସୁଦ୍ଧା ମୁକ୍ତ ବାଣିଜ୍ୟ ଚୁକ୍ତି ଚୂଡ଼ାନ୍ତ କରିଦିଆଯିବ। ଏହି ପ୍ରକ୍ରିୟାକୁ ଶୀଘ୍ର ଶେଷ କରିବାକୁ ସେ ନିର୍ଦ୍ଦେଶ ଦେଇସାରିଛନ୍ତି।

ତେଣେ ପ୍ରଥମ ଦିନ ଗୁଜୁରାଟରେ ତାଙ୍କୁ ଜୋରଦାର ସ୍ୱାଗତ କରାଯାଇଥିଲା। ଏଥିରେ ଖୁସି ହୋଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ସେ ତାଙ୍କର ଖାସ୍ ବନ୍ଧୁ ବୋଲି କହିଥିଲେ। ଗସ୍ତ ବେଳେ ପ୍ରତ୍ୟେକ ସ୍ଥାନରେ ତାଙ୍କ ପୋଷ୍ଟର ଲାଗିଥିଲା। ଯାହା ତାଙ୍କୁ ଅମିତାଭ ବଚ୍ଚନ, ସଚିନ ତେନ୍ଦୁଲକରଙ୍କ ଭଳି ଲାଗିଥିଲା ବାଲି ଗଣମାଧ୍ୟମକୁ କହିଥିଲେ। ସେ ଏକ ବୁଲଡୋଜର ଉପରେ ବସି ଫଟୋ ଭଠାଇବା ଏବେ ଭାଇରାଲ ହୋଇଛି।­

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe