/odisha-reporter/media/post_attachments/uploads/2020/05/EPFO.jpg)
EPFO
ନୂଆଦିଲ୍ଲୀ: ୧୫ ହଜାର ଟଙ୍କା ପର୍ଯ୍ୟନ୍ତ ଦରମା ପାଉଥିବା କର୍ମଚାରୀଙ୍କୁ ସରକାର ୨୪ ପ୍ରତିଶିତ ପିଏଫ ସହୟତା ଅଗଷ୍ଟ ମାସ ଯାଏ ଯୋଗାଇ ଦେବେ। ବୁଧବାର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଅଧ୍ୟକ୍ଷତାରେ ବସିଥିବା ବୈଠକରେ ଏହି ନିଷ୍ପତ୍ତି ନିଆଯାଇଛି। ଏ ନେଇ ସୂଚନା ଏବଂ ପ୍ରସାରଣ ମନ୍ତ୍ରୀ ପ୍ରକାଶ ଜାଭଡେକର ଏହି ସୂଚନା ଦେଇଛନ୍ତି। ଏହାଦ୍ୱାରା ଦେଶର ୭୨ ଲକ୍ଷ କର୍ମଚାରୀ ଉପକୃତ ହେବେ ବୋଲି ସରକାର କହିଛନ୍ତି।
ଜୁନ୍ ରୁ ଅଗଷ୍ଟ ୨୦୨୦ ପର୍ଯ୍ୟନ୍ତ PMGKY / ଆତ୍ମନିର୍ଭର ଭାରତ ଅଧୀନରେ ଇପିଏଫ ଅବଦାନ ୨୪% (୧୨% କର୍ମଚାରୀଙ୍କ ଅଂଶ ଏବଂ ୧୨% ନିଯୁକ୍ତିଦାତା ଅଂଶ) ବୃଦ୍ଧି କରିବାକୁ କ୍ୟାବିନେଟ୍ ନିଷ୍ପତ୍ତି ନେଇଛି। ଏଥିପାଇଁ ସରକାର ମୋଟ ୪,୮୬୦ କୋଟି ଟଙ୍କା ଖର୍ଚ୍ଚଭାର ସମ୍ଭାଳିବେ। ଏହି ପଦକ୍ଷେପ ଦ୍ୱାରା ୭୨ ଲକ୍ଷରୁ ଅଧିକ କର୍ମଚାରୀ ଉପକୃତ ହେବେ ବୋଲି ଜାଭଡେକର କହିଛନ୍ତି।
https://twitter.com/PIB_India/status/1280806301925167104
ଯେଉଁ ସଂସ୍ଥାରେ ୧୦୦ରୁ କମ୍ କର୍ମଚାରୀ ରହିଛନ୍ତି, ଯେଉଁଥିରେ ୯୦ ପ୍ରତିଶତ କର୍ମଚାରୀଙ୍କ ଦରମା ୧୫ ହଜାର ଟଙ୍କାରୁ କମ୍ ରହିଛି ସେମାନେ ଏହାର ସିଧାସଳଖ ଲାଭ ପାଇବେ। ସରକାର ଅଗଷ୍ଟ ପର୍ଯ୍ୟନ୍ତ ଏଭଳି କମ୍ପାନୀ ଏବଂ ସେମାନଙ୍କ କର୍ମଚାରୀଙ୍କ ତରଫରୁ ଇପିଏଫରେ ସହଯୋଗ କରିବେ।
ସୂଚନାଯୋଗ୍ୟ, କରୋନା ପାଇଁ ଦେଶ ଲକଡାଉନ୍ ରହିବାରୁ ଅନେକ ସଂସ୍ଥାର ଆର୍ଥିକ ସ୍ଥିତି ଖରାପ ହୋଇଯାଇଛି। ଏହାକୁ ନଜରରେ ରଖି ଆତ୍ମନିର୍ଭର ଭାରତ ଅଭିଯାନରେ ୧୫ ହଜାର ଟଙ୍କୁ କମ୍ ଦରମା ପାଉଥିବା କର୍ମଚାରୀଙ୍କୁ ଇପିଏଫ ବାବଦରେ ସହାୟତା କରିବେ ବୋଲି ସରକାର ନିଷ୍ପତ୍ତି ନେଇଛନ୍ତି।
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
