Advertisment

କୋଇଲା ଦୁର୍ନୀତି: ବିଜେପି ନେତାଙ୍କ ବିରୋଧ ପରେ ସିବିଆଇର ୟୁ-ଟର୍ଣ୍ଣ

ନୂଆଦିଲ୍ଲୀ: ବହୁ ଚର୍ଚ୍ଚିତ କୋଇଲା ଦୁର୍ନୀତି ମାମଲାରେ ତଦନ୍ତ କରୁଥିବା ସିବିଆଇ ୩ ଜଣ ପ୍ରଶାସନିକ ଅଧିକାରୀଙ୍କୁ ଅଭିଯୁକ୍ତ ଦର୍ଶାଇବା ପାଇଁ କେନ୍ଦ୍ର ସରକାରଙ୍କ ଠାରୁ ଅନୁମତି ମାଗିଛି। ଏହି ପ୍ରଶାସନିକ ଅଧିକାରୀଙ୍କ ମଧ୍ୟରୁ ୨ ଜଣ ଅବସର ନେଇ ଯାଇଛନ୍ତି। କୋଇଲା ଦୁର୍ନୀତିର ଏହି ମାମଲାକୁ ୨୦୧୬ରେ ବନ୍ଦ କରିଦିଆଯାଇଥିଲା। ହେଲେ କିଛି ବରିଷ୍ଠ ବିଜେପି ନେତା ଏହି ମାମଲାକୁ ଖୋଲିବାକୁ ଦାବି କରିଥିଲେ। ଏହାକୁ ଦୃଷ୍ଟିରେ ରଖି ସିବିଆଇ ୨ ବର୍ଷ ତଳେ ପୁଣି […]

କୋଇଲା ଦୁର୍ନୀତି: ବିଜେପି ନେତାଙ୍କ ବିରୋଧ ପରେ ସିବିଆଇର ୟୁ-ଟର୍ଣ୍ଣ

da

Advertisment

ନୂଆଦିଲ୍ଲୀ: ବହୁ ଚର୍ଚ୍ଚିତ କୋଇଲା ଦୁର୍ନୀତି ମାମଲାରେ ତଦନ୍ତ କରୁଥିବା ସିବିଆଇ ୩ ଜଣ ପ୍ରଶାସନିକ ଅଧିକାରୀଙ୍କୁ ଅଭିଯୁକ୍ତ ଦର୍ଶାଇବା ପାଇଁ କେନ୍ଦ୍ର ସରକାରଙ୍କ ଠାରୁ ଅନୁମତି ମାଗିଛି। ଏହି ପ୍ରଶାସନିକ ଅଧିକାରୀଙ୍କ ମଧ୍ୟରୁ ୨ ଜଣ ଅବସର ନେଇ ଯାଇଛନ୍ତି। କୋଇଲା ଦୁର୍ନୀତିର ଏହି ମାମଲାକୁ ୨୦୧୬ରେ ବନ୍ଦ କରିଦିଆଯାଇଥିଲା। ହେଲେ କିଛି ବରିଷ୍ଠ ବିଜେପି ନେତା ଏହି ମାମଲାକୁ ଖୋଲିବାକୁ ଦାବି କରିଥିଲେ। ଏହାକୁ ଦୃଷ୍ଟିରେ ରଖି ସିବିଆଇ ୨ ବର୍ଷ ତଳେ ପୁଣି କେସ୍‌ ରି-ଓପନ କରିଥିଲା। ଏହି ବିଜେପି ନେତାମାନେ ହିଁ ମୂଳ ମାମଲାର ଅଭିଯୋଗକାରୀ।

Advertisment

ପ୍ରକାଶ ଇଣ୍ଡଷ୍ଟ୍ରିଜ୍ ଲିମିଟେଡ୍ ସହ ଜଡ଼ିତ ମାମଲାରେ ସିବିଆଇ କୋଇଲା ମନ୍ତ୍ରଣାଳୟର ତତ୍କାଳୀନ ସଚିବ ଆଇଏଏସ୍ ଏଚସି ଗୁପ୍ତା(ଅବସର)ଙ୍କ ସମେତ ଆଇଏଏସ କେଏସ୍ କରୋଫା (ଅବସର) ଓ କେସି ସମରିଆଙ୍କ ବିରୋଧରେ ଚାର୍ଜଶିଟ୍ ଦାଖଲ କରିବାକୁ ପ୍ରସ୍ତୁତି କରି ସାରିଛି।

ଫେବୃଆରୀ ୨୦୦୮ରେ ପ୍ରକାଶ ଇଣ୍ଡଷ୍ଟ୍ରିଜ୍ ଓ ଅନ୍ୟ ଏକ ଫାର୍ମକୁ ମିଳିତ ଭାବେ ଫତେହପୁର କୋଇଲା ବ୍ଲକ ଆବଣ୍ଟିତ କରିଥିବା ସ୍କ୍ରିନିଂ କମିଟିର ଅଧ୍ୟକ୍ଷ ଏଚସି ଗୁପ୍ତା ରହିଥିଲେ। ଏହି ସମୟରେ ଆଇଏଏସ କରୋଫା ଯୁଗ୍ମ ସଚିବ ଓ ସମରିଆ କୋଇଲା ମନ୍ତ୍ରଣାଳୟରେ ନିର୍ଦ୍ଦେଶକ ଦାୟିତ୍ୱ ସମ୍ପାଦନ କରୁଥିଲେ। କୋଇଲା ଆବଣ୍ଟନ ବେଳେ ବ୍ୟାପକ ହେରଫେର ହୋଇଥିବା ଅଭିଯୋଗ ହୋଇଥିଲା।

Advertisment

୨୦୧୪ରେ ବିଜେପିର ବରିଷ୍ଠ ନେତା ପ୍ରକାଶ ଜାଭଡେକର, ହଂସରାଜ ଅହିର ଓ ଭୁପେନ୍ଦ୍ର ଯାଦବ ଏ ସମ୍ପର୍କରେ ଅଭିଯୋଗ କରିବେ ପରେ ସିବିଆଇ ପ୍ରକାଶ ଇଣ୍ଡଷ୍ଟ୍ରିଜ ଓ ଏହାର ନିର୍ଦ୍ଦେଶକଙ୍କ ବିରୋଧରେ ମାମଲା ରୁଜୁ କରିଥିଲା। ଦୁଇ ବର୍ଷର ତଦନ୍ତ ପରେ ସିବିଆଇ କୌଣସି ପ୍ରମାଣ ମିଳିନାହିଁ ବୋଲି କହି ଫାଇଲକୁ ବନ୍ଦ କରିଦେଇଥିଲା।

କିନ୍ତୁ ଏହାକୁ ବିଜେପିର ୩ ଜଣ ଯାକ ନେତା କୋର୍ଟରେ ଚ୍ୟାଲେଞ୍ଜ କରିଥିଲେ। ଶେଷରେ ୨୦୧୮ ମାର୍ଚ୍ଚ ମାସରେ ସିବିଆଇ ପୁଣି ମାମଲାର ଫାଇଲକୁ ଖୋଲି ତଦନ୍ତ ଆଗକୁ ବଢ଼ାଇଥିଲା। ତେବେ ୨୦ ମାସର ବିତି ଯାଇଥିଲେ ହେଁ ତଦନ୍ତରେ କୌଣସି ଅଗ୍ରଗତି ହୋଇପାରି ନଥିଲା।

ତଦନ୍ତ ପ୍ରକ୍ରିୟାରେ ବିଳମ୍ବ ହେବାରୁ ଦିଲ୍ଲୀ ସ୍ଥିତ ସିବିଆଇ କୋର୍ଟ ତଦନ୍ତ ଅଧିକାରୀଙ୍କ ସହ ସିବିଆଇର ଅତିରିକ୍ତ ନିର୍ଦ୍ଦେଶକ ପ୍ରବୀଣ ସିହ୍ନା ଓ ଦୁଇ ଯୁଗ୍ମ ନିର୍ଦ୍ଦେଶକ ଭୀନିତ ବିନାୟକ ଏବଂ ଅମିତ କୁମାରଙ୍କୁ ସମନ କରିଥିଲେ। ୨୦୧୯ ଡିସେମ୍ବର ମାସରେ ତଦନ୍ତକାରୀ ଅଧିକାରୀମାନେ କୋର୍ଟରେ ହାଜର ହୋଇ ଖୁବଶୀଘ୍ର ରିପୋର୍ଟ ଦାଖଲ କରିବେ ବୋଲି ପ୍ରତିଶ୍ରୁତି ଦେଇଥିଲେ।

ଏହିକ୍ରମରେ ୩ ପ୍ରଶାସନିକ ଅଧିକାରୀଙ୍କୁ ଅଭିଯୁକ୍ତ ଦର୍ଶାଇବାକୁ ସିବିଆଇ କେନ୍ଦ୍ର ସରକାରଙ୍କୁ ଅନୁମତି ମାଗିଛି।

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe