ନାମାଙ୍କନ ବେଳେ ନିଜ ବାପାଙ୍କୁ ପତି ବୋଲି ଲେଖିଲେ ଆନ୍ଧ୍ରପ୍ରଦେଶ ମୁଖ୍ୟମନ୍ତ୍ରୀ

ଅମରାବତୀ: ଆନ୍ଧ୍ରପ୍ରଦେଶ ବିଧାନସଭା ଆସନ ପାଇଁ ପ୍ରାର୍ଥୀପତ୍ର ଦାଖଲ ବେଳେ ଭୁଲ କରିଦେଇଛନ୍ତି ମୁଖ୍ୟମନ୍ତ୍ରୀ ଚନ୍ଦ୍ରବାବୁ ନାଇଡ଼ୁ ଓ ତାଙ୍କ ପୁଅ ଲୋକେଶ। ଉଭୟ ପ୍ରାର୍ଥୀପତ୍ରରେ ପିତାଙ୍କ ନାମ ଜାଗାରେ ପତିଙ୍କ ନାମ ବୋଲି ଲେଖିଛନ୍ତି। ଯାହାକି ସୋଶାଲ ମିଡ଼ିଆରେ ଟ୍ରୋଲ ହୋଇଛି। ଏଭଳି ଭୁଲ ଉଦ୍ଦେଶ୍ୟମୂଳକ ଭାବେ କରାଯାଇଛି ନା ଅଜାଣତରେ, ତାହା ଜଣାପଡ଼ିନାହିଁ। ହେଲେ ଏହାକୁ ନେଇ ଏବେ ଚର୍ଚ୍ଚା ଚାଲିଛି । ସୂଚନାଯୋଗ୍ୟ, ଆନ୍ଧ୍ରପ୍ରଦେଶ ମୁଖ୍ୟମନ୍ତ୍ରୀ ବିଧାନସଭା ନିର୍ବାଚନ ପାଇଁ ଆଜି ଚିତ୍ତୁର […]

CHANDRABABU NAIDU WITH SON LOKESH WHILE NOMINATION

Subhransu Sekhar
  • Published: Sunday, 24 March 2019
  • , Updated: 24 March 2019, 05:39 PM IST

ଅମରାବତୀ: ଆନ୍ଧ୍ରପ୍ରଦେଶ ବିଧାନସଭା ଆସନ ପାଇଁ ପ୍ରାର୍ଥୀପତ୍ର ଦାଖଲ ବେଳେ ଭୁଲ କରିଦେଇଛନ୍ତି ମୁଖ୍ୟମନ୍ତ୍ରୀ ଚନ୍ଦ୍ରବାବୁ ନାଇଡ଼ୁ ଓ ତାଙ୍କ ପୁଅ ଲୋକେଶ। ଉଭୟ ପ୍ରାର୍ଥୀପତ୍ରରେ ପିତାଙ୍କ ନାମ ଜାଗାରେ ପତିଙ୍କ ନାମ ବୋଲି ଲେଖିଛନ୍ତି। ଯାହାକି ସୋଶାଲ ମିଡ଼ିଆରେ ଟ୍ରୋଲ ହୋଇଛି। ଏଭଳି ଭୁଲ ଉଦ୍ଦେଶ୍ୟମୂଳକ ଭାବେ କରାଯାଇଛି ନା ଅଜାଣତରେ, ତାହା ଜଣାପଡ଼ିନାହିଁ। ହେଲେ ଏହାକୁ ନେଇ ଏବେ ଚର୍ଚ୍ଚା ଚାଲିଛି ।

ସୂଚନାଯୋଗ୍ୟ, ଆନ୍ଧ୍ରପ୍ରଦେଶ ମୁଖ୍ୟମନ୍ତ୍ରୀ ବିଧାନସଭା ନିର୍ବାଚନ ପାଇଁ ଆଜି ଚିତ୍ତୁର ଜିଲ୍ଲାର କୁପ୍ପନ ବିଧାନସଭା ଆସନ ପାଇଁ ନାମାଙ୍କନ ପତ୍ର ଦାଖଲ କରିଛନ୍ତି । ସେ ନାମାଙ୍କନ ପତ୍ରରେ ତାଙ୍କ ବାପା ଖର୍ଜୁରା ନାଇଡ଼ୁକୁ ପିତା ବଦଳରେ ପତି ବୋଲି ଉଲ୍ଲେଖ କରିଦେଇଛନ୍ତି। ସେହିପରି ତାଙ୍କ ପୁଅ ଲୋକେଶ ମଧ୍ୟ ରାଜ୍ୟର ରାଜଧାନୀ ଅମରାବତିର ମଙ୍ଗଳାଗିରି ବିଧାନସଭା ଆସନରୁ ପ୍ରାର୍ଥୀପତ୍ର ଦାଖଲ କରିଛନ୍ତି। ହେଲେ ପିତା ଚନ୍ଦ୍ରବାବୁ ନାଇଡ଼ୁଙ୍କୁ ପିତା ଜାଗାରେ ପତି ବୋଲି ଲେଖିଥିବା ଜଣାପଡ଼ିଛି।

Related story