Advertisment

ଗରିବ ଦିନ ମଜୁରିଆଙ୍କ ପାଇଁ ସରକାର କଲେ ବଡ଼ ଘୋଷଣା

ନୂଆଦିଲ୍ଲୀ: ସହରରେ ରହୁଥିବା ଗରିବ ଏବଂ ପ୍ରବାସୀଙ୍କ ରହିବା ପାଇଁ ସୁଲଭ ମୂଲ୍ୟରେ ଘର ଯୋଗାଇ ଦେବେ ସରକାର। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଅଧ୍ୟକ୍ଷତାରେ ବସିଥିବା କ୍ୟାବିନେଟ ବୈଠକ ଏବଂ ସିସିଇଏ ବୈଠକରେ ଏହି ନିଷ୍ପତ୍ତି ନିଆଯାଇଛି। କେନ୍ଦ୍ର ସରକାର ଏଥିପାଇଁ Affordable Rental Housing Complexes- AHRCsକୁ ମଞ୍ଜୁରୀ ଦେଇଛନ୍ତି। ପ୍ରଧାନମନ୍ତ୍ରୀ ଆବାସ ଯୋଜନା-ଅର୍ବାନ ଜରିଆରେ ଗରିବ ଦିନ ମଜୁରିଆଙ୍କୁ ଏହି ଘର ତିଆରି ହେବ। କେନ୍ଦ୍ର ମନ୍ତ୍ରୀ ପ୍ରକାଶ ଜାଭଡେକର ପ୍ରେସ କନଫରେନସ କରି […]

author-image
Subhransu Sekhar
ଅଦ୍ୟତନ ହୋଇଛି
ଗରିବ ଦିନ ମଜୁରିଆଙ୍କ ପାଇଁ ସରକାର କଲେ ବଡ଼ ଘୋଷଣା

cabinet meeting

ନୂଆଦିଲ୍ଲୀ: ସହରରେ ରହୁଥିବା ଗରିବ ଏବଂ ପ୍ରବାସୀଙ୍କ ରହିବା ପାଇଁ ସୁଲଭ ମୂଲ୍ୟରେ ଘର ଯୋଗାଇ ଦେବେ ସରକାର। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଅଧ୍ୟକ୍ଷତାରେ ବସିଥିବା କ୍ୟାବିନେଟ ବୈଠକ ଏବଂ ସିସିଇଏ ବୈଠକରେ ଏହି ନିଷ୍ପତ୍ତି ନିଆଯାଇଛି। କେନ୍ଦ୍ର ସରକାର ଏଥିପାଇଁ Affordable Rental Housing Complexes- AHRCsକୁ ମଞ୍ଜୁରୀ ଦେଇଛନ୍ତି। ପ୍ରଧାନମନ୍ତ୍ରୀ ଆବାସ ଯୋଜନା-ଅର୍ବାନ ଜରିଆରେ ଗରିବ ଦିନ ମଜୁରିଆଙ୍କୁ ଏହି ଘର ତିଆରି ହେବ। କେନ୍ଦ୍ର ମନ୍ତ୍ରୀ ପ୍ରକାଶ ଜାଭଡେକର ପ୍ରେସ କନଫରେନସ କରି ଏହି ସୂଚନା ଦେଇଛନ୍ତି।

Advertisment

https://twitter.com/DG_PIB/status/1280807130992271361

ମଜୁରିଆଙ୍କ ପାଇଁ ୧.୧୫ ଲକ୍ଷ ଘର ତିଆରି ହେବ। ଏହି ଘରେ ଗୋଟିଏ ବେଡ ରୁମ ଏବଂ ରୋଷେଇ ଘର ରହିବ। ପ୍ରଧାନମନ୍ତ୍ରୀ ଆବାସ ଯୋଜନା (PMAY) ଯୋଜନା ଜରିଆରେ ଶ୍ରମିକମାନଙ୍କୁ ଘର ଯୋଗାଇ ଦେବେ ସରକାର। ଏହି ଯୋଜନାରେ ପ୍ରାୟ ୬୦୦ କୋଟି ଟଙ୍କା ଖର୍ଚ୍ଚ ହେବ। ସରକାରୀ ପାଣ୍ଠିରୁ ତିଆରି ହେବ ଏହି ସବୁ ଘର। ଏହା ବ୍ୟତୀତ ୫୦ ପ୍ରତିଶତ ଅତିରିକ୍ତ FAR / FSI, ଟିକସ ରିଲିଫ୍ ଭଳି ବିଶେଷ ପ୍ରୋତ୍ସାହନ ପ୍ରଦାନ ଦେବ ସରକାର।

ଏହା ବ୍ୟତୀତ ଗରିବ କଲ୍ୟାଣ ଅନ୍ନ ଯୋଜନାରେ ନଭେମ୍ୱର ମାସ ଯାଏ ବଢ଼ାଇଛନ୍ତି ସରକାର। ଉଜ୍ଜଳା ଯୋଜନା ଜରିଆରେ ଫ୍ରୀ ଏଲପିଜି ସିଲିଣ୍ଡର ମଧ୍ୟ ବଣ୍ଟାଯିବ ବୋଲି ଜଣାପଡ଼ିଛି। ଜୁଲାଇ, ଅଗଷ୍ଟ ଏବଂ ସେପ୍ଟେମ୍ୱର ଯାଏ ଉଜ୍ଜଳା ଯୋଜାନର ଉପଭୋକ୍ତା ଫ୍ରୀରେ ସିଲିଣ୍ଡର ପାଇବେ ବୋଲି ସରକାରଙ୍କ ପକ୍ଷରୁ କୁହାଯାଇଛି।

Advertisment
Narendra Modi National News In Oriya Corona Report