ଲଣ୍ଡନ :ଡେଭିଡ କ୍ୟାମେରୁନ ପୁଣି ଥରେ ବ୍ରିଟେନର ପ୍ରଧାନମନ୍ତ୍ରୀ ପଦରେ ବସିବା ନିଶ୍ଚିତ ହୋଇଯାଇଛି। ଗତକାଲି ମତଦାନ ପରେ ଆଜି ଚାଲିଛି ଭୋଟ ଗଣତି। ବର୍ତ୍ତମାନ ସୁଦ୍ଧା ୬୫୦ଟି ଆସନ ମଧ୍ୟରୁ ୩୧୨ଟିରେ କ୍ୟାମେରୁନଙ୍କ କଞ୍ଜରେଭଟିଭ୍ ପାର୍ଟି ଆଗୁଆ ରହିଛି। ପ୍ରମୁଖ ପ୍ରତିଦ୍ୱନ୍ଦ୍ୱୀ ଲେବର ପାର୍ଟିକୁ ବର୍ତ୍ତମାନ ସୁଦ୍ଧା ୨୨୪ଟି ସିଟ ମିଳିଛି। ତୃତୀୟସ୍ଥାନରେ ଅଛନ୍ତି ସ୍କଟିସ୍ ନ୍ୟାସନାଲ ପାର୍ଟି। ଗତମାର୍ଚ୍ଚ ୩୦ରୁ ବର୍ତ୍ତମାନ ଯାଏଁ ସରକାରଙ୍କ କାର୍ଯ୍ୟକାଳ ଶେଷ ହେବା ପରେ ଅନୁଷ୍ଠିତ ହୋଇଛି ସାଧାରଣ ନିର୍ବାଚନ। ଦ୍ୱିତୀୟ ଥର ପାଇଁ ପ୍ରାଧାନମନ୍ତ୍ରୀ ରସ ଅଛନ୍ତି କ୍ୟାମରନ୍। ଗତକାଲି ୟୁକେର ହାଉସ ଅଫ କମନ୍ସର ୬୫୦ଟି ଆସନରେ ନିର୍ବାଚନ ଅନୁଷ୍ଠିତ ହୋଇଥିଲା। ସଂଖ୍ୟା ଗରିଷ୍ଠତା ପାଇଁ କୌଣସି ଦଳକୁ ୩୨୬ଟି ଆସନ ହାସଲ କରିବାକୁ ହେବ।
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।
Related Stories

Crime
କେମିତି ନାକ ଫୁଲ ଯୋଗୁ ଧରାପଡ଼ିଲେ ହତ୍ୟାକାରୀ?
ମହିଳା ଜଣଙ୍କ ନାକରେ ପିନ୍ଧିଥିବା ଗୋଟିଏ ସୁନା ପିନ୍ ବା ନାକ ଫୁଲ ସହାୟତାରେ ପୁଲିସ୍ ପୂରା ଘଟଣା ଉପରୁ ପରଦା ହଟାଇବାକୁ ସକ୍ଷମ ହୋଇଛି।

Health
ହୃଦ ରୋଗ ବୃଦ୍ଧି କରୁଛି ତମାଖୁ, ହଠାତ୍ ଚାଲି ଯାଉଛି ଜୀବନ
ଯୁବଗୋଷ୍ଠୀ ମଧ୍ୟ ହୃଦଘାତର ଶିକାର ହୋଇପାରନ୍ତି। ସୋଶାଲ ମିଡିଆରେ ନାଚିବା ବେଳେ, ଚାଲିବା ବେଳେ, ବସିବା ବେଳେ ହଠାତ୍ କେମିତି ଲୋକମାନେ ହୃଦଘାତର ଶିକାର ହେଉଛନ୍ତି, ତା’ର ଲକ୍ଷାଧିକ ଭିଡିଓ ଭାଇରାଲ ହେଉଛି। ୪୦ ବର୍ଷରୁ କମ ବୟସ୍କ କ୍ଷେତ୍ରରେ ହୃଦ ରୋଗ ବଢ଼ିବା ସମସ୍ତଙ୍କ ଚିନ୍ତା ବଢ଼ାଇ ଦେଇଛି।

National
ଝଡ଼ ବର୍ଷା ସାଙ୍ଗକୁ ମାରିଲା ବିଜୁଳି: ହଠାତ୍ ଚାଲିଗଲା ୮୦ ଜଣଙ୍କ ଜୀବନ
କିଛି ମିନିଟରେ ଉଜୁଡ଼ି ଗଲା ସବୁ କିଛି। ହଠାତ୍ ଝଡ଼ ବର୍ଷା ହେଲା ଓ ଘନଘନ ବିଜୁଳି ମାରିଲା।

National
ସେ ନିଜେ ସମସ୍ୟାକୁ ନିମନ୍ତ୍ରଣ କରିଥିଲେ: ଦୁଷ୍କର୍ମ ପୀଡ଼ିତାଙ୍କୁ କାହିଁକି ଏମିତି କହିଲେ ହାଇକୋର୍ଟ?
ପୀଡ଼ିତାଙ୍କ କହିବା କଥା ଯେ ସେ ତାଙ୍କର କିଛି ମହିଳା ବନ୍ଧୁଙ୍କ ସହ ଦିଲ୍ଲୀର ଗୋଟିଏ ବାରକୁ ଯାଇଥିବା ବେଳେ ଅଭଯୁକ୍ତଙ୍କ ସହ ତାଙ୍କର ଦେଖା ହୋଇଥିଲା।

National
୨୬/୧୧ ଆତଙ୍କୀ ହମଲା: ସେଦିନ କେମିତି ୨୦ ଜଣ ଗର୍ଭବତୀଙ୍କ ଜୀବନ ବଞ୍ଚାଇଥିଲେ ନର୍ସ ଅଞ୍ଜଳୀ?
ହମଲା ବେଳେ ନିଜ ଜୀବନକୁ ବାଜିରେ ଅନେକ ଲୋକ ଲଗାଇଥିଲେ। ସେମାନେ ଆତଙ୍କବାଦୀ ହମଲାକୁ ନିଜ ଆଖିରେ ଦେଖି ମଧ୍ୟ କର୍ତ୍ତବ୍ୟରେ ଅବହେଳା କରି ନଥିଲେ।