Advertisment

ପ୍ରତି ଜିଲ୍ଲାରେ ସ୍ଥାପନ ହେବ ସମନ୍ୱିତ ପରୀକ୍ଷାଗାର

ନୂଆଦିଲ୍ଲୀ: ଆଜି ସଂସଦରେ ଚଳିତ ବର୍ଷର ସାଧାରଣ ବଜେଟ ଉପସ୍ଥାପନ ହେଉଛି। ଅର୍ଥମନ୍ତ୍ରୀ ନିର୍ମଲା ସୀତାରମଣ ଟାବ୍‌ ଜରିଆରେ ଆର୍ଥିକ ବର୍ଷ୨୦୨୧-୨୨ର ବଜେଟ୍‌ ଉପସ୍ଥାପନ କରୁଛନ୍ତି। ଚଳିତ ବଜେଟ୍‌ରେ ସ୍ୱାସ୍ଥ୍ୟ ସେବା ପାଇଁ ବ୍ୟାପକ ବ୍ୟବସ୍ଥା ହୋଇଛି। ସ୍ୱାସ୍ଥ୍ୟ ସେବାର ଭିତ୍ତିଭୂମି ବିକାଶ ପାଇଁ ପ୍ରାଥମିକତା ଦିଆଯିବ ବୋଲି ଅର୍ଥ ମନ୍ତ୍ରୀ କହିଛନ୍ତି। ଅର୍ଥମନ୍ତ୍ରୀ ଆର୍ମନିର୍ଭର ସ୍ୱାସ୍ଥ୍ୟ ଭାରତ ଯୋଜନା ଘୋଷଣା କରିଛନ୍ତି । ଏଥିରେ ୬୪୧୮୦ କୋଟି ଟଙ୍କା ପ୍ରଦାନ କରାଯାଇଛି ।ଏହାସହ ବିଶ୍ୱ ସ୍ୱାସ୍ଥ୍ୟ […]

author-image
Madhupriya Mistry
ଅଦ୍ୟତନ ହୋଇଛି
ପ୍ରତି ଜିଲ୍ଲାରେ ସ୍ଥାପନ ହେବ ସମନ୍ୱିତ ପରୀକ୍ଷାଗାର

nirmala

ନୂଆଦିଲ୍ଲୀ: ଆଜି ସଂସଦରେ ଚଳିତ ବର୍ଷର ସାଧାରଣ ବଜେଟ ଉପସ୍ଥାପନ ହେଉଛି। ଅର୍ଥମନ୍ତ୍ରୀ ନିର୍ମଲା ସୀତାରମଣ ଟାବ୍‌ ଜରିଆରେ ଆର୍ଥିକ ବର୍ଷ୨୦୨୧-୨୨ର ବଜେଟ୍‌ ଉପସ୍ଥାପନ କରୁଛନ୍ତି। ଚଳିତ ବଜେଟ୍‌ରେ ସ୍ୱାସ୍ଥ୍ୟ ସେବା ପାଇଁ ବ୍ୟାପକ ବ୍ୟବସ୍ଥା ହୋଇଛି। ସ୍ୱାସ୍ଥ୍ୟ ସେବାର ଭିତ୍ତିଭୂମି ବିକାଶ ପାଇଁ ପ୍ରାଥମିକତା ଦିଆଯିବ ବୋଲି ଅର୍ଥ ମନ୍ତ୍ରୀ କହିଛନ୍ତି।

Advertisment

ଅର୍ଥମନ୍ତ୍ରୀ ଆର୍ମନିର୍ଭର ସ୍ୱାସ୍ଥ୍ୟ ଭାରତ ଯୋଜନା ଘୋଷଣା କରିଛନ୍ତି । ଏଥିରେ ୬୪୧୮୦ କୋଟି ଟଙ୍କା ପ୍ରଦାନ କରାଯାଇଛି ।ଏହାସହ ବିଶ୍ୱ ସ୍ୱାସ୍ଥ୍ୟ ସଙ୍ଗଠନର ସ୍ଥାନୀୟ ମିଶନ ଦେଶରେ ଲଞ୍ଚ୍ କରାଯିବ । ପ୍ରତି ଜିଲ୍ଲାରେ ସମନ୍ୱିତ ପରୀକ୍ଷାଗାର ସ୍ଥାପନ ହେବ। ସେହିପରି ଦେଶରେ ୧୫ଟି ହେଲ୍‌ପ ଏମର୍ଜେନ୍ସି ସେଣ୍ଟର ପ୍ରତିଷ୍ଠା କରାଯିବ।

ଅନ୍ୟପଟେ ସ୍ୱଚ୍ଛ ପାନୀୟ ଜଳ ପାଇଁ ୨.୮୭ ଲକ୍ଷ କୋଟି ବ୍ୟୟବରାଦ ହୋଇଛି। ସେହିପରି କରୋନା ଭାକସିନ୍ ତିଆରି ପାଇଁ ୨୦୨୧-୨୨ ଆର୍ଥିକ ବର୍ଷ ପାଇଁ ୩୫ ହଜାର କୋଟି ଟଙ୍କା ଘୋଷଣା କରିଛନ୍ତି । କରୋନା ଯୋଗୁଁ ପ୍ରଭାବିତଙ୍କ ପାଇଁ ପ୍ୟାକେଜ ଘୋଷଣା ହୋଇଛି। କରୋନା କାଳରେ ଡ୍ୟୁଟି କରିଥିବା ଲୋକଙ୍କୁ ପ୍ରଶଂସା କରିଛନ୍ତି ସୀତାରମଣ। ଦେଶରେ ୭ଟି ଟେକ୍ସଟାଇଲ୍ ପାର୍କ ପ୍ରତିଷ୍ଠା କରାଯିବ । ଏହା ତିନି ବର୍ଷରେ ତିଆରି ହୋଇଯିବ ।

Advertisment
Budget2021