Advertisment

ବ୍ରିଟେନରେ ଆଜି ନିର୍ବାଚନ

ଇଂଲଣ୍ଡ: ଆଜି ବ୍ରିଟେନରେ ସାଧାରଣ ନିର୍ବାଚନ। ଗତ ମାର୍ଚ୍ଚ ୩୦ ତାରିଖରୁ ବର୍ତ୍ତମାନ ସରକାରଙ୍କ କାର୍ଯ୍ୟକାଳ ଶେଷ ହେବା ପରେ ଅନୁଷ୍ଠିତ ହେଉଛି ସାଧାରଣ ନିର୍ବାଚନ। ଚଳିତ ନିର୍ବାଚନରେ କଂଜରଭେଟିଭ୍ ପାର୍ଟିର ଡେଭିଡ୍ କ୍ୟାମରନ୍, ଲେବର୍ ପାର୍ଟିର ଏଡ୍. ମିଲିବ୍ୟାଣ୍ଡ ଏବଂ ଲିବରାଲ ଡେମୋକ୍ରାଟିକ୍ ପାର୍ଟିର ନିକ୍ କ୍ଲେଗଙ୍କ ମଧ୍ୟରେ ତ୍ରିମୁଖୀ ପ୍ରତିଦ୍ୱନ୍ଦ୍ୱିତା ହେଉଛି। ଦ୍ୱିତୀୟ ଥର ପାଇଁ ପ୍ରଧାନମନ୍ତ୍ରୀ ରେସରେ ଅଛନ୍ତି କ୍ୟାମରନ୍। ଚଳିତ ଦଶକର ଏହା ସବୁଠାରୁ କଠିନ ନିର୍ବାଚନ ବୋଲି ମନେ […]

ଅଦ୍ୟତନ ହୋଇଛି
ବ୍ରିଟେନ୍‌ ନିର୍ବାଚନ : କ୍ୟାମେରୁନ ପୁଣି ପ୍ରଧାନମନ୍ତ୍ରୀ ହେବା ନିଶ୍ଚିତ

Cameron

Advertisment

ଇଂଲଣ୍ଡ: ଆଜି ବ୍ରିଟେନରେ ସାଧାରଣ ନିର୍ବାଚନ। ଗତ ମାର୍ଚ୍ଚ ୩୦ ତାରିଖରୁ ବର୍ତ୍ତମାନ ସରକାରଙ୍କ କାର୍ଯ୍ୟକାଳ ଶେଷ ହେବା ପରେ ଅନୁଷ୍ଠିତ ହେଉଛି ସାଧାରଣ ନିର୍ବାଚନ। ଚଳିତ ନିର୍ବାଚନରେ କଂଜରଭେଟିଭ୍ ପାର୍ଟିର ଡେଭିଡ୍ କ୍ୟାମରନ୍, ଲେବର୍ ପାର୍ଟିର ଏଡ୍. ମିଲିବ୍ୟାଣ୍ଡ ଏବଂ ଲିବରାଲ ଡେମୋକ୍ରାଟିକ୍ ପାର୍ଟିର ନିକ୍ କ୍ଲେଗଙ୍କ ମଧ୍ୟରେ ତ୍ରିମୁଖୀ ପ୍ରତିଦ୍ୱନ୍ଦ୍ୱିତା ହେଉଛି। ଦ୍ୱିତୀୟ ଥର ପାଇଁ ପ୍ରଧାନମନ୍ତ୍ରୀ ରେସରେ ଅଛନ୍ତି କ୍ୟାମରନ୍। ଚଳିତ ଦଶକର ଏହା ସବୁଠାରୁ କଠିନ ନିର୍ବାଚନ ବୋଲି ମନେ କରାଯାଉଛି। ୟୁକେର ହାଉସ୍ ଅଫ୍ କମନସର ୬୫୦ ଆସନ ପାଇଁ ଅନୁଷ୍ଠି ହେଉଛି। ସଂଖ୍ୟା ଗରିଷ୍ଠତା ପାଇଁ କୌଣସି ଦଳକୁ ୩୨୬ଟି ଆସନ ହାସଲ କରିବାକୁ ହେବ। ତେବେ ଏଥର ବ୍ରିଟେନରେ ଝୁଲା ସରକାର ଗଠନ ହୋଇପାରେ ବୋଲି ଆଶଙ୍କା କରାଯାଉଛି।

Advertisment

ବ୍ରିଟେନରେ ସାଧାରଣ ନିବଆଚନ ଏବଂ ସ୍ଥାନୀୟ ନିର୍ବାଚନ ଏକା ସଙ୍ଗେ ଅନୁଷ୍ଠିତ ହୋଇଥାଏ। ଏଥର ୬ଟି ଦଳ ମଧ୍ୟରେ କଡ଼ା ମୁକାବିଲା ହେଉଛି। କଂଜରଭେଟିଭ୍ ପାର୍ଟି, ଲେବର୍ ପାର୍ଟି, ଲିବରାଲ ଡେମୋକ୍ରାଟିକ୍ସ, ଦକ୍ଷିଣପନ୍ଥୀ ୟୁକେ ଇଣ୍ଡିପେନଡେଣ୍ଟସ୍ ପାର୍ଟି, ୱେଲସ ଆଣ୍ଡ ସ୍କଟିସ୍ ନେସନାଲଷ୍ଟ ଏବଂ ଗ୍ରୀନସ ଦଳ ମଧ୍ୟରେ ପ୍ରତିଦ୍ୱନ୍ଦ୍ୱିତା ହେଉଛି।

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe