Advertisment

ବ୍ରିଟେନ୍‌ ନିର୍ବାଚନ : କ୍ୟାମେରୁନ ପୁଣି ପ୍ରଧାନମନ୍ତ୍ରୀ ହେବା ନିଶ୍ଚିତ

ଲଣ୍ଡନ :ଡେଭିଡ କ୍ୟାମେରୁନ ପୁଣି ଥରେ ବ୍ରିଟେନର ପ୍ରଧାନମନ୍ତ୍ରୀ ପଦରେ ବସିବା ନିଶ୍ଚିତ ହୋଇଯାଇଛି।  ଗତକାଲି ମତଦାନ ପରେ ଆଜି ଚାଲିଛି ଭୋଟ ଗଣତି। ବର୍ତ୍ତମାନ ସୁଦ୍ଧା ୬୫୦ଟି ଆସନ ମଧ୍ୟରୁ ୩୧୨ଟିରେ କ୍ୟାମେରୁନଙ୍କ କଞ୍ଜରେଭଟିଭ୍ ପାର୍ଟି ଆଗୁଆ ରହିଛି। ପ୍ରମୁଖ ପ୍ରତିଦ୍ୱନ୍ଦ୍ୱୀ ଲେବର ପାର୍ଟିକୁ ବର୍ତ୍ତମାନ ସୁଦ୍ଧା ୨୨୪ଟି ସିଟ ମିଳିଛି।  ତୃତୀୟସ୍ଥାନରେ ଅଛନ୍ତି ସ୍କଟିସ୍ ନ୍ୟାସନାଲ ପାର୍ଟି। ଗତମାର୍ଚ୍ଚ ୩୦ରୁ ବର୍ତ୍ତମାନ ଯାଏଁ ସରକାରଙ୍କ କାର୍ଯ୍ୟକାଳ ଶେଷ ହେବା ପରେ ଅନୁଷ୍ଠିତ ହୋଇଛି ସାଧାରଣ […]

ଅଦ୍ୟତନ ହୋଇଛି
ବ୍ରିଟେନ୍‌ ନିର୍ବାଚନ : କ୍ୟାମେରୁନ ପୁଣି ପ୍ରଧାନମନ୍ତ୍ରୀ ହେବା ନିଶ୍ଚିତ

Cameron

Advertisment

ଲଣ୍ଡନ :ଡେଭିଡ କ୍ୟାମେରୁନ ପୁଣି ଥରେ ବ୍ରିଟେନର ପ୍ରଧାନମନ୍ତ୍ରୀ ପଦରେ ବସିବା ନିଶ୍ଚିତ ହୋଇଯାଇଛି।  ଗତକାଲି ମତଦାନ ପରେ ଆଜି ଚାଲିଛି ଭୋଟ ଗଣତି। ବର୍ତ୍ତମାନ ସୁଦ୍ଧା ୬୫୦ଟି ଆସନ ମଧ୍ୟରୁ ୩୧୨ଟିରେ କ୍ୟାମେରୁନଙ୍କ କଞ୍ଜରେଭଟିଭ୍ ପାର୍ଟି ଆଗୁଆ ରହିଛି। ପ୍ରମୁଖ ପ୍ରତିଦ୍ୱନ୍ଦ୍ୱୀ ଲେବର ପାର୍ଟିକୁ ବର୍ତ୍ତମାନ ସୁଦ୍ଧା ୨୨୪ଟି ସିଟ ମିଳିଛି।  ତୃତୀୟସ୍ଥାନରେ ଅଛନ୍ତି ସ୍କଟିସ୍ ନ୍ୟାସନାଲ ପାର୍ଟି। ଗତମାର୍ଚ୍ଚ ୩୦ରୁ ବର୍ତ୍ତମାନ ଯାଏଁ ସରକାରଙ୍କ କାର୍ଯ୍ୟକାଳ ଶେଷ ହେବା ପରେ ଅନୁଷ୍ଠିତ ହୋଇଛି ସାଧାରଣ ନିର୍ବାଚନ। ଦ୍ୱିତୀୟ ଥର ପାଇଁ ପ୍ରାଧାନମନ୍ତ୍ରୀ ରସ ଅଛନ୍ତି କ୍ୟାମରନ୍। ଗତକାଲି ୟୁକେର ହାଉସ ଅଫ କମନ୍ସର ୬୫୦ଟି ଆସନରେ ନିର୍ବାଚନ ଅନୁଷ୍ଠିତ ହୋଇଥିଲା। ସଂଖ୍ୟା ଗରିଷ୍ଠତା ପାଇଁ କୌଣସି ଦଳକୁ ୩୨୬ଟି ଆସନ ହାସଲ କରିବାକୁ ହେବ।

Advertisment
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe