Advertisment

ଛତିଶଗଡ଼ ମୁଖ୍ୟମନ୍ତ୍ରୀ ସ୍ପଷ୍ଟ କଲେ; ୩୦୦ରୁ ଅଧିକ ଲୋକଙ୍କୁ ପଣବନ୍ଦୀ କରିଛନ୍ତି ନକ୍ସଲ

ରାୟପୁର: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମନ୍ତ୍ରୀ ଛତିଶଗଡ଼ର ନକ୍ସଲପ୍ରବଣ ଦାନ୍ତେୱାଡ଼ା ଗସ୍ତ ପୂର୍ବରୁ ମାଓବାଦୀମାନେ ୩୦୦ରୁ ଅଧିକ ଲୋକଙ୍କୁ ବନ୍ଧକ କରିଥିବା କଥା ସତ ବୋଲି କହିଛନ୍ତି ମୁଖ୍ୟମନ୍ତ୍ରୀ ରମଣ ସିଂହ। ସେ କହିଛନ୍ତି ଯେ ମରେଙ୍ଗା ଗାଁରେ ଏହି ଘଟଣା ଘଟିଛି। ଲୋକେ ମୋଦିଙ୍କ ରାଲିକୁ ଆସୁଥିବା ବେଳେ ମାଓବାଦୀମାନେ ସେମାନଙ୍କ ବାଟ ଓଗାଳି ଥିଲେ ଓ ସେମାନଙ୍କୁ ବନ୍ଧକ କରିଥିଲେ। ପଣବନ୍ଦୀ ଲୋକଙ୍କୁ ମାଓବାଦୀଙ୍କ କବଜାରୁ ମୁକଳାଇବାକୁ ଉଦ୍ୟମ କରାଯାଉଛି ବୋଲି ମୁଖ୍ୟମନ୍ତ୍ରୀ ରମଣ ସିଂହ […]

ଛତିଶଗଡ଼ ମୁଖ୍ୟମନ୍ତ୍ରୀ ସ୍ପଷ୍ଟ କଲେ; ୩୦୦ରୁ ଅଧିକ ଲୋକଙ୍କୁ ପଣବନ୍ଦୀ କରିଛନ୍ତି ନକ୍ସଲ

ramansingh

Advertisment

ରାୟପୁର: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମନ୍ତ୍ରୀ ଛତିଶଗଡ଼ର ନକ୍ସଲପ୍ରବଣ ଦାନ୍ତେୱାଡ଼ା ଗସ୍ତ ପୂର୍ବରୁ ମାଓବାଦୀମାନେ ୩୦୦ରୁ ଅଧିକ ଲୋକଙ୍କୁ ବନ୍ଧକ କରିଥିବା କଥା ସତ ବୋଲି କହିଛନ୍ତି ମୁଖ୍ୟମନ୍ତ୍ରୀ ରମଣ ସିଂହ। ସେ କହିଛନ୍ତି ଯେ ମରେଙ୍ଗା ଗାଁରେ ଏହି ଘଟଣା ଘଟିଛି। ଲୋକେ ମୋଦିଙ୍କ ରାଲିକୁ ଆସୁଥିବା ବେଳେ ମାଓବାଦୀମାନେ ସେମାନଙ୍କ ବାଟ ଓଗାଳି ଥିଲେ ଓ ସେମାନଙ୍କୁ ବନ୍ଧକ କରିଥିଲେ। ପଣବନ୍ଦୀ ଲୋକଙ୍କୁ ମାଓବାଦୀଙ୍କ କବଜାରୁ ମୁକଳାଇବାକୁ ଉଦ୍ୟମ କରାଯାଉଛି ବୋଲି ମୁଖ୍ୟମନ୍ତ୍ରୀ ରମଣ ସିଂହ କହିଛନ୍ତି।

Advertisment

ଅନ୍ୟପକ୍ଷରେ ଆଜି ସକାଳେ ବସ୍ତାର ଆଇଜି ଏତେ ସଂଖ୍ୟକ ଲୋକଙ୍କ ଅପହରଣ କଥାକୁ ଖଣ୍ଡନ କରିଥିଲେ। ସେ କହିଥିଲେ ଯେ ୫ରୁ ୬ ଜଣ ଲୋକଙ୍କୁ ଅପହରଣ କରାଯାଇଛି।

କେନ୍ଦ୍ର ଗୃହମନ୍ତ୍ରାଳୟ ପକ୍ଷରୁ ଏନେଇ ଛତିଶଗଡ଼ ସରକାରଙ୍କୁ ରିପୋର୍ଟ ମଗାଯାଇଛି। ପଣବନ୍ଦୀମାନଙ୍କୁ ମୁକ୍ତ କରିବା ପାଇଁ ସମସ୍ତ ପ୍ରକାର ଉଦ୍ୟମ କରିବାକୁ ରାଜ୍ୟ ସରକାରଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ଗୃହ ମନ୍ତ୍ରାଳୟ।

Advertisment

ମିଳିଥିବା ସୂଚନା ଅନୁଯାୟୀ, ପ୍ରଧାନମନ୍ତ୍ରୀଙ୍କ ଗସ୍ତ ପୂର୍ବରୁ ଆଜି ସକାଳେ ମାଓବାଦୀମାନେ ଏକ କନଷ୍ଟ୍ରକସନ୍ ସାଇଟରୁ କିଛି ଶ୍ରମିକଙ୍କୁ ଅପହରଣ କରି ନେଇଥିଲେ। ଖବର ପାଇବା ପରେ ଆଖପାଖ ଗାଁର ଲୋକେ ଏହି ଶ୍ରମିକମାନଙ୍କୁ ଉଦ୍ଧାର କରିବା ପାଇଁ ପହଞ୍ଚିଥିଲେ। ହେଲେ ମାଓବାଦୀମାନେ ଏହି ଗାଁ ଲୋକମାନଙ୍କୁ ମଧ୍ୟ ବନ୍ଧକ ବନାଇ ଦେଲେ। ଦାନ୍ତେୱାଡା ଠାରୁ ପ୍ରାୟ ୭୦ କିଲୋମିଟର ଦୂରରେ ସୁକମା ଜିଲ୍ଲା ଅନ୍ତର୍ଗତ ମରେଙ୍ଗା ଗାଁରେ ମାଓବାଦୀମାନେ ଏହି ଲୋକଙ୍କୁ ପଣବନ୍ଦୀ କରି ରଖିଛନ୍ତି। ପାଖାପାଖା ୬୦୦ ମାଓବାଦୀ ଗାଁରେ ଉପସ୍ଥିତ ରହିଛନ୍ତି ବୋଲି ଆଶଙ୍କା କରାଯାଉଛି। ପଣବନ୍ଦୀଙ୍କ ମଧ୍ୟରେ ମହିଳା ଓ ଶିଶୁ ବି ଅଛନ୍ତି।

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe