Advertisment

ଭାରତ ଓ ପାକିସ୍ତାନ ନିଜ ମଧ୍ୟରେ ତିକ୍ତତା ଶେଷ କରନ୍ତୁ: ଆମେରିକା

ୱାଶିଂଟନ୍: ଦକ୍ଷିଣ ଏସିଆରେ ଶାନ୍ତି ବାତାବରଣ ଫେରାଇ ଆଣିବାକୁ ହେଲେ ଭାରତ ଓ ପାକିସ୍ତାନ ମଧ୍ୟରେ ସମ୍ପର୍କ ମଧୁର ହେବା ଜରୁରୀ ବୋଲି ଆମେରିକା କହିଛି। ଆମେରିକାର ଷ୍ଟେଟ୍ ଡିପାଟମେଣ୍ଟ ପ୍ରବକ୍ତା ଜେଫ୍ ରାଥେକ୍ ଗଣମାଧ୍ୟମକୁ କହିଛନ୍ତି ଯେ, ଭାରତ ଓ ପାକିସ୍ତାନ ନିଜ ଭିତରେ ଥିବା ତିକ୍ତତା ଦୂର କରି ଯେଉଁ ଆଲୋଚନା ଆରମ୍ଭ କରିବେ ତାହାକୁ ଆମେ ସ୍ୱାଗତ ଜଣାଇବୁ। ସେ ଆହୁରି କହିଛନ୍ତି ଯେ, ଆମେ ଭାରତ ଓ ପାକିସ୍ତାନକୁ ଏପରି କାର୍ଯ୍ୟପନ୍ଥା […]

ଅଦ୍ୟତନ ହୋଇଛି
ଭାରତ ଓ ପାକିସ୍ତାନ ନିଜ ମଧ୍ୟରେ ତିକ୍ତତା ଶେଷ କରନ୍ତୁ: ଆମେରିକା

india

Advertisment

ୱାଶିଂଟନ୍: ଦକ୍ଷିଣ ଏସିଆରେ ଶାନ୍ତି ବାତାବରଣ ଫେରାଇ ଆଣିବାକୁ ହେଲେ ଭାରତ ଓ ପାକିସ୍ତାନ ମଧ୍ୟରେ ସମ୍ପର୍କ ମଧୁର ହେବା ଜରୁରୀ ବୋଲି ଆମେରିକା କହିଛି। ଆମେରିକାର ଷ୍ଟେଟ୍ ଡିପାଟମେଣ୍ଟ ପ୍ରବକ୍ତା ଜେଫ୍ ରାଥେକ୍ ଗଣମାଧ୍ୟମକୁ କହିଛନ୍ତି ଯେ, ଭାରତ ଓ ପାକିସ୍ତାନ ନିଜ ଭିତରେ ଥିବା ତିକ୍ତତା ଦୂର କରି ଯେଉଁ ଆଲୋଚନା ଆରମ୍ଭ କରିବେ ତାହାକୁ ଆମେ ସ୍ୱାଗତ ଜଣାଇବୁ।
ସେ ଆହୁରି କହିଛନ୍ତି ଯେ, ଆମେ ଭାରତ ଓ ପାକିସ୍ତାନକୁ ଏପରି କାର୍ଯ୍ୟପନ୍ଥା ଗ୍ରହଣ କରିବାକୁ ଉତ୍ସାହିତ କରୁଛୁ। ଆମର ବିଶ୍ୱାସ ରହିଛି ଯେ, ଦୁଇ ଦେଶ କଠୋରପନ୍ଥୀ ଓ ଆତଙ୍କବାଦ ସମସ୍ୟାକୁ ମୁକାବିଲା କରିପାରିବେ। ଭାରତୀୟ ସେନା ମିଆଁମାରରେ ଉଗ୍ରବାଦୀଙ୍କ ବିରୋଧରେ ଗ୍ରହଣ କରିଥିବା ପଦକ୍ଷେପ ବିଷୟରେ ପଚାରାଯିବାରେ ରାଥେକ୍ କିଛି କହିବାକୁ ମନା କରିଦଇଥିଲେ। ସେ କହିଥିଲେ ଯେ, ଏହି ଅପେରେସନ୍ ବିଷୟରେ ମୋ ପାଖରେ କୌଣସି ଉତ୍ତର ନାହିଁ।

Advertisment
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe