Advertisment

ଏବେ ଆସିବ ଚାଷୀ, ଏମଏସଏମଇ ଏବଂ ଉଠା ଦୋକାନୀଙ୍କ ଅଛେ ଦିନ୍!

ନୂଆଦିଲ୍ଲୀ: ଚାଷୀ, ଏମଏସଏମଇ ଏବଂ ଉଠା ଦୋକାନୀଙ୍କର ଆସିବ ଅଛେ ଦିନ୍। କରୋନା ମହାମାରୀ ପାଇଁ ଯେଉଁ କ୍ଷତି ହୋଇଛି ସେଥିରୁ ମୁକୁଳିବା ପାଇଁ କେନ୍ଦ୍ର କ୍ୟାବିନେଟ୍ ଆଜି ଏକ ବଡ଼ ନିଷ୍ପତ୍ତି ନେଇଛନ୍ତି। ମୋଦିଙ୍କ ଦ୍ୱିତୀୟ ସରକାରର ବର୍ଷେ ପୂର୍ତ୍ତି ଅବସରରେ ଚାଷୀ, ଏମଏସଏମଇ ଏବଂ ଉଠା ଦୋକାନୀଙ୍କ ପାଇଁ ଭେଟି ବୋଲି କୁହାଯାଉଛି। ଆର୍ଥିକ ସଂକଟରେ ଥିବା ଏମଏସଏମଇ ଶିଳ୍ପ ପାଇଁ ୨୦,୦୦୦ କୋଟିର ପ୍ୟାକେଜ୍ ପ୍ରଦାନ କରାଯାଇଛି। ଏଥିସହ ଏମଏସଏମଇର ସଂଜ୍ଞା ପରିବର୍ତ୍ତନ […]

ଅଦ୍ୟତନ ହୋଇଛି
ଚାଷୀଙ୍କୁ ପଇସା ପଠାଇଲେ ସରକାର

farmer

Advertisment

ନୂଆଦିଲ୍ଲୀ: ଚାଷୀ, ଏମଏସଏମଇ ଏବଂ ଉଠା ଦୋକାନୀଙ୍କର ଆସିବ ଅଛେ ଦିନ୍। କରୋନା ମହାମାରୀ ପାଇଁ ଯେଉଁ କ୍ଷତି ହୋଇଛି ସେଥିରୁ ମୁକୁଳିବା ପାଇଁ କେନ୍ଦ୍ର କ୍ୟାବିନେଟ୍ ଆଜି ଏକ ବଡ଼ ନିଷ୍ପତ୍ତି ନେଇଛନ୍ତି। ମୋଦିଙ୍କ ଦ୍ୱିତୀୟ ସରକାରର ବର୍ଷେ ପୂର୍ତ୍ତି ଅବସରରେ ଚାଷୀ, ଏମଏସଏମଇ ଏବଂ ଉଠା ଦୋକାନୀଙ୍କ ପାଇଁ ଭେଟି ବୋଲି କୁହାଯାଉଛି। ଆର୍ଥିକ ସଂକଟରେ ଥିବା ଏମଏସଏମଇ ଶିଳ୍ପ ପାଇଁ ୨୦,୦୦୦ କୋଟିର ପ୍ୟାକେଜ୍ ପ୍ରଦାନ କରାଯାଇଛି। ଏଥିସହ ଏମଏସଏମଇର ସଂଜ୍ଞା ପରିବର୍ତ୍ତନ କରାଯାଇଛି। ଏମଏସଏମଇ ପାଇଁ ୫୦,୦୦୦ କୋଟି ଟଙ୍କାର ଇକ୍ୱିଟି ବିନିଯୋଗ ହେବ ବୋଲି ମଧ୍ୟ ଘୋଷଣା କରାଯାଇଛି ବୋଲି କେନ୍ଦ୍ର ମନ୍ତ୍ରୀ ପ୍ରେସ କନଫରେନସ କରି ପ୍ରକାଶ ଜାଭଡେକର କହିଛନ୍ତି।

Advertisment

ଏମଏସଏମଇ

  • ରପ୍ତାନୀ କରୁଥିବା ଏମଏସଏମଇ ଏବଂ ଯେଉଁମାନଙ୍କର ଭଲ ରେକର୍ଡ ଅଛି ସେମାନେ ଷ୍ଟକ୍ ମାର୍କେଟକୁ ଯିବାର ସୁଯୋଗ ପାଇବେ
  • ଜିଡିପିର ୨୯ ପ୍ରତିଶତ ଏମଏସଏମଇର ଯୋଗଦାନ ରହିଥାଏ। ଆଜି ଦେଶରେ ୬ କୋଟି ଏମଏସଏମଇ ରହିଛି। ଏହା ଦେଶର ଶିଳ୍ପର ବିକାଶରେ ସହାୟକ ହେବ। ଏମଏସଏମଇ ପାଇଁ ୪ ହଜାର କୋଟି ଟଙ୍କାର ଡିସଟ୍ରେସ ଫଣ୍ଡ ଗଠନ କରାଯାଇଛି।
  • ଦେଶର ମୋଟ୍ ରପ୍ତାନୀର ୪୮ ପ୍ରତିଶତ ଏମଏସଏମଇର ରହିଛି। ଦେଶରେ ୧୧ କୋଟି ନିଯୁକ୍ତି ଦେଉଛି ଏମଏସଏମଇ।
  • ଏବେ ଉଭୟ ଏମଏସଏମଇ ଜିନିଷ ଏବଂ ସେବାକୁ ମିଶାଇ ଦିଆଯାଇଛି ବୋଲି ନିତିନ ଗଡକରୀ କହିଛନ୍ତି।

ଚାଷୀ

  • ୭% ଋଣ ନେଇଥିଲେ ଯଦି ଜଣେ ସଠିକ୍ ସମୟରେ ଋଣ ପରିଶୋଧ କରିବେ ତା’ହେଲେ ୩ ପ୍ରତିଶତ ରିହାତି ମିଳିବ। ୩୧ ମେ ସୁଦ୍ଧା ଟଙ୍କା ଜମା କରିବାକୁ କୁହାଯାଇଥିଲା, ଏବେ ଏହା ୩୧ ଅଗଷ୍ଟକୁ ବୃଦ୍ଧି କରାଯାଇଛି। ଏମାନଙ୍କୁ ୪% ଋଣ ଛାଡ଼ କରାଯିବ ବୋଲି କୃଷି ମନ୍ତ୍ରୀ ନରେନ୍ଦ୍ର ସିଂ ତୋମାର କହିଛନ୍ତି।
  • ପ୍ରଧାନମନ୍ତ୍ରୀଙ୍କ ପ୍ରାଥମିକତା ସର୍ବଦା ଗାଁ, ଗରିବ ଏବଂ କୃଷକଙ୍କ ଉପରେ ରହିଛି। ଧାନର ସର୍ବନିମ୍ନ ସହାୟକ ମୂଲ୍ୟ ୧୮୬୮ ଟଙ୍କାକୁ ବୃଦ୍ଧି କରିଛନ୍ତି ସରକାର। ପୂର୍ବ ମୂଲ୍ୟର ଏହା ପାଖାପାଖି ୫୦% ଏମଏସପି ବୃଦ୍ଧି କରାଯାଇଛି।
  • CACP ଅଧୀନରେ ୧୪ ଫସଲକୁ ସ୍ୱତନ୍ତ୍ର ରିହାତି ଦିଆଯାଇଛି। କିଷାନ କ୍ରେଡିଟ କାର୍ଡ ଜରିଆରେ ଚାଷୀଙ୍କ ପାଇଁ ଋଣ ଛାଡ଼ ହେବ।
Advertisment

ଉଠା ଦୋକାନୀ

ସହର ଏବଂ ଗୃହ ନିର୍ମାଣ ମନ୍ତ୍ରଣାଳୟ ଏକ ସ୍ୱତନ୍ତ୍ର ଋଣ ଯୋଜନା ଆରମ୍ଭ କରିଛନ୍ତି। ଫୁଟପାଥରେ ବିକ୍ରି କରୁଥିବା ଦୋକାନୀଙ୍କୁ ସାହାଯ୍ୟ କରିବା ପାଇଁ ଏହି ଯୋଜନା କରାଯାଇଛି। ଏହି ଯୋଜନାରୁ ୫୦ ଲକ୍ଷ ଲୋକ ଉପକୃତ ହେବେ ବୋଲି ପ୍ରକାଶ ଜାଭଡେକର କହିଛନ୍ତି।

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe