Advertisment

ମଧ୍ୟ ପ୍ରଦେଶ ଓ ଛତିଶଗଡ଼ରେ ଟ୍ୟାକ୍ସ ଫ୍ରି ହେଲା 'ଛପାକ୍'

ଦୀପିକାଙ୍କ ଫିଲ୍ମ ‘ଛପାକ୍‌’କୁ ବୟକଟ୍‌ କରିବା ନେଇ ଟ୍ୱିଟର୍‌ରେ ଟ୍ରେଣ୍ଡ ଚାଲିଥିବା ବେଳେ ଫିଲ୍ମକୁ ନେଇ ଏବେ ଏକ ଖୁସି ଖବର ମିଳିଛି। କଂଗ୍ରେସ ଶାସିତ ଦୁଇଟି ରାଜ୍ୟରେ ଫିଲ୍ମକୁ ପ୍ରୋତ୍ସାହନ ମିଳିଛି। ସୂଚନା ଅନୁଯାୟୀ ଏହି ଫିଲ୍ମକୁ ଟ୍ୟାକ୍ସ ଫ୍ରି ଘୋଷଣା କରିଛନ୍ତି ମଧ୍ୟ ପ୍ରଦେଶର କମଲନାଥ ସରକାର। କେବଳ ମଧ୍ୟପ୍ରଦେଶ ନୁହେଁ ଛତିଶଗଡ଼ରେ ମଧ୍ୟ ଫିଲ୍ମକୁ ଟ୍ୟାକ୍ସ ଫ୍ରି କରାଯାଇଥିବା ରିପୋର୍ଟ ପ୍ରକାଶ ପାଇଛି। ଦୀପିକାଙ୍କର ଜେଏନୟୁ ବିକ୍ଷୋଭରେ ବାମପନ୍ଥୀଙ୍କୁ ସମର୍ଥନ କରିବା ନେଇ […]

ଅଦ୍ୟତନ ହୋଇଛି
ପ୍ରଥମ ଦିନରେ ‘ଛପାକ’କୁ ମିଳିଛି ଆଶା ମୁତାବକ ଆୟ

chapak

Advertisment

ଦୀପିକାଙ୍କ ଫିଲ୍ମ ‘ଛପାକ୍‌’କୁ ବୟକଟ୍‌ କରିବା ନେଇ ଟ୍ୱିଟର୍‌ରେ ଟ୍ରେଣ୍ଡ ଚାଲିଥିବା ବେଳେ ଫିଲ୍ମକୁ ନେଇ ଏବେ ଏକ ଖୁସି ଖବର ମିଳିଛି। କଂଗ୍ରେସ ଶାସିତ ଦୁଇଟି ରାଜ୍ୟରେ ଫିଲ୍ମକୁ ପ୍ରୋତ୍ସାହନ ମିଳିଛି। ସୂଚନା ଅନୁଯାୟୀ ଏହି ଫିଲ୍ମକୁ ଟ୍ୟାକ୍ସ ଫ୍ରି ଘୋଷଣା କରିଛନ୍ତି ମଧ୍ୟ ପ୍ରଦେଶର କମଲନାଥ ସରକାର। କେବଳ ମଧ୍ୟପ୍ରଦେଶ ନୁହେଁ ଛତିଶଗଡ଼ରେ ମଧ୍ୟ ଫିଲ୍ମକୁ ଟ୍ୟାକ୍ସ ଫ୍ରି କରାଯାଇଥିବା ରିପୋର୍ଟ ପ୍ରକାଶ ପାଇଛି।

Advertisment

publive-imageଦୀପିକାଙ୍କର ଜେଏନୟୁ ବିକ୍ଷୋଭରେ ବାମପନ୍ଥୀଙ୍କୁ ସମର୍ଥନ କରିବା ନେଇ ବିବାଦ ଆରମ୍ଭ ହୋଇଥିଲା। ବିଜେପି ସମର୍ଥକମାନେ ଦୀପିକାଙ୍କର ଏଭଳି ପଦକ୍ଷେପକୁ ଏକ ପବ୍ଲିସିଟି ଷ୍ଟଣ୍ଟ ବୋଲି କହିଲେ। ଏଥିସହ ସୋଶାଲ୍‌ ମିଡିଆରେ ତାଙ୍କ ଫିଲ୍ମ ‘ଛପାକ’କୁ ବର୍ଜନ କରିବା ପାଇଁ ମଧ୍ୟ ଆହ୍ୱାନ ଦେଇଥିଲେ। ତେବେ ବିଜେପିର ‘ଛପାକ୍‌’କୁ ବୟକଟ୍‌ କରିବାର ଜବାବ୍‌ରେ କଂଗ୍ରେସ୍‌ ଏହାକୁ ଟ୍ୟାକ୍ସ ଫ୍ରି କରିଛି ବୋଲି କୁହାଯାଉଛି।

https://twitter.com/TajinderBagga/status/1214561442357080070

ତେବେ ରାଜନୈତିକ ଟଣାଓଟରା ଭିତରେ ଆସନ୍ତାକାଲି ରିଲିଜ୍ ହେବାକୁ ଯାଉଛି ଦୀପିକାଙ୍କ ବହୁ ପ୍ରତୀକ୍ଷିତ ଫିଲ୍ମ ‘ଛପାକ।’ ଏସିଡ୍ ଆକ୍ରମଣର ପୀଡ଼ିତା ଲକ୍ଷ୍ମୀ ଅଗ୍ରୱାଲ୍‌ଙ୍କ ଉପରେ ନିର୍ମିତ ହୋଇଛି ଏହି ଫିଲ୍ମ। ଯାହାର ନିର୍ଦ୍ଦେଶନା ଦେଇଛନ୍ତି ମେଘନା ଗୁଲଜାର୍‌। ଫିଲ୍ମରେ ଦୀପିକାଙ୍କ ସହ ବିକ୍ରାନ୍ତ ମେସି ମୁଖ୍ୟ ଭୂମିକାରେ ଅଭିନୟ କରିଛନ୍ତି। ଏଥିରେ ଦୀପିକାଙ୍କ ଲୁକ୍‌ ଏକଦମ୍‌ ଲକ୍ଷ୍ମୀଙ୍କ ଭଳି ରହିଛି। ଏହି ଫିଲ୍ମ ଜରିଆରେ ଦୀପିକା ପ୍ରଯୋଜନା କ୍ଷେତ୍ରରେ ମଧ୍ୟ ପାଦ ଥାପିଛନ୍ତି।

Advertisment

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe