Advertisment

ଉହାନ ଲ୍ୟାବରୁ ତିଆରି ହୋଇଛି କରୋନା ଭାଇରସ, ଏହାର ପ୍ରମାଣ ଅଛି: ଚୀନ୍ ବିଶେଷଜ୍ଞ

ନୂଆଦିଲ୍ଲୀ: ଦଶ ମାସରୁ ଅଧିକ ସମୟ ହେବ ସାରା ବିଶ୍ୱରେ ସାରା ବିଶ୍ୱରେ କରୋନା ଭାଇରସ୍ ବିସ୍ତାର କରିଛି। ହେଲେ ଏଯାଏ ପ୍ରମାଣ ମିଳିନି କରୋନା ଭାଇରସ କେଉଁଠୁ ବ୍ୟାପିଛି। କିଛି ବିଶେଷଜ୍ଞ ଓ ଡାକ୍ତର କିନ୍ତୁ ଆକଳନ କରିଛନ୍ତି ଏହି ଭାଇରସ ମନୁଷ୍ୟକୃତ। ଚୀନର ଉହାନରେ ଥିବା ଲ୍ୟାବ ପାଖରେ ଥିବା ମାଂସ ବଜାରରୁ ଏହି ଘାତକ ଭାଇରସ ବ୍ୟାପିଛି। ହେଲେ ଏଯାଏ ଏହାର କୌଣସି ପ୍ରମାଣ ମିଳିନି। ଚୀନ୍ ମଧ୍ୟ ଏଭଳି ଅଭିଯୋଗକୁ ଖଣ୍ଡନ […]

author-image
Subhransu Sekhar
ଅଦ୍ୟତନ ହୋଇଛି
ପୁଣି ଜଣେ ମନ୍ତ୍ରୀଙ୍କୁ କରୋନା

CORONA-11-(1)

ନୂଆଦିଲ୍ଲୀ: ଦଶ ମାସରୁ ଅଧିକ ସମୟ ହେବ ସାରା ବିଶ୍ୱରେ ସାରା ବିଶ୍ୱରେ କରୋନା ଭାଇରସ୍ ବିସ୍ତାର କରିଛି। ହେଲେ ଏଯାଏ ପ୍ରମାଣ ମିଳିନି କରୋନା ଭାଇରସ କେଉଁଠୁ ବ୍ୟାପିଛି। କିଛି ବିଶେଷଜ୍ଞ ଓ ଡାକ୍ତର କିନ୍ତୁ ଆକଳନ କରିଛନ୍ତି ଏହି ଭାଇରସ ମନୁଷ୍ୟକୃତ। ଚୀନର ଉହାନରେ ଥିବା ଲ୍ୟାବ ପାଖରେ ଥିବା ମାଂସ ବଜାରରୁ ଏହି ଘାତକ ଭାଇରସ ବ୍ୟାପିଛି। ହେଲେ ଏଯାଏ ଏହାର କୌଣସି ପ୍ରମାଣ ମିଳିନି। ଚୀନ୍ ମଧ୍ୟ ଏଭଳି ଅଭିଯୋଗକୁ ଖଣ୍ଡନ କରି ଆସୁଛି।

Advertisment

ଏବେ ଚୀନର ଜଣେ ଭାଇରୋଲୋଜିଷ୍ଟ ତଥା ହ୍ୱସିଲବ୍ଲୋର ଲି-ମେଙ୍ଗ ୟାନ୍ ସାମନ ଦାବି କରିଛନ୍ତି। ସେ କହିଛନ୍ତି କରୋନା ଭାଇରସ୍ ଉହାନର ଏକ ସରକାରୀ ନିୟନ୍ତ୍ରିତ ଲାବୋରେଟୋରୀରେ ତିଆରି ହୋଇଛି। ପ୍ରମାଣ କରିବା ପାଇଁ ସମସ୍ତ ସାଇଣ୍ଟିଫିକ୍ ତଥ୍ୟ ରହିଛି।

ଲି-ମେଙ୍ଗ ଏବେ ଆମେରିକାରେ ଅଛନ୍ତି। ଜୀବନ ପ୍ରତି ବିପଦ ରହିଥିବା ଆଶଙ୍କା କରି ସେ ଚଳିତ ବର୍ଷ ଆରମ୍ଭରେ ହଂକଂ ଛାଡି ପଳାଇଥିଲେ। ସୁରକ୍ଷା ଦୃଷ୍ଟିରୁ ସେ ଏବେ ଆମେରିକାରେ ଲୁଚି ରହିଛନ୍ତି।

Advertisment

ଚୀନ୍ ଏହାକୁ ସର୍ବସାଧାରଣରେ ସ୍ୱୀକାର କରିବା ପୂର୍ବରୁ ସତ ଘୋଡ଼ାଇବା ପାଇଁ ସମସ୍ତ ପ୍ରସ୍ତୁତି କରୁଛି।

ହଂକଂ ସ୍କୁଲ ଅଫ୍ ପବ୍ଲିକ୍ ହେଲଥର ଭାଇରୋଲୋଜି ଏବଂ ଇମ୍ୟୁନୋଲୋଜିରେ ବିଶେଷଜ୍ଞ ହେଉଛନ୍ତି ଲି-ମେଙ୍ଗ।

ସାରା ବିଶ୍ୱରେ କରୋନା ଭାଇରସକୁ ଯେଉଁମାନେ ପ୍ରଥମେ ଗବେଷଣା କରିଛନ୍ତି ସେମାନଙ୍କ ମଧ୍ୟରେ ଲି-ମେଙ୍ଗ ଅନ୍ୟତମ। ଡିସେମ୍ବର 2019 ଶେଷରେ ଚାଇନାର ଉହାନ ସହରରୁ ଏହି ଭାଇରସ ବ୍ୟାପିଛି।