ନୂଆଦିଲ୍ଲୀ: ସଂସଦରେ ଚାଲିଛି ବଜେଟ ଉପସ୍ଥାପନ । ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ଚଳିତ ସାଧାରଣ ବଜେଟ-୨୦୨୧-୨୨ ଉପସ୍ଥାପନ କରୁଛନ୍ତି।
- ରେଲେୱେ ପାଇଁ ବଜେଟରେ ୧, ୧୦, ୦୫୫ କୋଟି ବ୍ୟୟବରାଦ
- ରେଳ ଲାଇନ ବିଦ୍ୟୁତକରଣ କାର୍ଯ୍ୟ ୭୨% ପୂରଣ ଲକ୍ଷ୍ୟ
- ୨୭ଟି ସହରରେ ଆଉ ୧୦୬୦କିମି ମେଟ୍ରୋ ଲାଇନ ହେବ
- ବେଙ୍ଗଲୁରୁ ଏବଂ ଚେନ୍ନାଇ ମେଟ୍ରୋ ସଂପ୍ରସାରଣ ହେବ
- ୨୦୨୨ ମାର୍ଚ୍ଚ ସୁଦ୍ଧା ଆଉ ୧୧ ହଜାର କିମି NH ତିଆରି ହେବ
- କେବଳ ପଶ୍ଚିମ ବଙ୍ଗରେ ଆଉ ୬୭୫ କିମି NH ହେବ
- ଜୁନ୍ ୨୦୨୨ ସୁଦ୍ଧା ୨ଟି ରେଳ ଫ୍ରେଟ କରିଡର ସଂପୂର୍ଣ୍ଣ କରାଯିବ
- ଆଉ ୩ଟି ରେଳ ଫ୍ରେଟ କରିଡର ପାଇଁ ବଜେଟରେ ଘୋଷଣା
- ଖଡ଼ଗପୁରରୁ ବିଜୟୱାଡ଼ା ହେବ ଇଷ୍ଟକୋଷ୍ଟ କରିଡ଼ର
- ଇଷ୍ଟ-ୱେଷ୍ଟ କରିଡର ଏବଂ ନର୍ଥ-ସାଉଥ କରିଡ଼ର ପାଇଁ ବି ଘୋଷଣା
- ହାଇଡ୍ରୋଜେନ୍ ଏନର୍ଜୀ ମିଶନ ଆରମ୍ଭ କରାଯିବାକୁ ଘୋଷଣା
- ଶକ୍ତି କ୍ଷେତ୍ରରେ ସଂସ୍କାର ଆଣିବାକୁ ବଜେଟରେ ବଡ଼ ଘୋଷଣା
- କାହାଠାରୁ ବିଦ୍ୟୁତ ଆଣିବେ, ଏବେ ସ୍ଥିର କରିପାରିବେ ଉପଭୋକ୍ତା
- ଉଜ୍ଜ୍ୱଳା ଯୋଜନା ସଂପ୍ରସାରଣ ପାଇଁ ସୀତାରମଣଙ୍କ ଘୋଷଣା
- ଏବେ ୮ କୋଟି ପରିବାର ପାଉଛନ୍ତି, ଆଉ ୧ କୋଟି ବୃଦ୍ଧି କରାଯିବ
- ଜାମ୍ମୁ କାଶ୍ମୀରରେ ଗ୍ୟାସ୍ ପାଇପଲାଇନ ବିଛାଇବାକୁ ଘୋଷଣା
- ଆଗାମୀ ୩ ବର୍ଷରେ ଆଉ ୧୦୦ ଜିଲ୍ଲାରେ ସିଟି ଗ୍ୟାସ୍ ବିତରଣ
- ବୀମା କ୍ଷେତ୍ରରେ ୭୪% FDI ପାଇଁ ବଜେଟରେ ଘୋଷଣା
TAGS
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।