/odisha-reporter/media/post_attachments/uploads/2015/05/ORD_BrahMos_lg.jpg)
BrahMos
ନୂଆଦିଲ୍ଲୀ:ବ୍ରହ୍ମୋସ୍ ମିସାଇଲ୍ର ଆଡଭାନ୍ସ ଭର୍ସନର ପରୀକ୍ଷା ସଫଳ ହୋଇଛି। କାର୍ ନିକୋବର୍ ଆଇଲାଣ୍ଡରୁ ଟାର୍ଗେଟକୁ ସଫଳତାର ସହ ଭେଦ କରିଛି ବ୍ରହ୍ମୋସ୍ ଲ୍ୟାଣ୍ଡ ଆଟାକ କ୍ରୁଜ୍ ମିସାଇଲ୍। ସୁଚନା ଅନୁସାରେ, ଶନିବାର ଦିନ ପ୍ରାୟ ୧ଟା ୩୦ ମିନିଟ୍ ସମୟରେ ମୋବାଇଲ୍ ଅଟୋନୋମସ୍ ଲଂଚରରୁ ଏହାର ପରୀକ୍ଷା କରାଯାଇଥିଲ। ସ୍ଥଳ ଭାଗରୁ ସ୍ଥଳ ଭାଗରେ ଥିବା ଟାର୍ଗେଟ୍କୁ ବ୍ରହ୍ମୋସ୍ ବ୍ଲକ୍ ଥ୍ରୀ ଶନିବାର ସଫଳତାର ସହ ଭେଦ କରିଛି। ୨୯୦ କିଲୋମିଟର୍ ଯାଏଁ ବ୍ରହ୍ମୋସ୍ର ଲକ୍ଷଭେଦ କ୍ଷମତା ରହିଛି। କେବଳ ସ୍ଥଳଭାଗ ନୁହେଁ ଜଳଭାଗ ଓ ଆକାଶରୁ ମଧ୍ୟ ଏହା ଟାର୍ଗେଟ୍ ଭେଦ କରିବାରେ ସକ୍ଷମ। ଉଭୟ ଶୁକ୍ରବାର ଓ ଶନିବାର କରାଯାଇଥିବା ପରୀକ୍ଷା ସଫଳ ହୋଇଛି। ଭାରତ ଓ ରୁଷିଆର ମିଳିତ ଜ୍ଞାନକୌଶଳରେ ନିର୍ମିତ ହୋଇଛି ବ୍ରହ୍ମୋସ୍।
Advertisment
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
