Advertisment

ଛତିଶଗଡ଼ରେ ୪୦୦ ଲୋକଙ୍କୁ ପଣବନ୍ଦୀ କରିଛନ୍ତି ନକ୍ସଲ; ରିପୋର୍ଟ ମାଗିଲା ଗୃହ ମନ୍ତ୍ରଣାଳୟ

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମନ୍ତ୍ରୀ ଛତିଶଗଡ଼ର ନକ୍ସଲପ୍ରବଣ ଦାନ୍ତେୱାଡ଼ା ଗସ୍ତରେ ଯାଇଥିବା ବେଳେ ତା’ପୂର୍ବରୁ ନକ୍ସଲମାନେ ପ୍ରାୟ ୪୦୦ ଲୋକଙ୍କୁ ଅପହରଣ କରି ନେଇଯାଇଛନ୍ତି। ଏ ସମସ୍ତ ଲୋକ ମରେଙ୍ଗା ଗାଁର ବୋଲି ଜଣାପଡ଼ିଛି। ତେବେ ଏହି ଖବରକୁ ଖଣ୍ଡନ କରିଛନ୍ତି ବସ୍ତରର ଆଇଜି। ସେ ଦାବି କରିଛନ୍ତି ଯେ ନକ୍ସଲମାନେ ମାତ୍ର ୫ରୁ୬ ଜଣ ଲୋକଙ୍କୁ ଅପହରଣ କରିଛନ୍ତି। ଅନ୍ୟପକ୍ଷରେ କେନ୍ଦ୍ର ଗୃହମନ୍ତ୍ରାଳୟ ପକ୍ଷରୁ ଏନେଇ ଛତିଶଗଡ଼ ସରକାରଙ୍କୁ ରିପୋର୍ଟ ମଗାଯାଇଛି। ମିଳିଥିବା ସୂଚନା ଅନୁଯାୟୀ, […]

ଅଦ୍ୟତନ ହୋଇଛି
ଛତିଶଗଡ଼ରେ ୪୦୦ ଲୋକଙ୍କୁ ପଣବନ୍ଦୀ କରିଛନ୍ତି ନକ୍ସଲ; ରିପୋର୍ଟ ମାଗିଲା ଗୃହ ମନ୍ତ୍ରଣାଳୟ

Maoism

Advertisment

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମନ୍ତ୍ରୀ ଛତିଶଗଡ଼ର ନକ୍ସଲପ୍ରବଣ ଦାନ୍ତେୱାଡ଼ା ଗସ୍ତରେ ଯାଇଥିବା ବେଳେ ତା’ପୂର୍ବରୁ ନକ୍ସଲମାନେ ପ୍ରାୟ ୪୦୦ ଲୋକଙ୍କୁ ଅପହରଣ କରି ନେଇଯାଇଛନ୍ତି। ଏ ସମସ୍ତ ଲୋକ ମରେଙ୍ଗା ଗାଁର ବୋଲି ଜଣାପଡ଼ିଛି। ତେବେ ଏହି ଖବରକୁ ଖଣ୍ଡନ କରିଛନ୍ତି ବସ୍ତରର ଆଇଜି। ସେ ଦାବି କରିଛନ୍ତି ଯେ ନକ୍ସଲମାନେ ମାତ୍ର ୫ରୁ୬ ଜଣ ଲୋକଙ୍କୁ ଅପହରଣ କରିଛନ୍ତି। ଅନ୍ୟପକ୍ଷରେ କେନ୍ଦ୍ର ଗୃହମନ୍ତ୍ରାଳୟ ପକ୍ଷରୁ ଏନେଇ ଛତିଶଗଡ଼ ସରକାରଙ୍କୁ ରିପୋର୍ଟ ମଗାଯାଇଛି।

Advertisment

ମିଳିଥିବା ସୂଚନା ଅନୁଯାୟୀ, ପ୍ରଧାନମନ୍ତ୍ରୀଙ୍କ ଗସ୍ତ ପୂର୍ବରୁ ଆଜି ସକାଳେ ମାଓବାଦୀମାନେ ଏକ କନଷ୍ଟ୍ରକସନ୍ ସାଇଟରୁ କିଛି ଶ୍ରମିକଙ୍କୁ ଅପହରଣ କରି ନେଇଥିଲେ। ଖବର ପାଇବା ପରେ ଆଖପାଖ ଗାଁର ଲୋକେ ଏହି ଶ୍ରମିକମାନଙ୍କୁ ଉଦ୍ଧାର କରିବା ପାଇଁ ପହଞ୍ଚିଥିଲେ। ହେଲେ ମାଓବାଦୀମାନେ ଏହି ଗାଁ ଲୋକମାନଙ୍କୁ ମଧ୍ୟ ବନ୍ଧକ ବନାଇ ଦେଲେ। ଦାନ୍ତେୱାଡା ଠାରୁ ପ୍ରାୟ ୭୦ କିଲୋମିଟର ଦୂରରେ ସୁକମା ଜିଲ୍ଲା ଅନ୍ତର୍ଗତ ମରେଙ୍ଗା ଗାଁରେ ମାଓବାଦୀମାନେ ଏହି ଲୋକଙ୍କୁ ପଣବନ୍ଦୀ କରି ରଖିଛନ୍ତି। ପାଖାପାଖା ୬୦୦ ମାଓବାଦୀ ଗାଁରେ ଉପସ୍ଥିତ ରହିଛନ୍ତି ବୋଲି ଆଶଙ୍କା କରାଯାଉଛି।

ଖବର ଲେଖା ଯିବା ବେଳକୁ ପ୍ରଧାନମନ୍ତ୍ରୀ ମୋଦି ଦାନ୍ତେୱାଡ଼ାରେ ଏକ ସାଧାରଣ ସଭାକୁ ଉଦବୋଧନ ଦେଉଥିଲେ। ଦେଶର ପ୍ରଧାନମନ୍ତ୍ରୀ ହେବା ପରେ ମୋଦି ପ୍ରଥମ ଥର ପାଇଁ ଏ ଅଞ୍ଚଳକୁ ଗସ୍ତ କରିଛନ୍ତି। ସେହିଭଳି ଗତ ୩୦ ବର୍ଷରେ ଦାନ୍ତେୱାଡ଼ା ଗସ୍ତ କରିବାରେ ସେ ହେଉଛନ୍ତି ପ୍ରଥମ ପ୍ରଧାନମନ୍ତ୍ରୀ।

Advertisment
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe