Advertisment

ମାଗଣାରେ ୯୯୯ ଟଙ୍କାର ଆମାଜନ୍‌ ପ୍ରାଇମ୍‌, ଜାଣନ୍ତୁ କେମିତି

(ଓଡ଼ିଶା ରିପୋର୍ଟର)- ପ୍ରମୁଖ ଅନ୍‌ଲାଇନ୍ ଶପିଂ ସାଇଟ୍ ଆମାଜନ୍‌ ନିଜର ସ୍ୱତନ୍ତ୍ର ଗ୍ରାହକଙ୍କ ପାଇଁ ­ରଖିଥିବା ୯୯୯ ଟଙ୍କାର ଆମାଜନ୍‌ ପ୍ରାଇମ୍‌ର ବାର୍ଷିକ ସଦସ୍ୟତା ଏବେ ସମ୍ପୂର୍ଣ୍ଣ ମାଗଣାରେ ମିଳିବ। ଏହି ଅଫର ବର୍ତ୍ତମାନ ରାଷ୍ଟ୍ରାୟତ୍ତ କମ୍ପାନୀ ବିଏସ୍‌ଏନ୍‌ଏଲ୍‌ର ନୂଆ ପୋଷ୍ଟପେଡ୍‌ ଗ୍ରାହକମାନଙ୍କୁ ବିନା କୌଣସି ଅତିରିକ୍ତ ଦେୟରେ ମିଳୁଛି। ଏହି ଅଫର୍‌ କେବଳ ମୋବାଇଲ ନୁହେଁ ନୂତନ ଲ୍ୟାଣ୍ଡଲାଇନ୍‌ ଗ୍ରାହକଙ୍କ ପାଇଁ ମଧ୍ୟ ଉପଲବ୍ଧ ହେଉଛି। ବିଏସ୍‌ଏନ୍‌ଏଲ୍‌ର ୩୯୯ରୁ ଊର୍ଦ୍ଧ୍ୱ ସମସ୍ତ ପୋଷ୍ଟପେଡ୍‌ ଏବଂ ୭୪୫ରୁ […]

author-image
Sampad Mahapatra
ମାଗଣାରେ ୯୯୯ ଟଙ୍କାର ଆମାଜନ୍‌ ପ୍ରାଇମ୍‌, ଜାଣନ୍ତୁ କେମିତି

amazon-prime-bsnl

(ଓଡ଼ିଶା ରିପୋର୍ଟର)- ପ୍ରମୁଖ ଅନ୍‌ଲାଇନ୍ ଶପିଂ ସାଇଟ୍ ଆମାଜନ୍‌ ନିଜର ସ୍ୱତନ୍ତ୍ର ଗ୍ରାହକଙ୍କ ପାଇଁ ­ରଖିଥିବା ୯୯୯ ଟଙ୍କାର ଆମାଜନ୍‌ ପ୍ରାଇମ୍‌ର ବାର୍ଷିକ ସଦସ୍ୟତା ଏବେ ସମ୍ପୂର୍ଣ୍ଣ ମାଗଣାରେ ମିଳିବ। ଏହି ଅଫର ବର୍ତ୍ତମାନ ରାଷ୍ଟ୍ରାୟତ୍ତ କମ୍ପାନୀ ବିଏସ୍‌ଏନ୍‌ଏଲ୍‌ର ନୂଆ ପୋଷ୍ଟପେଡ୍‌ ଗ୍ରାହକମାନଙ୍କୁ ବିନା କୌଣସି ଅତିରିକ୍ତ ଦେୟରେ ମିଳୁଛି।

