/odisha-reporter/media/post_attachments/uploads/2020/09/pubg.jpg)
pubg
ନୂଆଦିଲ୍ଲୀ: ଚାଇନା ଆପ୍ ବିରୋଧରେ ପୁଣି ବଡ଼ ନିଷ୍ପତ୍ତି ନେଇଛି ଭାରତ। PUBG MOBILE ସମେତ ମୋଟ ୧୧୮ଟି ଆପ୍କୁ ବ୍ୟାନ୍ କରାଯାଇଛି। ସୂଚନାଯୋଗ୍ୟ ଯେ, ଗତ ୨୯-୩୦ ରାତିରେ ଚାଇନା ପୁଣିଥରେ ଏଲଏସିରେ ତିକ୍ତତା ସୃଷ୍ଟି ପାଇଁ ପ୍ରୟାସ କରିଛି। ଏହାପରେ ଦ୍ୱିପାକ୍ଷିକ ଆଲୋଚନା ଲଗାତାର ଜାରି ରହିଛି।
ଇଲେକ୍ଟ୍ରୋନିକ୍ସ ଆଣ୍ଡ ଇନଫର୍ମେସନ୍ ଟେକ୍ନୋଲୋଜି ମନ୍ତ୍ରଣାଳୟ କହିବା ଅନୁଯାୟୀ, ଏହି ମୋବାଇଲ ଗେମ୍କୁ ସୂଚନା ପ୍ରଯୁକ୍ତିବିଦ୍ୟା ଆଇନର ୬୯ଏ ଅଧୀନରେ ବ୍ୟାନ୍ କରାଯାଇଛି। ଏହାର କାରଣ ସ୍ୱରୂପ କୁହାଯାଇଛି, “ଏହି ଗେମ୍ ଏଭଳି କିଛି କାର୍ଯ୍ୟକଳାପରେ ଜଡ଼ିତ ଥିଲା ଯାହା ଭାରତର ସାର୍ବଭୌମତା, ଅଖଣ୍ଡତା, ପ୍ରତିରକ୍ଷା, ସୁରକ୍ଷା ଏବଂ ଜନ ଶୃଙ୍ଖଳା ପ୍ରତି ହାନିକାରଣ ଥିଲା।। ”
ପୂର୍ବରୁ ଲଦାଖ ସୀମାରେ ଭାରତ ସହ ତିକ୍ତତା ସୃଷ୍ଟି କରିବା ଚାଇନାକୁ ଜବାବ ଦିଆଯାଇଥିଲା। ଟିକଟକ, ହ୍ୟାଲୋ ଓ ୟୁସି ବ୍ରାଉଜର ଭଳି ୫୯ଟି ଚାଇନିଜ ଆପକୁ ଆଜି ଭାରତ ସରକାର ଦେଶରେ ଅସିଦ୍ଧ ଘୋଷଣା କରିଥିଲେ। ଏହାବାଦ ଶେୟାର ଇଟ୍, ଲଇକି, ଭାଇରସ କ୍ଲିନର, ଜେଣ୍ଡର ଓ ବିୟୁଟି ପ୍ଲସ ଭଳି ଆପ୍ ମଧ୍ୟ ବ୍ୟାନ୍ ହୋଇଥିଲା। ଏହାକୁ ଡିଜିଟାଲ ଷ୍ଟ୍ରାଇକ୍ କୁହାଯାଉଥିଲା।
ଏହି ଆପ୍ସବୁ ଜରିଆରେ ଚାଇନିଜ କମ୍ପାନୀଗୁଡ଼ିକ ଭାରତୀୟଙ୍କ ତଥ୍ୟ ଚୋରି କରୁଥିବାରୁ ଭାରତ ସରକାର ଏଭଳି ପଦକ୍ଷେପ ଗ୍ରହଣ କରିଥିବା କହିଥିଲେ। ଟିକଟକରେ ଚାଇନିଜ ଆପ୍ ହୋଇଥିଲେ ହେଁ ଭାରତରେ ସର୍ବାଧିକ ଲୋକ ଏହାକୁ ଡାଉନଲୋଡ କରିଥିଲେ। ଦ୍ୱିତୀୟରେ ଚାଇନା ଥିବା ବେଳେ ତୃତୀୟରେ ଆମେରିକା ରହିଥିଲା।
ଆପଗୁଡ଼ିକ ଜରିଆରେ ଚାଇନା କୋଟିକୋଟି ଟଙ୍କା ଭାରତରୁ ଆୟ କରୁଥିଲା। ବିଶେଷ କରି ଯୁବଗୋଷ୍ଠୀ ଟିକଟକ ପ୍ରେମରେ ପଡ଼ିଥିଲେ। ଛୋଟ ପିଲାଠାରୁ ବୁଡ଼ା ପର୍ଯ୍ୟନ୍ତ ଟିକଟକ ବ୍ୟବହାର କରୁଥିଲେ।
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
