[video width="320" height="240" mp4="]
ମୁମ୍ବାଇ: ଆଜି ସକାଳେ ନାଭି ମୁମ୍ବାଇରେ ଏକ ଦୁର୍ଘଟଣା ଘଟିଥିଲା। ସକାଳ ପ୍ରାୟ ୮ଟା ବେଳେ ୱାଶୀର ସେକ୍ଟର ୧୭ରେ ଅରେଞ୍ଜ କର୍ଣ୍ଣରରେ ଏକ ଟ୍ରାଫିକ୍ରେ ଘଟିଥିଲା ଏହି ଘଟଣା। ଦୁଇ ପୃଥକ ପୃଥକ ଦିଗରୁ ଦ୍ରୁତ ଗତିରେ ଆସୁଥିବା ଗୋଟିଏ କାର ଓ ବସ୍ ମଧ୍ୟରେ ହୋଇଥିଲା ଧକ୍କା। ଧକ୍କା ହେବା ମାତ୍ରେ ବସ୍ ଡ୍ରାଇଭର ନିଜ ସିଟ୍ରୁ ତଳେ ପଡ଼ି ଯାଇଥିଲେ। ଭାଗ୍ୟ ଭଲ୍ କାର୍ ତାଙ୍କ ଉପରେ ମାଡ଼ି ଯାଇ ନ ଥିଲା। ପୁଣି ବାଲ୍ ବାଲ୍ ସେ ବସ୍ ତଳେ ଚାପି ହେବାରୁ ବର୍ତ୍ତି ଯାଇଥିଲେ। ତେବେ ଡ୍ରାଇଭର ପଡ଼ି ଯିବା ପରେ ବସ୍ଟି ଯାଇ ନିକଟସ୍ଥ ଏକ ଦୋକାନରେ ପିଟି ହୋଇଯାଇଥିଲା। ବସ୍ଟିର ସମ୍ମୁଖ ଭାଗ ପୂରା ନଷ୍ଟ ହୋଇଯାଇଛି। ଭାଗ୍ୟ ଭଲ ସେତେବେଳେ ଦୋକାନଟି ଖୋଲି ନ ଥିଲା। ବସ୍ର କୌଣସି ଯାତ୍ରୀଙ୍କ ଜୀବନହାନି ହୋଇନାହିଁ। ଏୟାର ବ୍ୟାଗ୍ ଯୋଗୁଁ କାର୍ ଚାଳକଙ୍କ ଜୀବନ ବି ବଞ୍ଚି ଯାଇଛି।
Advertisment
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
