Advertisment

ବେଆଇନ୍ ଆପରେ ଲୋନ୍ ଦେବା ମାମଲା, ମୁଖ୍ୟ କାର୍ପଟଦାର ଗିରଫ୍

ହାଇଦ୍ରାବାଦ: ମୋବାଇଲ ଆପ୍ ଜରିଆରେ ବେଆଇନ୍ ଭାବରେ ଲୋନ୍ ଦେବା ମାମଲାରେ ଗିରଫ ସଂଖ୍ୟା ବୃଦ୍ଧି ହୋଇଛି। ଏହି ମାମଲାରେ ଦିଲ୍ଲୀ ବିମାନବନ୍ଦରରୁ ଚାଇନାର ଆଉ ଜଣେ ନାଗରିକ ଗିରଫ ହୋଇଛନ୍ତି। ବୁଧବାର ଚାଇନାର ଏହି ନାଗରିକ ଝୁ ଓ୍ୱେଇ ଓରଫ୍ ଲମ୍ୱୋ (୨୭)କୁ ଗିରଫ କରିଥିଲା। ଭାରତରେ ବେଆଇନ୍ ଲୋନ୍ ଆପକୁ ସକ୍ରିୟ କରିବା ପଛରେ ଲମ୍ୱୋ ମାଷ୍ଟର ମାଇଣ୍ଡ ବୋଲି ପୁଲିସ କହିଛି। ଲମ୍ୱୋର ସାଙ୍ଗ ଭାରତୀୟ ନାଗରିକ ନାଗରାଜୁକୁ ମଧ୍ୟ ପୁଲିସ ଗିରଫ […]

ଅଦ୍ୟତନ ହୋଇଛି
ଲୋନ୍ ଆପ୍ ସ୍କାମ୍: ଭାରତୀୟ ପ୍ରେମିକା ପାଇଁ ଧରାପଡ଼ିଲା ଚାଇନା ଠକ

china-on-bad-lone-appp

Advertisment

ହାଇଦ୍ରାବାଦ: ମୋବାଇଲ ଆପ୍ ଜରିଆରେ ବେଆଇନ୍ ଭାବରେ ଲୋନ୍ ଦେବା ମାମଲାରେ ଗିରଫ ସଂଖ୍ୟା ବୃଦ୍ଧି ହୋଇଛି। ଏହି ମାମଲାରେ ଦିଲ୍ଲୀ ବିମାନବନ୍ଦରରୁ ଚାଇନାର ଆଉ ଜଣେ ନାଗରିକ ଗିରଫ ହୋଇଛନ୍ତି। ବୁଧବାର ଚାଇନାର ଏହି ନାଗରିକ ଝୁ ଓ୍ୱେଇ ଓରଫ୍ ଲମ୍ୱୋ (୨୭)କୁ ଗିରଫ କରିଥିଲା। ଭାରତରେ ବେଆଇନ୍ ଲୋନ୍ ଆପକୁ ସକ୍ରିୟ କରିବା ପଛରେ ଲମ୍ୱୋ ମାଷ୍ଟର ମାଇଣ୍ଡ ବୋଲି ପୁଲିସ କହିଛି। ଲମ୍ୱୋର ସାଙ୍ଗ ଭାରତୀୟ ନାଗରିକ ନାଗରାଜୁକୁ ମଧ୍ୟ ପୁଲିସ ଗିରଫ କରିଥିବା ସୂଚନା ରହିଛି।

Advertisment

ହାଇଦ୍ରାବାଦରେ ଅଧିକାଂଶ ବ୍ୟକ୍ତି ଏହି ବେଆଇନ୍ ଲୋନ୍ ଆପ ଜରିଆରେ ଋଣ ନେଇ ଆତ୍ମହତ୍ୟା କରିବା ପରେ ପୁଲିସ ଖୋଳତାଡ କରିଥିଲା। ପରେ ଜଣାପଡ଼ିଥିଲା ଏହି ଲୋନ୍ ଆପ୍ ଆରବିଆଇ ନିୟମକୁ ଉଲ୍ଲଂଘନ କରୁଛି। ଏଥିସହ ବେଆଇନ୍ ସୁଧ ଆଦାୟ କରୁଛି। ପୁଲିସ ଏହି ମାମଲାରେ ଦୁଇ ଜଣଙ୍କୁ ଗିରଫ୍ କରିବା ପରେ ଲମ୍ୱୋ ବାବଦରେ ସୂଚନା ମିଳିଥିଲା।

ହେଲେ ପୁଲିସ ଏମାନଙ୍କୁ ଗିରଫ କରିବା ପରେ  ଲମ୍ୱୋ ନିଖୋଜ ହୋଇଯାଇଥିଲା। ହେଲେ ଦିଲ୍ଲୀ ବିମାନ ବନ୍ଦର ପାଖରେ ଲମ୍ୱୋ ପହଞ୍ଚିବା ପରେ ପୁଲିସ ପୂର୍ବ ଯୋଜନାମୁତାବିକ ତାକୁ ଗିରଫ କରିଥିଲା। ଜେରା ବେଳେ ଲମ୍ୱୋ ଲୋନ୍ ଆପ ବାବଦରେ କିଛି ଜାଣିନଥିବା କହିଥିଲା। ହେଲେ ପୁଲିସ ତା ପାଖରେ ଥିବା ଲାପଟପ୍ ଖୋଲିବା ପରେ ସମସ୍ତ କଥା ସାମ୍ନାକୁ ଆସିଥିଲା।

Advertisment

ହାଇଦ୍ରାବାଦ ପୁଲିସର ଜଣେ ବରିଷ୍ଠ ଅଧିକାରୀ କହିଛନ୍ତି ଯେ ଲମ୍ବୋ ସାତୋଟି କଲ ସେଣ୍ଟର ଚାରୋଟି କମ୍ପାନୀ ଅଧିନରେ ଖୋଲିଥିଲା। ଆଉ ସେ ହିଁ କମ୍ପାନୀ ଚଳାଉଥିଲା। ଏହି କମ୍ପାନୀର କଲ ସେଣ୍ଟର ଗୁରୁଗ୍ରାମ, ବେଙ୍ଗାଲୁରୁ ଏବଂ ହାଇଦ୍ରାବାଦରେ ରହିଛି। ଏହି କଲ୍ ସେଣ୍ଟର ଆପ୍ ଜରିଆରେ ଲୋନ୍ ଦେଉଥିଲା ବୋଲି ଜଣାପଡ଼ିଛି।

ପୁଲିସ ତଦନ୍ତ କରି ଜାଣିବାକୁ ପାଇଛି ଯେ ୧.୪ କୋଟି ଥର ଟ୍ରାଞ୍ଜାକସନରେ ୨୧,୦୦୦ କୋଟି ଟଙ୍କାର ନେଣଦେଣ ହୋଇଛି। ପେମେଣ୍ଟ ଗେଟୱେ ଏବଂ ବ୍ୟାଙ୍କ ଆକାଉଣ୍ଟ ଜରିଆରେ ଏହି କାରବାର ହୋଇଛି। ବିଟକଏନ୍ ମାଧ୍ୟମରେ ବହୁ ଅନ୍ତର୍ଜାତୀୟ କାରବାର ହୋଇଛି।

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe