Advertisment

ଏ କି ମଣିଷ! ଟିଭି ଲଗାଇବାକୁ କହିବାରୁ ଶିଶୁର ଗଳା ଚିପି ହତ୍ୟା କଲା

ଚେନ୍ନାଇ: ସାମାନ୍ୟ କ୍ରୋଧର ବଶବର୍ତ୍ତୀ ହୋଇ ମଣିଷ କେତେ ଅବିବେକୀ କାମ କରିପାରେ। ଏଭଳି ଏକ ନାରକୀୟ ହତ୍ୟା ଘଟଣା ତାମିଲନାଡ଼ୁର ଟ୍ୟୁଟିକୋରିନ ଜିଲ୍ଲାରୁ ଲୋକଲୋଚନକୁ ଆସିଛି। ଟିଭି ଲଗାଇବାକୁ କହିବାରୁ ଏକ କୁନି ପିଲାକୁ ଗଳା ଚିପି ହତ୍ୟା କରିଛି ମଣିଷ ରୂପକ ଜଣେ ରାକ୍ଷସ । ଘଟଣାଟି ପ୍ରଘଟ ହେବା ପରେ ସମସ୍ତେ ହତବାକ୍ ଓ ଚକିତ ହୋଇଯାଇଛନ୍ତି। କୁନି ଝିଅଟି ଆଠ ବର୍ଷର ହୋଇଥିବା ବେଳେ ସେ ତୃତୀୟ ଶ୍ରେଣୀରେ ପାଠପଢ଼ୁଥିଲା। ତେବେ […]

ଅଦ୍ୟତନ ହୋଇଛି
ଏ କି ମଣିଷ! ଟିଭି ଲଗାଇବାକୁ କହିବାରୁ ଶିଶୁର ଗଳା ଚିପି ହତ୍ୟା କଲା

murder

Advertisment

ଚେନ୍ନାଇ: ସାମାନ୍ୟ କ୍ରୋଧର ବଶବର୍ତ୍ତୀ ହୋଇ ମଣିଷ କେତେ ଅବିବେକୀ କାମ କରିପାରେ। ଏଭଳି ଏକ ନାରକୀୟ ହତ୍ୟା ଘଟଣା ତାମିଲନାଡ଼ୁର ଟ୍ୟୁଟିକୋରିନ ଜିଲ୍ଲାରୁ ଲୋକଲୋଚନକୁ ଆସିଛି। ଟିଭି ଲଗାଇବାକୁ କହିବାରୁ ଏକ କୁନି ପିଲାକୁ ଗଳା ଚିପି ହତ୍ୟା କରିଛି ମଣିଷ ରୂପକ ଜଣେ ରାକ୍ଷସ । ଘଟଣାଟି ପ୍ରଘଟ ହେବା ପରେ ସମସ୍ତେ ହତବାକ୍ ଓ ଚକିତ ହୋଇଯାଇଛନ୍ତି।

Advertisment

କୁନି ଝିଅଟି ଆଠ ବର୍ଷର ହୋଇଥିବା ବେଳେ ସେ ତୃତୀୟ ଶ୍ରେଣୀରେ ପାଠପଢ଼ୁଥିଲା। ତେବେ ତା'ର କେବଳ ଏତିକି ଭୁଲ, ଯେ ଅଭିଯୁକ୍ତକୁ ଟିଭି ଲଗାଇବାକୁ କହିଥିଲା। ବ୍ୟକ୍ତି ଜଣକ ନିଜ ବାପାଙ୍କ ସହ କୌଣସି ଏକ ବିଷୟକୁ ନେଇ ଯୁକ୍ତି କରୁଥିଲା। ଏତିକି ବେଳେ ଝିଅଟି ଟିଭି ଲଗାଇବାକୁ କହିଥିବାରୁ ସେ ରାଗିକି ତାକୁ ଗଳା ଚିପି ହତ୍ୟା କରିଦେଇଛି। ଏହାପରେ ଶବକୁ ନେଇ ଏକ ନାଳରେ ଫିଙ୍ଗି ଦେଇଥିଲା।

