ନୂଆଦିଲ୍ଲୀ: କରୋନା ଅପଡେଟ ନେଇ କେନ୍ଦ୍ର ସରକାରଙ୍କ ପ୍ରେସମିଟ୍ । ସଠିକ ଟ୍ରେସିଂ ଓ ଟେଷ୍ଟିଂ ଉପରେ ଗୁରୁତ୍ୱ ଦେଲେ ସ୍ୱାସ୍ଥ୍ୟ ସଚିବ ରାଜେଶ ଭୂଷଣ। ତୁରନ୍ତ ରେଜଲ୍ଟ ପାଇଁ ରାପିଡ୍ ଆଣ୍ଟିଜେନ୍ ଟେଷ୍ଟ କରାଯାଉଛି । ଅନେକ ଲକ୍ଷଣ ଥିବା ବ୍ୟକ୍ତିଙ୍କ ଆଣ୍ଟିଜେନ୍ ରିପୋର୍ଟ ନେଗେଟିଭ ଆସୁଛି । ଲକ୍ଷଣଯୁକ୍ତ ଆଣ୍ଟିଜେନ୍ ନେଗେଟିଭ ବ୍ୟକ୍ତିଙ୍କ ପୁନଃ ଟେଷ୍ଟ କରାଯିବା ଜରୁରୀ । ଲକ୍ଷଣଯୁକ୍ତ ନେଗେଟିଭ ବ୍ୟକ୍ତିଙ୍କ ଆରଟିପିସିଆର ଟେଷ୍ଟ କରାଯିବା ଜରୁରୀ । ନହେଲେ ସଂପୃକ୍ତ ବ୍ୟକ୍ତି ସୁପର ସ୍ପ୍ରେଡର ହୋଇଯାଇପାରନ୍ତି- ବୋଲି ରାଜେଶ ଭୂଷଣ କହିଛନ୍ତି ।