Advertisment

ଏହି ଅଫର୍‌ କେବଳ ମୋବାଇଲ ନୁହେଁ ନୂତନ ଲ୍ୟାଣ୍ଡଲାଇନ୍‌ ଗ୍ରାହକଙ୍କ ପାଇଁ ମଧ୍ୟ ଉପଲବ୍ଧ ହେଉଛି। ବିଏସ୍‌ଏନ୍‌ଏଲ୍‌ର ୩୯୯ରୁ ଊର୍ଦ୍ଧ୍ୱ ସମସ୍ତ ପୋଷ୍ଟପେଡ୍‌ ଏବଂ ୭୪୫ରୁ ଊର୍ଦ୍ଧ୍ୱ ସମସ୍ତ ଲ୍ୟାଣ୍ଡଲାଇନ୍‌ ପୋଷ୍ଟପେଡ୍‌ ପ୍ଲାନ୍‌ ପାଇଁ ଏହି ଅଫର୍ ଉପଲବ୍ଧ ରହିବ। ଆମାଜନ୍‌ ପ୍ରାଇମ୍‌ ଏବେ କେବଳ ମନଲୋଭା ଅଫର୍ ଦେଉନାହିଁ, ବରଂ ଭିଡିଓ ଓ ମ୍ୟୁଜିକ୍‌ ଆଡ଼କୁ ମଧ୍ୟ ଗତି କରିସାରିଛି। ଏତଦ୍‌ବ୍ୟତୀତ ସଦ୍ୟ ରିଲିଜ୍‌ ହୋଇଥିବା ଫିଲ୍ମ ଏବଂ ଟିଭି ଶୋ’ ମଧ୍ୟ ଏହାର ଆମାଜନ୍‌ ପ୍ରାଇମ୍‌ ଭିଡିଓରେ ଉପଲବ୍ଧ ହେଉଛି।

publive-imageକେମିତି କରିବେ ସାଇନ୍‌ ଅପ୍‌

୧. ପ୍ରଥମେ ବିଏସ୍‌ଏନ୍‌ଏଲ୍‌ର ୩୯୯ ଟଙ୍କାରୁ ଊର୍ଦ୍ଧ୍ୱ ପୋଷ୍ଟପେଡ୍‌ ଏବଂ ୭୪୫ରୁ ଊର୍ଦ୍ଧ୍ୱ ଲ୍ୟାଣ୍ଡଲାଇନ୍‌ ପୋଷ୍ଟପେଡ୍‌ ପ୍ଲାନ୍‌ ନେବାକୁ ହେବ।

Advertisment

୨. ବିଏସ୍‌ଏନ୍‌ଏଲ୍‌ର ୱେବ୍‌ସାଇଟ୍‌ ଯାଇ ବିଏସ୍‌ଏନ୍‌ଏଲ୍‌-ଆମାଜନ୍‌ ଅଫର୍‌ ଲେଖାଥିବା ବ୍ୟାନରରେ କ୍ଲିକ୍ କରନ୍ତୁ।

୩. ୱାନ୍‌ ଟାଇମ୍‌ ପାଶ୍‌ୱାର୍ଡ୍ (ଓଟିପି) ପାଇଁ ନିଜର ବିଏସ୍‌ଏନ୍‌ଏଲ୍‌ ନମ୍ବରଟିକୁ ଦିଅନ୍ତୁ। ଏଥର ଇମେଲ୍‌ ଆଇଡି ଦିଅନ୍ତୁ, ସର୍କଲରେ ଓଡ଼ିଶା ବାଛନ୍ତୁ ଏବଂ ଓଟିପି ଦିଅନ୍ତୁ।

୪. ଥରେ ଆକ୍ଟିଭେଟ୍‌ ହୋଇଗଲେ ଆମାଜନ୍‌, ଆମାଜନ୍‌ ପ୍ରାଇମ୍‌ ଭିଡିଓ ଏବଂ ଆମାଜନ୍‌ ପ୍ରାଇମ୍‌ ମ୍ୟୁଜିକ୍‌ର ଭରପୁର ଫାଇଦା ନେଇପାରିବେ। ଆଗକୁ ଅକ୍ଟୋବର ୧୦ରୁ ଦ ଗ୍ରେଟ୍‌ ଇଣ୍ଡିଆନ୍‌ ଫେଷ୍ଟିଭାଲ ସେଲ୍‌ ଥିବାରୁ ସବୁଦିନ ସାଧାରଣ ଗ୍ରାହକଙ୍କଠାରୁ ଆଗୁଆ ସମସ୍ତ ଅଫରର ଫାଇଦା ମଧ୍ୟ ନେଇପାରିବେ।