ପୁଲିସ ସୂତ୍ର ଅନୁସାରେ, କୁନି ଝିଅଟିର ମାଆ ଜଣେ ଶ୍ରମିକ। ସେ ଏକାକି ଶିଶୁର ଯତ୍ନ ନେଉଥିଲେ। ଶିଶୁ ପ୍ରାୟତଃ ଟିଭି ଦେଖିବାକୁ ପଡ଼ୋଶୀଙ୍କ ଘରକୁ ଯିବା ଆସିବା କରୁଥିଲା। ବୁଧବାର ମଧ୍ୟ ସେ ଟିଭି ଦେଖିବାକୁ ପଡ଼ିଶା ଘରକୁ ଯାଇଥିଲା ଓ ଟିଭି ଲଗାଇବାକୁ କହିଥିଲା। ସେତେବେଳେ ଅଭିଯୁକ୍ତ ଜଣକ ନିଜ ପିତାଙ୍କ ସହ ଝଗଡ଼ା କରୁଥିଲା। ଏତିକି ବେଳେ ରାଗିକି ସେ ଶିଶୁର ଗଳା ଚିପି ତାକୁ ହତ୍ୟା କରିଦେଲା। ଏହାପରେ ସେ ମୃତ ଶିଶୁକୁ ଏକ ଡ୍ରମ ଭିତରେ ଭର୍ତ୍ତି କରି ଉପରୁ ଢ଼ାଙ୍କୁଣୀ ଲଗାଇଦେଲା। ପରବର୍ତ୍ତୀ ସମୟରେ ନିଜ ଘର ପାଖରେ ଥିବା ଏକ ପୋଲ ନିକଟରେ ପହଞ୍ଚି ମୃତଦେହକୁ କେନାଲରେ ଫିଙ୍ଗି ଦେଇଥିଲା।

Advertisment

ହେଲେ ଅଭିଯୁକ୍ତର ଏହି କାଣ୍ଡକୁ କେହି ଜଣ ଦେଖିନେଇ ଥିଲେ ଏବଂ ପୁଲିସକୁ ଖବର ଦେଇଥିଲେ। ପୁଲିସ କେନାଲରୁ ମୃତଦେହ ଉଦ୍ଧାର କରି ଅଭିଯୁକ୍ତକୁ ଗିରଫ କରିଛି। ଡ୍ରମକୁ ପୋଲ ପର୍ଯ୍ୟନ୍ତ ନେବାରେ ଅଭିଯୁକ୍ତକୁ ସାହାଯ୍ୟ କରିଥିବା ତା'ର ସାଙ୍ଗକୁ ମଧ୍ୟ ପୁଲିସ ଗିରଫ କରିଛି।

ପୁଲିସ ବର୍ତ୍ତମାନ ଶବ ବ୍ୟବଚ୍ଛେଦ ରିପୋର୍ଟକୁ ଅପେକ୍ଷା କରିଛି। ମୃତ୍ୟୁର କାରଣ ଏବଂ ଯୌନ ଉତ୍ପୀଡ଼ନ ନେଇ ସୁନିଶ୍ଚିତ ହେବା ନିହାତି ଆବଶ୍ୟକ। କାରଣ ବର୍ତ୍ତମାନ କେବଳ ହତ୍ୟା ମାମଲା ରୁଜୁ ହୋଇଛି। ବ୍ୟବଚ୍ଛେଦ ରିପୋର୍ଟ ଆସିବା ପରେ ଦୁଷ୍କର୍ମ ହୋଇଥିଲେ ପୋକ୍ସୋ ଆକ୍ଟ ଅନୁଯାୟୀ ମାମଲା ରୁଜୁ କରାଯିବ।

Murder Tamilnadu
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe