Advertisment

କାର୍ତ୍ତି ଚିଦାମ୍ବରମଙ୍କ ଘରେ ପଶିଲା ସିବିଆଇ, ଏକକାଳୀନ ୯ଟି ସ୍ଥାନରେ ରେଡ

ନୂଆଦିଲ୍ଲୀ: ବଢ଼ିଲା ପି. ଚିଦାମ୍ବରମଙ୍କ ପୁଅ କାର୍ତ୍ତି  ଚିଦାମ୍ବରମଙ୍କ ଅଡ଼ୁଆ । ଆଜି ସକାଳୁ ସକାଳୁ କାର୍ତ୍ତି ଚିଦାମ୍ବରମଙ୍କ ଘର ସମେତ ୯ଟି ସ୍ଥାନରେ ଏକକାଳୀନ ରେଡ କରୁଛି ସିବିଆଇ । କାର୍ତ୍ତିଙ୍କ ଦିଲ୍ଲୀ, ମୁମ୍ବାଇ, ଚେନ୍ନାଇସ୍ଥିତ ବାସଭବନ ଉପରେ ଆଜି ସକାଳୁ ରେଡ ଚାଲିଛି । ସିବିଆଇ ଟିମ୍‌ ଚେନ୍ନାଇର ୩ଟି ସ୍ଥାନ, ମୁମ୍ବାଇର ୩ଟି, କର୍ଣ୍ଣାଟକର ଗୋଟିଏ , ପଞ୍ଜାବର ଗୋଟିଏ  ଓ ଓଡ଼ିଶାର ଝାରସୁଗୁଡ଼ାରେ ଚଢ଼ାଉ କରୁଥିବା ବିଶ୍ୱସ୍ତ ସୂତ୍ରରୁ ସୂଚନା ମିଳିଛି। […]

author-image
Niharika Rout
ଅଦ୍ୟତନ ହୋଇଛି
କାର୍ତ୍ତି ଚିଦାମ୍ବରମଙ୍କ ଘନିଷ୍ଠ ସହଯୋଗୀଙ୍କୁ ବାନ୍ଧିଲା ସିବିଆଇ

karti chidambaram

 ନୂଆଦିଲ୍ଲୀ: ବଢ଼ିଲା ପି. ଚିଦାମ୍ବରମଙ୍କ ପୁଅ କାର୍ତ୍ତି  ଚିଦାମ୍ବରମଙ୍କ ଅଡ଼ୁଆ । ଆଜି ସକାଳୁ ସକାଳୁ କାର୍ତ୍ତି ଚିଦାମ୍ବରମଙ୍କ ଘର ସମେତ ୯ଟି ସ୍ଥାନରେ ଏକକାଳୀନ ରେଡ କରୁଛି ସିବିଆଇ । କାର୍ତ୍ତିଙ୍କ ଦିଲ୍ଲୀ, ମୁମ୍ବାଇ, ଚେନ୍ନାଇସ୍ଥିତ ବାସଭବନ ଉପରେ ଆଜି ସକାଳୁ ରେଡ ଚାଲିଛି । ସିବିଆଇ ଟିମ୍‌ ଚେନ୍ନାଇର ୩ଟି ସ୍ଥାନ, ମୁମ୍ବାଇର ୩ଟି, କର୍ଣ୍ଣାଟକର ଗୋଟିଏ , ପଞ୍ଜାବର ଗୋଟିଏ  ଓ ଓଡ଼ିଶାର ଝାରସୁଗୁଡ଼ାରେ ଚଢ଼ାଉ କରୁଥିବା ବିଶ୍ୱସ୍ତ ସୂତ୍ରରୁ ସୂଚନା ମିଳିଛି।

Advertisment

ବିଦେଶୀ କମ୍ପାନୀକୁ ପ୍ରତ୍ୟକ୍ଷ ଓ ପରୋକ୍ଷରେ ଅନୁକମ୍ପା ପାଇଁ ଏହି ରେଡ୍ ହେଉଥିବା ସୂଚନା ମିଳିଛି । ୨୦୧୦ରୁ ୨୦୧୪ ମଧ୍ୟରେ ପଞ୍ଜାବରେ ଗୋଟିଏ ଶକ୍ତି ପ୍ରକଳ୍ପ କାର୍ଯ୍ୟ କରିବା ଲାଗି ଆସିବାକୁ ଥିବା ୨୫୦ ଚୀନ୍ ନାଗରିକଙ୍କ ପାଇଁ ଭିସା କରାଇଦେବାକୁ କାର୍ତ୍ତି ୫୦ ଲକ୍ଷ ଟଙ୍କା ଲାଞ୍ଚ ନେଇଥିବା ଅଭିଯୋଗ ହୋଇଥିଲା। ସେହି ଅଭିଯୋଗ ଆଧାରରେ ଆଜି ଚଢ଼ାଉ କରାଯାଉଥିବା ସୂଚନା ମିଳିଛି । ସାବୁ ନାମକ  ବ୍ୟକ୍ତିଙ୍କଠାରୁ କାର୍ତ୍ତି ଚିଦାମ୍ବରମ ୫୦ ଲକ୍ଷ ଟଙ୍କା ପାଇଥିବା  ଅଭିଯୋଗ ହେଉଥିବା ବେଳେ ଏହାର ବି ଖୋଳତାଡ଼ କରୁଛି ସିବିଆଇ।

ସିବିଆଇ ରେଡ ଚାଲିଥିବା ବେଳେ କାର୍ତ୍ତି ଚିଦାମ୍ବରମ ଟ୍ୱିଟ କରି କହିଛନ୍ତି, ଏପରି କେତେ ଥର ଚଢ଼ାଉ ହେଲାଣି ମୁଁ ଗଣିବା ଭୁଲି ଗଲିଣି। ଏହା ଏକ ରେକର୍ଡ। ଆଜି ସିବିଆଇ ରେଡ୍‌  ଚାଲିଥିବା ବେଳେ କାର୍ତ୍ତି ଲଣ୍ଡନରେ ଥିବା ଜଣାଯାଇଛି।

Advertisment

ଏହାପୂର୍ବରୁ ଆଇଏନ୍‌ଏକ୍ସ ମିଡିଆ ମାମଲାରେ ଛନ୍ଦି ହୋଇ ଜେଲ୍‌ ଯାଇଥିଲେ ଚିଦାମ୍ବରମ ବାପ ପୁଅ। କାର୍ତ୍ତି ଚିଦାମ୍ବରମଙ୍କୁ ୨୦୧୯ ମସିହାରେ ଗିରଫ କରିଥିଲା ସିବିଆଇ । ୨୩ ଦିନ ତିହାର ଜେଲରେ ରହିବା ପରେ ଜାମିନରେ ଛାଡ଼ ପାଇଥିଲେ କାର୍ତ୍ତି । ସେହିପରି ଉକ୍ତ ବର୍ଷ ଅଗଷ୍ଟ ୨୧ରେ ଏହି ମାମଲାରେ ଗିରଫ ହୋଇଥିବା ଚିଦାମ୍ବରମ ୧୦୬ ଦିନ ଜେଲ୍‌ରେ ରହିବା ପରେ ଶେଷରେ ମୁକୁଳିଥିଲେ  ।