Advertisment

ଚିରାଗ ପାଶ୍ୱାନଙ୍କୁ ଡାକିଲା ଏନଡିଏ, ବିରୋଧ କଲା ଜେଡିୟୁ

ନୂଆଦିଲ୍ଲୀ: ବିଜେପି ନେତୃତ୍ୱାଧୀନ ଏନଡିଏରେ ଫାଟ ସୃଷ୍ଟି ହେବାର ଆଶଙ୍କା ପ୍ରକାଶ ପାଇଛି। ବଜେଟ ଅଧିବେଶନର ଏଜେଣ୍ଡା ବିଷୟରେ ଆଲୋଚନା କରିବାକୁ ଏନଡିଏ ଆଜି ବୈଠକ କରିଥିଲା। ଏଥିପାଇଁ ଏନଡିଏ ପକ୍ଷରୁ ଏଲଜେପିର ଚିରାଗ ପାଶ୍ୱାନଙ୍କୁ ମଧ୍ୟ ନିମନ୍ତ୍ରଣ କରାଯାଇଥିଲା। ତେବେ ଏହାକୁ ବିଜେପିର ବିହାର ସହଯୋଗୀ ଜେଡିୟୁ ଏହାକୁ ବିରୋଧ କରିଛି। ଏପରି କି ଚିରାଗ ପାଶ୍ୱାନ ମଧ୍ୟ ବିବାଦ ଯୋଗୁ ସ୍ୱାସ୍ଥ୍ୟଗତ କାରଣ ଆଳରେ ଏନଡିଏ ବୈଠକରେ ଯୋଗଦେଇ ନାହାନ୍ତି। କେବଳ ଏନଡିଏ ବୈଠକ […]

ଚିରାଗ ପାଶ୍ୱାନଙ୍କୁ ଡାକିଲା ଏନଡିଏ, ବିରୋଧ କଲା ଜେଡିୟୁ

yu

Advertisment

ନୂଆଦିଲ୍ଲୀ: ବିଜେପି ନେତୃତ୍ୱାଧୀନ ଏନଡିଏରେ ଫାଟ ସୃଷ୍ଟି ହେବାର ଆଶଙ୍କା ପ୍ରକାଶ ପାଇଛି। ବଜେଟ ଅଧିବେଶନର ଏଜେଣ୍ଡା ବିଷୟରେ ଆଲୋଚନା କରିବାକୁ ଏନଡିଏ ଆଜି ବୈଠକ କରିଥିଲା। ଏଥିପାଇଁ ଏନଡିଏ ପକ୍ଷରୁ ଏଲଜେପିର ଚିରାଗ ପାଶ୍ୱାନଙ୍କୁ ମଧ୍ୟ ନିମନ୍ତ୍ରଣ କରାଯାଇଥିଲା। ତେବେ ଏହାକୁ ବିଜେପିର ବିହାର ସହଯୋଗୀ ଜେଡିୟୁ ଏହାକୁ ବିରୋଧ କରିଛି।

Advertisment

ଏପରି କି ଚିରାଗ ପାଶ୍ୱାନ ମଧ୍ୟ ବିବାଦ ଯୋଗୁ ସ୍ୱାସ୍ଥ୍ୟଗତ କାରଣ ଆଳରେ ଏନଡିଏ ବୈଠକରେ ଯୋଗଦେଇ ନାହାନ୍ତି। କେବଳ ଏନଡିଏ ବୈଠକ ନୁହେଁ ପାଶ୍ୱାନ ସର୍ବଦଳୀୟ ବୈଠକରେ ମଧ୍ୟ ସାମିଲ ହୋଇନାହାନ୍ତି। ସଂସଦୀୟ ବ୍ୟାପାର ମନ୍ତ୍ରୀ ପ୍ରହ୍ଲାଦ ଯୋଶୀ ବୈଠକରେ ଯୋଗଦେବାକୁ ପାଶ୍ୱାନଙ୍କୁ ନିମନ୍ତ୍ରଣ କରିବା ପରେ ବିବାଦ ସୃଷ୍ଟି ହୋଇଛି।

ଜେଡିୟୁ ମୁଖପାତ୍ର କେସି ତ୍ୟାଗୀ କହିଛନ୍ତି, ଆମ ଦଳ ସର୍ବଦା ଏଲଜେପି ବିରୋଧରେ ରହିଛି। ଆମେ କେବେ ହେଲେ ପାଶ୍ୱାନଙ୍କ ଦଳକୁ ଏନଡିଏର ଅଂଶ ବିଶେଷ ଭାବେ ବିବେଚନା କରୁନାହୁଁ। ବିହାର ବିଧାନସଭା ନିର୍ବାଚନ ବେଳେ ଏନଡିଏର ପ୍ରାର୍ଥୀଙ୍କ ବିରୋଧରେ ଏଲଜେପି ପ୍ରାର୍ଥୀ ଦେଇଥିଲା।

Advertisment

କେବଳ ଜେଡିୟୁ ନୁହେଁ ପାଶ୍ୱାନଙ୍କ ଦଳ ବିଜେପି, ଭିଆଇପି ଓ ହାମ୍‌ ବିରୋଧରେ ମଧ୍ୟ ଲଢ଼େଇ କରିଥିଲା। ଏଥିଯୋଗୁ ଏନଡିଏକୁ ଅନେକ କ୍ଷତି ସହିବାକୁ ପଡ଼ିଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ନିଜେ ମଧ୍ୟ କହିଥିଲେ ଯେ ବିହାରରେ ଏନଡିଏ ମୁଖ୍ୟମନ୍ତ୍ରୀ ନୀତୀଶ କୁମାରଙ୍କ ନେତୃତ୍ୱରେ କାର୍ଯ୍ୟ କରିବ।

ଏନଡିଏରେ ବିଜେପି ଓ ଜେଡିୟୁ ସହ ହାମ ଏବଂ ଭିଆଇପି ମଧ୍ୟ ରହିଛନ୍ତି। ତେଣୁ ଆମେ ଏଲଜେପିକୁ ଏନଡିଏର ଅଂଶ ବିଶେଷ ଭାବେ ବିଚାର କରୁନୁ ବୋଲି ସେ କହିଛନ୍ତି। କେବଳ ଜେଡିୟୁ ନୁହେଁ ପୂର୍ବତନ ମୁଖ୍ୟମନ୍ତ୍ରୀ ଜିତେନ ରାମ ମାନଝୀଙ୍କ ଦଳ ମଧ୍ୟ ପାଶ୍ୱାନଙ୍କ ନିମନ୍ତ୍ରଣକୁ ବିରୋଧ କରିଛି।

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe