Advertisment

ପରାଜୟ ସ୍ୱୀକାର କଲେ ଝାରଖଣ୍ଡ ମୁଖ୍ୟମନ୍ତ୍ରୀ

ନୂଆଦିଲ୍ଲୀ: ଭୋଟ ଗଣତି ବେଳେ ବିଜୟ ନେଇ ଦମ୍ଭୋକ୍ତି କରୁଥିବା ବିଜେପି ନେତା ତଥା ଝାରଖଣ୍ଡ ମୁଖ୍ୟମନ୍ତ୍ରୀ ରଘୁବର ଦାସ ଶେଷରେ ନିଜର ପରାଜୟ ସ୍ୱୀକାର କରିଛନ୍ତି। ସେ କହିଛନ୍ତି, “ବିଜେପି ଲୋକଙ୍କ ନିଷ୍ପତ୍ତିକୁ ଗ୍ରହଣ କରୁଛି। ଆମେ ପରାଜୟ ସ୍ୱୀକାର କରୁଛୁ।” ଏହାର ଅର୍ଥ କଂଗ୍ରେସ-ଜେଏମଏମ ଓ ଆରଜେଡି ଝାରଖଣ୍ଡରେ ସରକାର ଗଠନ କରିବେ। ଏହାପୂର୍ବରୁ ରଘୁବର କହିଥିଲେ, “ମୋର ବିଶ୍ୱାସ ଯେ ବିଜେପି ଶେଷରେ ଜିତିବ। ମୁଁ ଶେଷ ଯାଏ ଫଳାଫଳକୁ ଅପେକ୍ଷା କରିଛି। […]

ପରାଜୟ ସ୍ୱୀକାର କଲେ ଝାରଖଣ୍ଡ ମୁଖ୍ୟମନ୍ତ୍ରୀ

wwe

Advertisment

ନୂଆଦିଲ୍ଲୀ: ଭୋଟ ଗଣତି ବେଳେ ବିଜୟ ନେଇ ଦମ୍ଭୋକ୍ତି କରୁଥିବା ବିଜେପି ନେତା ତଥା ଝାରଖଣ୍ଡ ମୁଖ୍ୟମନ୍ତ୍ରୀ ରଘୁବର ଦାସ ଶେଷରେ ନିଜର ପରାଜୟ ସ୍ୱୀକାର କରିଛନ୍ତି। ସେ କହିଛନ୍ତି, “ବିଜେପି ଲୋକଙ୍କ ନିଷ୍ପତ୍ତିକୁ ଗ୍ରହଣ କରୁଛି। ଆମେ ପରାଜୟ ସ୍ୱୀକାର କରୁଛୁ।”

Advertisment

ଏହାର ଅର୍ଥ କଂଗ୍ରେସ-ଜେଏମଏମ ଓ ଆରଜେଡି ଝାରଖଣ୍ଡରେ ସରକାର ଗଠନ କରିବେ। ଏହାପୂର୍ବରୁ ରଘୁବର କହିଥିଲେ, “ମୋର ବିଶ୍ୱାସ ଯେ ବିଜେପି ଶେଷରେ ଜିତିବ। ମୁଁ ଶେଷ ଯାଏ ଫଳାଫଳକୁ ଅପେକ୍ଷା କରିଛି। ଆପଣମାନେ ବି ଚୂଡ଼ାନ୍ତ ଫଳାଫଳ ପ୍ରକାଶ ପାଇଲା ଯାଏ ବ୍ୟସ୍ତ ହୁଅନ୍ତୁ ନାହିଁ।”

ଅନ୍ୟପକ୍ଷରେ ରଘୁବାର ଦାସ ଜାମସେଦପୁର ପୂର୍ବ ଆସନରେ ପଛରେ ପଡ଼ି ଯାଇଛନ୍ତି। ଏହି ଆସନରୁ ସିଏ ୧୯୯୫ରୁ କ୍ରମାଗତ ଭାବେ ଜିତି ଆସୁଛନ୍ତି। ଝାରଖଣ୍ଡରେ କୌଣସି ମୁଖ୍ୟମନ୍ତ୍ରୀ କ୍ରମାଗତ ଦ୍ୱିତୀୟଥର ପାଇଁ ବିଜୟୀ ହୋଇ ନାହାନ୍ତି। ତେଣୁ ରଘୁବର ସମାନ ସ୍ଥିତିରେ ସମ୍ମୁଖୀନ ହେବାର ଆଶଙ୍କା ପ୍ରକାଶ ପାଇଛି।

Advertisment
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe