chetan-bhagat
ନୂଆଦିଲ୍ଲୀ: ଲୋକପ୍ରିୟ ଲେଖକ ଚେତନ ଭଗତ ସୋଶାଲ ମିଡିଆରେ ଖୁବ୍ ସକ୍ରିୟ ରହିଥାନ୍ତି। କେବଳ ଏତିକି ନୁହେଁ, ଯେକୌଣସି ବିଷୟରେ ସେ ଖୋଲାଖୋଲି ଭାବେ ନିଜର ମତାମତ ଦେଇଥାନ୍ତି। ତେବେ ଚେତନଙ୍କ ଏକ ଟ୍ୱିଟ୍ ଏବେ ଖୁବ୍ ଚର୍ଚ୍ଚାରେ। ସେ କରୋନା ଭୂତାଣୁକୁ ନେଇ କରିଥିବା ଏହି ଟ୍ୱିଟ୍ ସୋଶାଲ ମିଡିଆରେ ଖୁବ୍ ଭାଇରାଲ୍ ହେଉଛନ୍ତି।
ନିଜ ଅଫିସିଆଲ ଟ୍ୱିଟର ହ୍ୟାଣ୍ଡେଲରେ ଚେତନ ଲେଖିଛନ୍ତି, "ସାରା ଦୁନିଆର ଶେୟାର ମାର୍କେଟ୍, ବିଶେଷକରି ଆମେରିକାର ଶେୟାର ମାର୍କେଟ୍ ଦେଖି ଏଭଳି ଲାଗୁଛି କି କରୋନା ଟୀକା (ଭ୍ୟାକସିନ) ଖୁବଶୀଘ୍ର ଆସୁଛି। ମୋ ମତରେ ସମସ୍ତ ଟ୍ରାଏଲ୍ 2020 ଅକ୍ଟୋବର ସୁଦ୍ଧା ଶେଷ ହୋଇଯିବ। ଡିସେମ୍ୱର 2020 ସୁଦ୍ଧା ଅନୁମୋଦନ ମିଳିଯିବ ଏବଂ ଫେବୃୟାରୀ 2021 ସୁଦ୍ଧା ଟୀକା ସାଧାରଣ ଜନତାଙ୍କ ହାତରେ ପହଞ୍ଚିଯିବ।"
ଚେତନଙ୍କ ଏଭଳି ଟ୍ୱିଟ୍ ଏବେ ସୋଶାଲ ମିଡିଆରେ ଭାଇରାଲ ହେଉଛି। ଏଥିରେ ଲୋକମାନେ ନିଜ ନିଜ ପ୍ରତିକ୍ରିୟା ମଧ୍ୟ ଦେଉଛନ୍ତି। ଟିକେ ନଜର ପକାନ୍ତୁ...
ସୂଚନା ଥାଉ କି, ନିକଟରେ ଚେତନ ଭଗତ ରାମ ମନ୍ଦିର ଭୂମି ପୂଜନକୁ ନେଇ ମଧ୍ୟ ଟ୍ୱିଟ୍ କରିଥିଲେ, ଯାହା ଖୁବ୍ ଭାଇରାଲ ହୋଇଥିଲା। ଚେତନ ଲେଖିଥିଲେ, ଶ୍ରୀରାମ ମନ୍ଦିର ଶିଳାନ୍ୟାସ ସମାରୋହ ଅବସରରେ ଭାରତୀୟଙ୍କୁ ଅନେକ ଅନେକ ଶୁଭେଚ୍ଛା। ଭଗବାନ ରାମଙ୍କ ତତ୍ତ୍ୱାବଧାନରେ ଭାରତ ସୁଯୋଗ, ସମୃଦ୍ଧତା, ପ୍ରେମ, ସମନ୍ୱୟ, ଅଖଣ୍ଡତା, ନମ୍ରତା, ଶକ୍ତି, ସାହସ, ଶାନ୍ତି, ପ୍ରଗତି ଓ ଭାଇଚାରର ଦେଶ ହେଉ।
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
Follow Us/odisha-reporter/media/post_attachments/uploads/2020/08/chetan-bhagat.jpg)