Advertisment

ସୁଶାନ୍ତ ମୃତ୍ୟୁ ମାମଲା ନେଇ ମୁହଁ ଖୋଲିଲା ସିବିଆଇ

ମୁମ୍ବାଇ: ସୁଶାନ୍ତ ସିଂହ ରାଜପୁତଙ୍କ ମୃତ୍ୟୁକୁ ଚାରି ମାସ ବିତିଯାଇଛି। ମୁମ୍ବାଇ, ବିହାର ପୁଲିସ ପରେ ସୁଶାନ୍ତ ମୃତ୍ୟୁ ମାମଲାର ତଦନ୍ତ ସିବିଆଇ ହାତକୁ ଗଲା। ତେବେ ସିବିଆଇ ହାତକୁ ମାମଲା ଯିବାର ଅନେକ ଦିନ ବିତି ଯାଇଥିଲେ ମଧ୍ୟ ଏପର୍ଯନ୍ତ ମାମଲାର ସମାଧାନ ହୋଇପାରିଲା ନାହିଁ। ଏନେଇ ସିବିଆଇ ତଦନ୍ତ ଉପରେ ପ୍ରଶ୍ନବାଚୀ ମଧ୍ୟ ସୃଷ୍ଟି ହେଲା। ଏହି ପରିପ୍ରେକ୍ଷୀରେ ସିବିଆଇ ପକ୍ଷରୁ ବୟାନ ଜାରି କରାଯାଇଛି। ସୁଶାନ୍ତ ମୃତ୍ୟୁ ମାମଲାରେ ସମସ୍ତ ଦିଗରୁ ତଦନ୍ତ […]

ସୁଶାନ୍ତ ମୃତ୍ୟୁ ମାମଲା ନେଇ ମୁହଁ ଖୋଲିଲା ସିବିଆଇ

ssr

Advertisment

ମୁମ୍ବାଇ: ସୁଶାନ୍ତ ସିଂହ ରାଜପୁତଙ୍କ ମୃତ୍ୟୁକୁ ଚାରି ମାସ ବିତିଯାଇଛି। ମୁମ୍ବାଇ, ବିହାର ପୁଲିସ ପରେ ସୁଶାନ୍ତ ମୃତ୍ୟୁ ମାମଲାର ତଦନ୍ତ ସିବିଆଇ ହାତକୁ ଗଲା। ତେବେ ସିବିଆଇ ହାତକୁ ମାମଲା ଯିବାର ଅନେକ ଦିନ ବିତି ଯାଇଥିଲେ ମଧ୍ୟ ଏପର୍ଯନ୍ତ ମାମଲାର ସମାଧାନ ହୋଇପାରିଲା ନାହିଁ। ଏନେଇ ସିବିଆଇ ତଦନ୍ତ ଉପରେ ପ୍ରଶ୍ନବାଚୀ ମଧ୍ୟ ସୃଷ୍ଟି ହେଲା।

Advertisment

ଏହି ପରିପ୍ରେକ୍ଷୀରେ ସିବିଆଇ ପକ୍ଷରୁ ବୟାନ ଜାରି କରାଯାଇଛି। ସୁଶାନ୍ତ ମୃତ୍ୟୁ ମାମଲାରେ ସମସ୍ତ ଦିଗରୁ ତଦନ୍ତ ଚାଲିଛି। ପ୍ରଫେସନାଲ ଢଙ୍ଗରେ ଅଭିନେତାଙ୍କ ମୃତ୍ୟୁର ସନ୍ଧାନ କରାଯାଉଛି। ପ୍ରତ୍ୟେକ ଦିଗଗୁଡ଼ିକୁ ତଦନ୍ତ ପରିସରଭୁକ୍ତ କରାଯାଇଛି। ବର୍ତ୍ତମାନ ସୁଦ୍ଧା ସିବିଆଇ ଟିମ୍ କୌଣସି ଦିଗକୁ ଅଣଦେଖା କରିନାହିଁ। ଏବେ ବି ତଦନ୍ତ ପ୍ରକ୍ରିୟା ଚାଲିଛି ବୋଲି ସିବିଆଇ ସ୍ପଷ୍ଟ କରିଛି।

ଅନ୍ୟପଟେ ମାମଲ ନେଇ ସୁଶାନ୍ତଙ୍କ ପରିବାର ଲୋକଙ୍କୁ ପଚରାଉଚରା କରିପାରେ ସିବିଆଇ। ପ୍ରକୃତରେ ରିୟା ମୁମ୍ବାଇରେ ସୁଶାନ୍ତଙ୍କ ପରିବାର ଲୋକଙ୍କ ବିରୁଦ୍ଧରେ ଅଭିଯୋଗ କରିବା ପରେ ଏକ ମାମଲା ରୁଜୁ ହୋଇଛି। ଉକ୍ତ ଏଫଆଇଆର ସିବିଆଇ ନିକଟରେ ପହଞ୍ଚିଛି, ଯାହା ଆଧାରରେ ଖୁବଶୀଘ୍ର କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ଜଣାପଡ଼ିଛି।

Advertisment

ସୁଶାନ୍ତଙ୍କ ପରିବାରର ଓକିଲ ବିକାଶ ସିଂହ ଏନେଇ ଟ୍ୱିଟ୍ କରିଛନ୍ତି ଯେ, ବର୍ତ୍ତମାନ ସୁଦ୍ଧା ସିବିଆଇ ପକ୍ଷରୁ ସୁଶାନ୍ତଙ୍କ ଭଉଣୀମାନଙ୍କୁ କୌଣସି ସମନ ମିଳିନାହିଁ। ଯେବେ ସମନ ମିଳିବ, ସୁଶାନ୍ତଙ୍କ ପରିବାର ଲୋକ ନିଶ୍ଚୟ ହାଜର ହେବେ ଓ ସମ୍ପୂର୍ଣ୍ଣ ସହଯୋଗ କରିବେ ବୋଲି ସେ କହିଛନ୍ତି।

Sushant Singh Rajput CBI SSR Death Case
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe