Advertisment

WHOରୁ ଆମେରିକା ଓହରିବା ନିଷ୍ପତ୍ତିକୁ ନେଇ କ’ଣ କହିଲା ଚୀନ୍?

ବେଜିଂ: ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ (WHO)ରୁ ଓହରିବ ବୋଲି ଆମେରିକା ନିଷ୍ପତ୍ତି ନେଇଛି। ଏହାକୁ ସମାଲୋଚନା କରିଛି ଚୀନ୍। ଆମେରିକାର ଏହି ନିଷ୍ପତ୍ତି ବିକାଶଶୀଳ ଦେଶ ଉପରେ ବହୁତ ଖରାପ ପ୍ରଭାବ ପକାଇବ ବୋଲି ବେଜିଂ ସରକାର କହିଛି। ଚୀନ୍ ବୈଦେଶିକ ମନ୍ତ୍ରାଳୟର ମୁଖପାତ୍ର ଝାଔ ଲିଜିୟୱ ଏକ ପ୍ରସଙ୍ଗରେ ପ୍ରେସ କନଫରେନସ କରିବା ବେଳେ ଏହା କହିଛନ୍ତି। କରୋନା ମୁକାବିଲା ନେଇ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ WHOକୁ ସମାଲୋଚନା କରିଥିଲେ। ଏମିତିକି WHO ଚୀନ […]

author-image
Subhransu Sekhar
ଅଦ୍ୟତନ ହୋଇଛି
କରୋନା ସ୍ଥିତି ଅନୁଧ୍ୟାନ ପାଇଁ ଚୀନ୍ ଯିବ WHO

china who

ବେଜିଂ: ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ (WHO)ରୁ ଓହରିବ ବୋଲି ଆମେରିକା ନିଷ୍ପତ୍ତି ନେଇଛି। ଏହାକୁ ସମାଲୋଚନା କରିଛି ଚୀନ୍। ଆମେରିକାର ଏହି ନିଷ୍ପତ୍ତି ବିକାଶଶୀଳ ଦେଶ ଉପରେ ବହୁତ ଖରାପ ପ୍ରଭାବ ପକାଇବ ବୋଲି ବେଜିଂ ସରକାର କହିଛି। ଚୀନ୍ ବୈଦେଶିକ ମନ୍ତ୍ରାଳୟର ମୁଖପାତ୍ର ଝାଔ ଲିଜିୟୱ ଏକ ପ୍ରସଙ୍ଗରେ ପ୍ରେସ କନଫରେନସ କରିବା ବେଳେ ଏହା କହିଛନ୍ତି।

Advertisment

କରୋନା ମୁକାବିଲା ନେଇ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ WHOକୁ ସମାଲୋଚନା କରିଥିଲେ। ଏମିତିକି WHO ଚୀନ ପ୍ରୀତି ଦେଖାଉଥିବା ଅଭିଯୋଗ ଆଣି ଆମେରିକା ସରକାର WHOରୁ ଓହରିବ ବୋଲି କହିଥିଲେ। ଏହାପରେ ଚୀନ୍ WHO ପ୍ରତି ସମର୍ଥନ ଜୁଟାଇବାକୁ ବିଭିନ୍ନ ପ୍ରୟାସ କରିଛି।

WHOରୁ ଆମେରିକା ଓହରିବ ବୋଲି ମଙ୍ଗଳବାର ଟ୍ରମ୍ପ ସରକାର ଚୂଡ଼ାନ୍ତ ନିଷ୍ପତ୍ତି ଶୁଣାଇଛନ୍ତି। ତେବେ ଜୁଲାଇ ୬, ୨୦୨୧ ପରେ ଆମେରିକା ସରକାର WHOରୁ ଓହରିବ ବୋଲି ଘୋଷଣା କରିଛି। ଏଥିପାଇଁ ବର୍ଷିକିଆ ନୋଟିସ ପିରିଅଡ ଦେଇଛି ଟ୍ରମ୍ପ ସରକାର।

Advertisment

କରୋନା ମହାମାରୀକୁ ନେଇ ନିକଟରେ WHO ବିଭିନ୍ନ ଦେଶକୁ ଅନୁଦାନ ଦେଇଥିଲା। ଆମେରିକା ଅଧିକ ଟଙ୍କା WHOକୁ ଦେଉଥିବା ସତ୍ତ୍ୱେ ଚୀନର ଦବଦବାକୁ ନେଇ ଟ୍ରମ୍ପ ପ୍ରଶ୍ନ ଉଠାଇଥିଲେ। ଏମିତିକି WHO ମୁଖ୍ୟ ଚୀନ ରାଷ୍ଟ୍ରପତିଙ୍କ ମୁଖପାତ୍ର ସାଜିଛନ୍ତି ବୋଲି ଟ୍ରମ୍ପ ଅଭିଯୋଗ ଆଣିଥିଲେ। ହେଲେ WHO ପକ୍ଷରୁ ରାଷ୍ଟ୍ରପତିଙ୍କ ଅଭିଯୋଗକୁ ଖଣ୍ଡନ କରାଯାଇଛି।

WHO