Advertisment

ପ୍ରେମିକାର ସମାଧି ପାଖରେ ନିଜକୁ ସମର୍ପି ଦେଲେ ପ୍ରେମିକ

ହାଇଦ୍ରାବାଦ: ପ୍ରେମିକାର ମୃତ୍ୟୁ ପରେ ପ୍ରେମିକର ଆତ୍ମହତ୍ୟା। ଖବରଟି ଆଶ୍ଚର୍ଯ୍ୟ ଲାଗିଲେ ବି ସତ। ଜଣେ ୨୪ ବର୍ଷ ବୟସ୍କ ଯୁବକ ତାଙ୍କ ପ୍ରେମିକାଙ୍କ ସମାଧି ପାଖରେ ରଶି ଲଗାଇ ଆତ୍ମହତ୍ୟା କରିଛନ୍ତି। ତେଲେଙ୍ଗାନାର ଜୟଶଙ୍କର ଭୁପାଲପାଲୀ ଜିଲ୍ଲାରେ ଏହି ଅଭାବନୀୟ ଘଟଣା ଘଟିଛି। ମୃତକଙ୍କ ନାମ ମହେଶ। ତେଲେଙ୍ଗାନା ପୁଲିସର କହିଛି ଯେ ଏହି ଘଟଣା ଜିଲ୍ଲାର ମହାଦେବପୁର ମଣ୍ଡଳର କୁଡୁରୁପଲ୍ଲୀରେ ଘଟିଛି। ଆତ୍ମହତ୍ୟା ପୂର୍ବରୁ ଯୁବକ ଜଣଙ୍କ ହ୍ୱାଟସଆପରେ ଏକ ମେସେଜ ସମସ୍ତଙ୍କ ପାଇଁ […]

author-image
Subhransu Sekhar
ପଙ୍ଖାରେ ଝୁଲି ଗୋଟିଏ ପରିବାରର ୬ ଜଣଙ୍କ ଆତ୍ମହତ୍ୟା!

sucide

ହାଇଦ୍ରାବାଦ: ପ୍ରେମିକାର ମୃତ୍ୟୁ ପରେ ପ୍ରେମିକର ଆତ୍ମହତ୍ୟା। ଖବରଟି ଆଶ୍ଚର୍ଯ୍ୟ ଲାଗିଲେ ବି ସତ। ଜଣେ ୨୪ ବର୍ଷ ବୟସ୍କ ଯୁବକ ତାଙ୍କ ପ୍ରେମିକାଙ୍କ ସମାଧି ପାଖରେ ରଶି ଲଗାଇ ଆତ୍ମହତ୍ୟା କରିଛନ୍ତି। ତେଲେଙ୍ଗାନାର ଜୟଶଙ୍କର ଭୁପାଲପାଲୀ ଜିଲ୍ଲାରେ ଏହି ଅଭାବନୀୟ ଘଟଣା ଘଟିଛି। ମୃତକଙ୍କ ନାମ ମହେଶ।

Advertisment

ତେଲେଙ୍ଗାନା ପୁଲିସର କହିଛି ଯେ ଏହି ଘଟଣା ଜିଲ୍ଲାର ମହାଦେବପୁର ମଣ୍ଡଳର କୁଡୁରୁପଲ୍ଲୀରେ ଘଟିଛି। ଆତ୍ମହତ୍ୟା ପୂର୍ବରୁ ଯୁବକ ଜଣଙ୍କ ହ୍ୱାଟସଆପରେ ଏକ ମେସେଜ ସମସ୍ତଙ୍କ ପାଇଁ ଦେଇଥିଲେ। ଯେଉଁଥିରେ ସେ ଉଲ୍ଲେଖ କରିଥିଲେ ସେ ତାଙ୍କ ପ୍ରେମିକଙ୍କ ବିନା ବଞ୍ଚିପାରିବେ ନାହିଁ।

ମହେଶ ତେଲେଙ୍ଗାନା ଷ୍ଟେଟ ମିନେରାଲ ଡେଭଲପମେଣ୍ଟ କର୍ପୋରେସନରେ କାମ କରୁଥିଲେ ଏବଂ ରବିବାର ଦିନ ସେ କିଛି କାମ ପାଇଁ ଘରୁ ବାହାରକୁ ଆସିଥିଲେ। ଏହାପରେ ତାଙ୍କ ମୃତଦେହ ତାଙ୍କ ପ୍ରେମିକାଙ୍କ ସମାଧି ନିକଟରୁ ଉଦ୍ଧାର ହୋଇଥିଲା। ମହେଶଙ୍କ ଏଭଳି ପଦକ୍ଷେପ ତାଙ୍କ ପରିବାର ପାଇଁ ଶକ୍ତ ଧକ୍କା ସାବ୍ୟସ୍ତ ହୋଇଛି।

Advertisment

ମହେଶଙ୍କ ପରିବାର ଅନୁଯାୟୀ, ସେ କିଛି ସମୟ ପାଇଁ ଝିଅକୁ ଭଲ ପାଉଥିଲେ ଏବଂ ବିବାହ ପାଇଁ ସମସ୍ତ ବ୍ୟବସ୍ଥା କରିଥିଲେ। ତାଙ୍କ ମୃତ୍ୟୁ ପରେ ମହେଶ ଗଭୀର ମାନସିକ ଆଘାତ ପାଇଥିଲେ। କହିରଖୁଛୁ ମହେଶଙ୍କ ପ୍ରେମିକାଙ୍କର ମୃତ୍ୟୁ କୌଣସି ରୋଗରେ ହୋଇଥିବା ଜଣାପଡ଼ିଛି।