Advertisment

ଡାକ୍ତର ଲି ଓ୍ୱେନଲିଆଙ୍ଗଙ୍କ ପରିବାରକୁ କ୍ଷମା ମାଗିଲେ ଚାଇନା ସରକାର

ବେଜିଂ: କରୋନା ବାବଦରେ ପ୍ରଥମେ ସୂଚନା ଦେଇଥିବା ଡାକ୍ତର ଲି ଓ୍ୱେନଲିଆଙ୍ଗଙ୍କ ପରିବାରକୁ କ୍ଷମା ମାଗିଛି ଚାଇନା। ସେ ପ୍ରଥମେ କରୋନା ଭାଇରସ ବାବଦରେ ସୂଚନା ଦେଇଥିଲେ। ଏହାପରେ ଗୁଜବ ପ୍ରଚାର କରୁଥିବା ଅଭିଯୋଗରେ ଚୀନ ସରକାର ତାଙ୍କୁ ବହିଷ୍କୃତ କରିଥିଲେ। ପରେ କରୋନାରେ ମୃତ୍ୟୁ ବରଣ କରିଥିଲେ ଡାକ୍ତର ଲି ଓ୍ୱେନଲିଆଙ୍ଗ। ଚାଇନାର ଶାସକ ଦଳ କମ୍ୟୁନିଷ୍ଟ ପାର୍ଟି ଡାକ୍ତରଙ୍କ ବିରୋଧରେ ନିଆଯାଇଥିବା ନିଷ୍ପତ୍ତି ତ୍ରୁଟିପୂର୍ଣ୍ଣ କହିବା ସହିତ କ୍ଷମା ମାଗିଛି। ଯେଉଁ ଦୁଇ ପୁଲିସ […]

ଅଦ୍ୟତନ ହୋଇଛି
ଡାକ୍ତର ଲି ଓ୍ୱେନଲିଆଙ୍ଗଙ୍କ ପରିବାରକୁ କ୍ଷମା ମାଗିଲେ ଚାଇନା ସରକାର

Li_Wenliang_coronavirus_doctor

Advertisment

ବେଜିଂ: କରୋନା ବାବଦରେ ପ୍ରଥମେ ସୂଚନା ଦେଇଥିବା ଡାକ୍ତର ଲି ଓ୍ୱେନଲିଆଙ୍ଗଙ୍କ ପରିବାରକୁ କ୍ଷମା ମାଗିଛି ଚାଇନା। ସେ ପ୍ରଥମେ କରୋନା ଭାଇରସ ବାବଦରେ ସୂଚନା ଦେଇଥିଲେ। ଏହାପରେ ଗୁଜବ ପ୍ରଚାର କରୁଥିବା ଅଭିଯୋଗରେ ଚୀନ ସରକାର ତାଙ୍କୁ ବହିଷ୍କୃତ କରିଥିଲେ। ପରେ କରୋନାରେ ମୃତ୍ୟୁ ବରଣ କରିଥିଲେ ଡାକ୍ତର ଲି ଓ୍ୱେନଲିଆଙ୍ଗ। ଚାଇନାର ଶାସକ ଦଳ କମ୍ୟୁନିଷ୍ଟ ପାର୍ଟି ଡାକ୍ତରଙ୍କ ବିରୋଧରେ ନିଆଯାଇଥିବା ନିଷ୍ପତ୍ତି ତ୍ରୁଟିପୂର୍ଣ୍ଣ କହିବା ସହିତ କ୍ଷମା ମାଗିଛି।

Advertisment

ଯେଉଁ ଦୁଇ ପୁଲିସ ଅଧିକାରୀ ଡାକ୍ତର ଲି ଓ୍ୱେନଲିଆଙ୍ଗକୁ ଜେରା କରିଥିଲେ ସେମାନଙ୍କ ବିରୋଧରେ ଚୀନ ସରକାର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛନ୍ତି।

ଏବେ ମୃତ ଡାକ୍ତରଙ୍କ ପରିବାରକୁ ଆର୍ଥିକ ସହାୟତା ଯୋଗାଇବା ସହିତ ଶେଷକୃତ୍ୟ ପାଇଁ ଆର୍ଥିକ ସହାୟତା ଯୋଗାଇ ଦେଇଛି ଚୀନ ସରକାର। ଚୀନରେ ଏଯାବତ ୮୧,୦୦୮ ଜଣ ଆକ୍ରାନ୍ତ ହୋଇଥିବା ବେଳେ ୩,୨୫୫ ଜଣଙ୍କର ମୃତ୍ୟୁ ଘଟିଛି। ହେଲେ ଶୁକ୍ରବାର ପାଖରୁ ଚୀନରେ ଏଯାବତ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ ହୋଇ ନାହାନ୍ତି।

Advertisment

ଡାକ୍ତର ଲିଙ୍କ ମୃତ୍ୟୁ ପରେ ଚାଇନାର ନାଗରିକ ମାନେ ସରକାରଙ୍କ ଉପରେ ଅସନ୍ତୋଷ ପ୍ରକାଶ କରିଥିଲେ। କରୋନାର ଉତ୍ପତ୍ତୀ ସ୍ଥଳ କୁହାଯାଉଥିବା ଉହାନର ସେଣ୍ଟ୍ରାଲ ହସ୍ପିଟାଲରେ ଡାକ୍ତର ଲି ୱେନ୍‌ଲିଆଙ୍ଗ୍‌ ନିୟୋଜିତ ଥିଲେ। ଡାକ୍ତର ଲି ୱେନ୍‌ଲିଆଙ୍ଗ୍‌ କରୋନା ବାବଦରେ ପ୍ରଥମେ ଡିସେମ୍ୱର ୩୦ରେ ତାଙ୍କର ସାଙ୍ଗକୁ ଚାଇନାର ସୋଶାଲ ମିଡିଆ କମ୍ପାନୀ ଉଈ ଚାଟ୍ (WE CHAT) ଜରିଆରେ ମେସେଜ କରି କହିଥିଲେ। ଏହାପରେ ସେହି ମେସେଜର ସ୍କ୍ରିନଶଟ୍ ସୋଶାଲ ମିଡିଆରେ ଭାଇରାଲ ହୋଇଥିଲା। ଏହାପରେ ଚୀନ ସରକାର ଡାକ୍ତର ଲି ୱେନ୍‌ଲିଆଙ୍ଗ୍‌ ଗୁଜବ ଖବର ପ୍ରଚାର କରୁଥିବା ଅଭିଯୋଗରେ ତାଙ୍କୁ ବହିସ୍କାର କରିଥିଲେ।

କିଛି ଲୋକ SARS ପରି ସଂକ୍ରମଣରେ ପୀଡ଼ିତ ଓ ସେମାନଙ୍କୁ ହସ୍ପିଟାଲର ପୃଥକ ପୃଥକ ୱାର୍ଡରେ ରଖାଯାଇଥିବା କଥା ସେ ସୋଶାଲ୍‌ ମିଡିଆରେ ସହଯୋଗୀ ଡାକ୍ତରଙ୍କୁ କହିଥିଲେ। ଏହି ସୂଚନା ପାଇଁ ଲିଙ୍କ ସମେତ ୮ ଜଣଙ୍କୁ ଗୁଜବ ପ୍ରଚାର କରୁଥିବା ଅଭିଯୋଗରେ ପୁଲିସ୍‌ ସେମାନଙ୍କୁ ସମନ କରିଥିଲା।

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe