Advertisment

ଗର୍ଭିଣୀ ହାତୀ ହତ୍ୟା ମାମଲା: ଖସି ପାରିବେନି ହତ୍ୟାକାରୀ

ନୂଆଦିଲ୍ଲୀ: କେରଳର ମଲ୍ଲାପୁରମରେ ଗର୍ଭିଣୀ ହାତୀକୁ ବାଣ ଭର୍ତ୍ତି ସପୁରୀ ଖାଇବାକୁ ଦେଇ ହତ୍ୟା ଘଟଣାରେ ସାରା ଦେଶ ମର୍ମାହତ। ସୋଶାଲ ମିଡିଆରେ ଏନେଇ ଲଗାତର ଲୋକ କ୍ଷୋଭ ପ୍ରକାଶ କରୁଛନ୍ତି। ତେବେ ଏହି ମାମଲାରେ କେନ୍ଦ୍ର ଜଙ୍ଗଳ ଓ ପରିବେଶ ମନ୍ତ୍ରୀ ପ୍ରକାଶ ଜାଭଡେକର୍ ଟ୍ୱିଟ୍ କରି ନିଜ ପ୍ରତିକ୍ରିୟା ରଖିଛନ୍ତି। ପ୍ରକାଶ ଜାଭଡେକର ଟ୍ୱିଟ୍ କରି ଲେଖିଛନ୍ତି ଯେ, “କେରଳର ମଲ୍ଲାପୁରମରେ ଏକ ଗର୍ଭିଣୀ ହାତୀର ହତ୍ୟା କରାଯିବା ମାମଲାକୁ କେନ୍ଦ୍ର ସରକାର ଅତ୍ୟନ୍ତ […]

author-image
Pragnya Choudhury
ଅଦ୍ୟତନ ହୋଇଛି
ଗର୍ଭିଣୀ ହାତୀ ହତ୍ୟା ମାମଲା: ଖସି ପାରିବେନି ହତ୍ୟାକାରୀ

kerla-elephant murder

ନୂଆଦିଲ୍ଲୀ: କେରଳର ମଲ୍ଲାପୁରମରେ ଗର୍ଭିଣୀ ହାତୀକୁ ବାଣ ଭର୍ତ୍ତି ସପୁରୀ ଖାଇବାକୁ ଦେଇ ହତ୍ୟା ଘଟଣାରେ ସାରା ଦେଶ ମର୍ମାହତ। ସୋଶାଲ ମିଡିଆରେ ଏନେଇ ଲଗାତର ଲୋକ କ୍ଷୋଭ ପ୍ରକାଶ କରୁଛନ୍ତି। ତେବେ ଏହି ମାମଲାରେ କେନ୍ଦ୍ର ଜଙ୍ଗଳ ଓ ପରିବେଶ ମନ୍ତ୍ରୀ ପ୍ରକାଶ ଜାଭଡେକର୍ ଟ୍ୱିଟ୍ କରି ନିଜ ପ୍ରତିକ୍ରିୟା ରଖିଛନ୍ତି।

Advertisment

ପ୍ରକାଶ ଜାଭଡେକର ଟ୍ୱିଟ୍ କରି ଲେଖିଛନ୍ତି ଯେ, "କେରଳର ମଲ୍ଲାପୁରମରେ ଏକ ଗର୍ଭିଣୀ ହାତୀର ହତ୍ୟା କରାଯିବା ମାମଲାକୁ କେନ୍ଦ୍ର ସରକାର ଅତ୍ୟନ୍ତ ଗମ୍ଭୀରତାର ସହ ନେଇଛନ୍ତି। ଏହାକ ସଠିକ୍ ତଦନ୍ତ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି। ଆଉ ଆମେ ଦୋଷୀଙ୍କୁ କଦାଚିତ୍ କ୍ଷମା ଦେବୁ ନାହିଁ। ପଶୁଙ୍କୁ ବାଣ ଖୁଆଇବା ଆଉ ହତ୍ୟା କରିବା ଭାରତୀ ସଂସ୍କୃତି ନୁହେଁ।"

Advertisment

ପ୍ରକାଶ ଥାଉ କି, ଏନେଇ ବୁଧବାର କେରଳ ସରକାର କହିଛନ୍ତି ଯେ, ପଲକ୍କଡ଼ ଜିଲ୍ଲାରେ ଗର୍ଭିଣୀ ହାତୀର ନିର୍ମମ ହତ୍ୟା ମାମଲାର ତଦନ୍ତ ବନ୍ୟଜନ୍ତୁ ଅପରାଧ ତଦନ୍ତ ଟିମ୍ କରିବ। ଭୋକିଲା ମାଆ ହାତୀକୁ କେତେଜଣ ଅମଣିଷ ବାଣ ଭର୍ତ୍ତି ସପୁରୀ ଖାଇବାକୁ ଦେଇଥିଲେ, ଯାହା ହାତୀ ମୁହଁରେ ଫାଟି ଯାଇଥିଲା। ଏହାପରେ ସାଇଲେଣ୍ଟ ଭ୍ୟାଲି ଜଙ୍ଗଲରେ ପ୍ରାୟ ଏକ ସପ୍ତାହ ଯାଏ ପାଣି ଭିତରେ ଠିଆ ହୋଇ ନିଜ ମୃତ୍ୟୁକୁ ଅପେକ୍ଷା କରିଥିଲା ମାଆ ହାତୀ।

ଏଭଳି ମର୍ମନ୍ତୁଦ ଘଟଣା ପ୍ରଘଟ ହେବା ପରେ ଚାରିଆଡ଼େ ଆକ୍ରୋଶ ଦେଖାଦେଇଛି। ମୁଖ୍ୟମନ୍ତ୍ରୀ ପିନରାଇ ବିଜୟନ କହିଛନ୍ତି, ମାମଲାର ପ୍ରାରମ୍ଭିକ ତଦନ୍ତ ଆରମ୍ଭ ହୋଇଯାଇଛି। ହତ୍ୟାକାରୀଙ୍କ ବିରୁଦ୍ଧରେ କଡ଼ା କାର୍ଯ୍ୟାନୁଷ୍ଠାନ କରିବାକୁ ପୁଲିସକୁ ନିର୍ଦ୍ଦେଶ ଦିଆଯାଇଛି।