Advertisment

‘SIT ନୁହେଁ ବୀରଭୂମି ହତ୍ୟାକାଣ୍ଡର ତଦନ୍ତ କରିବ ସିବିଆଇ’

କୋଳକତା; ପଶ୍ଚିମବଙ୍ଗର ବୀରଭୂମିରେ ୮ ଜଣଙ୍କୁ ଜୀବନ୍ତ ଜାଳି ହତ୍ୟା କରିବା ଘଟଣାର ହେବ ସିବିଆଇ ତଦନ୍ତ।  ଏହା ଏକ ବର୍ବରୋଚିତ କାଣ୍ଡ, ସ୍ପର୍ଶକାତର ଘଟଣା। ରାଜ୍ୟ ସରକାରଙ୍କ ଦ୍ୱାରା ଗଠିତ SIT ନୁହେଁ, ସିବିଆଇ ହିଁ ଘଟଣାର ତଦନ୍ତ କରିବା ବୋଲି ଆଜି ନିର୍ଦ୍ଦେଶ ଦେଇଛନ୍ତି କୋଲକତା ହାଇକୋର୍ଟ। ଆସନ୍ତା ଏପ୍ରିଲ ୭ ତାରିଖରେ କୋର୍ଟରେ ରିପୋର୍ଟ ଦାଖଲ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି ବିଚାରପତି। ମାର୍ଚ୍ଚ ୨୨ରେ ରାଜନୈତିକ ହିଂସାକାଣ୍ଡରୁ  ବୀରଭୂମିର ରାମପୁରହାଟରେ କିଛି ଦୁର୍ବୃତ୍ତ […]

‘SIT ନୁହେଁ ବୀରଭୂମି ହତ୍ୟାକାଣ୍ଡର ତଦନ୍ତ କରିବ ସିବିଆଇ’

calcutta-hc

Advertisment

କୋଳକତା; ପଶ୍ଚିମବଙ୍ଗର ବୀରଭୂମିରେ ୮ ଜଣଙ୍କୁ ଜୀବନ୍ତ ଜାଳି ହତ୍ୟା କରିବା ଘଟଣାର ହେବ ସିବିଆଇ ତଦନ୍ତ।  ଏହା ଏକ ବର୍ବରୋଚିତ କାଣ୍ଡ, ସ୍ପର୍ଶକାତର ଘଟଣା। ରାଜ୍ୟ ସରକାରଙ୍କ ଦ୍ୱାରା ଗଠିତ SIT ନୁହେଁ, ସିବିଆଇ ହିଁ ଘଟଣାର ତଦନ୍ତ କରିବା ବୋଲି ଆଜି ନିର୍ଦ୍ଦେଶ ଦେଇଛନ୍ତି କୋଲକତା ହାଇକୋର୍ଟ। ଆସନ୍ତା ଏପ୍ରିଲ ୭ ତାରିଖରେ କୋର୍ଟରେ ରିପୋର୍ଟ ଦାଖଲ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି ବିଚାରପତି।

Advertisment

ମାର୍ଚ୍ଚ ୨୨ରେ ରାଜନୈତିକ ହିଂସାକାଣ୍ଡରୁ  ବୀରଭୂମିର ରାମପୁରହାଟରେ କିଛି ଦୁର୍ବୃତ୍ତ ୫ରୁ ଅଧିକ ଘରେ ନିଆଁ ଲଗାଇ ଦେଇଥିଲେ। ଏଥିରେ ପୋଡ଼ି ହୋଇ ସଂଖ୍ୟାଲଘୁ ସଂପ୍ରଦାୟର ୮ ଜଣ ପ୍ରାଣ ହରାଇଥିଲେ। ମୃତକଙ୍କ ମଧ୍ୟରେ ୨ ଶିଶୁ ଓ ନବ ଦମ୍ପତ୍ତି ମଧ୍ୟ ଥିଲେ। ଶବ ବ୍ୟବଚ୍ଛେଦ ରିପୋର୍ଟରୁ ଜଣାପଡ଼ିଥିଲା ଯେ, ସମସ୍ତଙ୍କୁ ପୋଡ଼ି ମାରିବା ପୂର୍ବରୁ ଟଣା ଘୋଷରା କରାଯିବା ସହ ଶାରୀରିକ ନିର୍ଯାତନା ଦିଆ ଯାଇଥିଲା । ଜଣେ ଟିଏମ୍‌ସି ନେତାଙ୍କ ମୃତ୍ୟୁ ପରେ ଘଟିଥିଲା ଏପରି ନରସଂହାର।

ଏହି ଘଟଣାକୁ ନେଇ ରାଜନୀତି ସରଗରମ ହେବା ସହ ସମଗ୍ର ଦେଶରେ ଏହାକୁ ନେଇ ଚର୍ଚ୍ଚା ଜୋର ଧରିଥିବା ବେଳେ ଏହାର ତଦନ୍ତ ନିମନ୍ତେ SIT ଗଠନ କରିଥିଲେ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ। ମାତ୍ର ଏବେ ଏହି ମାମଲାର ସମସ୍ତ ଦସ୍ତାବିଜ ସିବିଆଇକୁ ହସ୍ତାନ୍ତର କରିବାକୁ ନିର୍ଦ୍ଦେଶ ଦେଇଛନ୍ତି ହାଇକୋର୍ଟ।

Advertisment

[caption id="attachment_722763" align="aligncenter" width="650"]birabhumi ବୀରଭୂମିରେ ମୁତୟନ ପୁଲିସ୍‌ କର୍ମୀ।[/caption]

ମୃତକଙ୍କ ପରିବାରକୁ ଚାକିରି ଓ ସହାୟତା ପ୍ରଦାନ କରି ରାଜ୍ୟ ସରକାର ଏହି ଘଟଣାକୁ  ଚାପିଦେବାକୁ ଉଦ୍ୟମ କରୁଥିବା ଅଭିଯୋଗ ଆଣୁଥିଲେ ବିରୋଧୀ। ନିରୀହ ଲୋକଙ୍କୁ ଜୀଅନ୍ତା ଜାଳି ଦିଆଯାଇଥିବା ବେଳେ ମମତା ବାନାର୍ଜୀ ନିଜ ସରକାରଙ୍କ ଅପରାଗତାକୁ ସ୍ୱୀକାର କରୁ ନ ଥିବା ଅଭିଯୋଗ କରିଥିଲେ ବିଜେପି ନେତା ଦିଲୀପ ଯୋଶୀ।  ମମତା ସରକାରଙ୍କ ନିୟନ୍ତ୍ରଣରେ ଥିବା ରାଜ୍ୟ ପୁଲିସ୍‌ ଏହି ଘଟଣାର ଉପଯୁକ୍ତ ତଦନ୍ତ କରିବ ନାହିଁ ବୋଲି ଅଭିଯୋଗ ଆଣିଥିଲେ ବିପକ୍ଷ ଗୋଷ୍ଠୀ।  ତେଣୁ ସେମାନେ ସିବିଆଇ ତଦନ୍ତ ନିର୍ଦ୍ଦେଶକୁ ସ୍ୱାଗତ କରିଛନ୍ତି।

ବିପକ୍ଷଙ୍କ ଅଭିଯୋଗକୁ କିନ୍ତୁ ଖଣ୍ଡନ କରିଛି ଟିଏମ୍‌ସି । ରାଜ୍ୟ ସରକାର ଏହି ଘଟଣାର ନିରପେକ୍ଷ ତଦନ୍ତ ନିମନ୍ତେ ନିର୍ଦ୍ଦେଶ ଦେଇଥିଲେ, ଏପରିକି ଏଥିରେ ସମ୍ପୃକ୍ତ ଥିବା ପାର୍ଟି ଲିଡର ବି ଗିରଫ ହୋଇଥିବା କହିଛି ଦଳ ।  ସରକାରଙ୍କ ନିରପେକ୍ଷତା ଉପରେ ପ୍ରଶ୍ନବାଚୀ ଲଗାଇବା ଉଚିତ ନୁହେଁ ବୋଲି ଦଳ ପକ୍ଷରୁ କୁହାଯାଇଛି।

ବୀରଭୂମିରେ ଏବେ ପୁଲିସ୍‌ ମୁତୟନ ହୋଇଥିବା ବେଳେ ସେଠାରୁ   ୨ଶହ ବମ୍‌ ଉଦ୍ଧାର ହୋଇଥିବା ଜଣାଯାଇଛି। ବମ୍‌ ନିଷ୍କ୍ରୀୟକାରୀ ଦଳ ଘଟଣାସ୍ଥଳରୁ ସେଠାରୁ ବମ୍‌ ଉଦ୍ଧାର କରିଥିବା ଜଣାଯାଇଛି।

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe