Advertisment

ବ୍ରିଟେନ୍ ନିର୍ବାଚନ: ବାଜିମାରିଲେ ଡେଭିଡ୍ କାମେରୁନ୍

ଲଣ୍ଡନ : ବ୍ରିଟେନ୍ ସାଧାରଣ ନିର୍ବାଚନରେ ପୁଣି ଥରେ ବାଜି ମାରିଛନ୍ତି ପ୍ରଧାନମନ୍ତ୍ରୀ ଡେଭିଡ୍ କାମେରୁନ୍। ୬୫୦ ଆସନ ବିଶିଷ୍ଟ ହାଉସ୍ ଅଫ୍ କମନ୍ସରେ ସଂଖ୍ୟାଗରିଷ୍ଠତା ପାଇଁ ୩୨୬ଟି ଆସନ ଦରକାର ଥିବା ବେଳେ କାମେରୁନ୍ଙ୍କ କଞ୍ଜରଭେଟିଭ୍ ପାର୍ଟି ୩୩୧ଟି ଆସନ ହାସଲ କରିଛି। ନିର୍ବାଚନ ପୂର୍ବରୁ କରାଯାଇଥିବା ଏକ୍ଜିଟ୍ ପୋଲରେ କନଜଭେଟିଭ୍ ପାର୍ଟି ଓ ଲେବର ପାର୍ଟି ମଧ୍ୟରେ କଡ଼ା ମୁକାବିଲା ହେବ ବୋଲି ପୂର୍ବାନୁମାନ କରାଯାଇଥିଲା। ତେବେ ଲେବର ପାର୍ଟିର ଫଳାଫଳ ପୂର୍ବାନୁମାନ ତୁଳନାରେ […]

author-image
Rakesh Mallick
ଅଦ୍ୟତନ ହୋଇଛି
ବ୍ରିଟେନ୍ ନିର୍ବାଚନ: ବାଜିମାରିଲେ ଡେଭିଡ୍ କାମେରୁନ୍

camerons

ଲଣ୍ଡନ : ବ୍ରିଟେନ୍ ସାଧାରଣ ନିର୍ବାଚନରେ ପୁଣି ଥରେ ବାଜି ମାରିଛନ୍ତି ପ୍ରଧାନମନ୍ତ୍ରୀ ଡେଭିଡ୍ କାମେରୁନ୍। ୬୫୦ ଆସନ ବିଶିଷ୍ଟ ହାଉସ୍ ଅଫ୍ କମନ୍ସରେ ସଂଖ୍ୟାଗରିଷ୍ଠତା ପାଇଁ ୩୨୬ଟି ଆସନ ଦରକାର ଥିବା ବେଳେ କାମେରୁନ୍ଙ୍କ କଞ୍ଜରଭେଟିଭ୍ ପାର୍ଟି ୩୩୧ଟି ଆସନ ହାସଲ କରିଛି। ନିର୍ବାଚନ ପୂର୍ବରୁ କରାଯାଇଥିବା ଏକ୍ଜିଟ୍ ପୋଲରେ କନଜଭେଟିଭ୍ ପାର୍ଟି ଓ ଲେବର ପାର୍ଟି ମଧ୍ୟରେ କଡ଼ା ମୁକାବିଲା ହେବ ବୋଲି ପୂର୍ବାନୁମାନ କରାଯାଇଥିଲା। ତେବେ ଲେବର ପାର୍ଟିର ଫଳାଫଳ ପୂର୍ବାନୁମାନ ତୁଳନାରେ ଯଥେଷ୍ଟ ଖରାପ ହୋଇଛି। ଲେବର ପାର୍ଟି ନେତା ଏଡ୍ ମିଲିବ୍ୟାଣ୍ଡଙ୍କ ସମସ୍ତ ପ୍ରୟାସ ସତ୍ତ୍ବେ ଦଳର ପ୍ରଦର୍ଶନ ଆଶାନୁରୂପ ହୋଇନାହିଁ। ସେହିପରି ସ୍କଟଲ୍ୟାଣ୍ଡରେ ଦଳ ମୂଳପୋଛ ହୋଇଛି। ଏହା ପରେ ମିଲିବ୍ୟାଣ୍ଡ ନିଜ ପଦରୁ ଇସ୍ତଫ। ଦେଇଛନ୍ତି। ଅନ୍ୟପକ୍ଷରେ ଦଳକୁ ବିପୁଳ ଜନମତ ପରେ ପ୍ରଧାନମନ୍ତ୍ରୀ କ୍ୟାମେରନ୍ ନିଜ ଏଜେଣ୍ଡାକୁ କାର୍ଯ୍ୟକାରୀ କରିବାରେ ସମର୍ଥ ହେବେ ବୋଲି କୁହାଯାଉଛି। ସେ ବଙ୍କିମହାମ୍ ପ୍ୟାଲେସ୍ ଯାଇ କୁଇନ୍ ଏଲିଜାବେଥ୍ଙ୍କୁ ଭେଟି ସରକାର ଗଠନ ନେଇ ଆଲୋଚନା କରିଛନ୍ତି।

Advertisment