କାଠମାଣ୍ଡୁ: ନେପାଳର ପାର୍ବତ୍ୟ ଅଞ୍ଚଳରେ ଶନିବାର ଏକ ଭୟଙ୍କର ହେଲିକପ୍ଟର ଦୁର୍ଘଟଣା ଘଟିଛି।
ହେଲିକପ୍ଟରଟିରେ ପାଇଲଟ୍ଙ୍କୁ ମିଶାଇ ମୋଟ୍ ୭ ଜଣ ବ୍ୟକ୍ତି ଥିଲେ। ଦୁର୍ଘଟଣା ପରେ ହେଲିକପ୍ଟରଟି ସଂପୂର୍ଣ୍ଣ ଭାବେ ଧ୍ୱଂସ ପାଇଯାଇଛି।
କିନ୍ତୁ ଏଯାଏ ଏହା ମଧ୍ୟରେ ଥିବା ବ୍ୟକ୍ତିବିଶେଷଙ୍କର କୌଣସି ପତ୍ତା ମିଳିନାହିଁ। ଜଙ୍ଗଲ ଓ ପାହାଡ଼ିଆ ଅଞ୍ଚଳରେ ଦୁର୍ଘଟଣା ଘଟିଥିବାରୁ ଉଦ୍ଧାର କାର୍ଯ୍ୟରେ ବିଳମ୍ବ ହେଉଥିବା ଜଣାପଡ଼ିଛି।
ଜଣେ ଜାପାନୀ ପର୍ବତ ଆରୋହଣକାରୀଙ୍କ ସମେତ ୬ ଜଣ ଯାତ୍ରୀଙ୍କୁ ନେଇ ହେଲିକପ୍ଟରଟି ଆଜି ଗୋରଖ ଅଞ୍ଚଳରୁ କାଠମାଣ୍ଡୁ ଅଭିମୁଖେ ଉଡ଼ାଣ ଆରମ୍ଭ କରିଥିଲା।
ଉଡ଼ାଣ ଆରମ୍ଭର କିଛି ସମୟ ମଧ୍ୟ ଏୟାର ଟ୍ରାଫିକ୍ କଣ୍ଟ୍ରୋଲ ରୁମ୍ ସହ ଏହାର ଯୋଗାଯୋଗ ବିଚ୍ଛିନ୍ନ ହୋଇଯାଇଥିଲା। ଏହାର କିଛି ସମୟ ପରେ ହେଲିକପ୍ଟରଟି ଦୁର୍ଘଟଣାଗ୍ରସ୍ତ ହୋଇଥିବାର ଖବର ମିଳିଛି।
ଦୁର୍ଘଟଣାସ୍ଥଳରେ ପୁଲିସ୍ ଓ ସେନା ପହଞ୍ଚି ସର୍ଚ୍ଚ ଅପରେସନ୍ ଆରମ୍ଭ କରିଥିବା କାଠମାଣ୍ଡୁରେ ଥିବା ତ୍ରିଭୁବନ୍ ଅନ୍ତର୍ଜାତୀୟ ବିମାନବନ୍ଦର ପକ୍ଷରୁ କୁହାଯାଇଛି।
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।
Related Stories

Crime
ରକ୍ତଭିଜା ମୃତଦେହ, କଣ୍ଡମ ଓ ଅପ୍ରତ୍ୟାଶିତ ଅତିଥି: କେମିତି ଟ୍ରିପଲ ମର୍ଡରର ଫର୍ଦ୍ଦାଫାସ କରିଥିଲା ପୁଲିସ?
ଘର ଭିତରେ ପୁଲିସ୍ ଯାଞ୍ଚ କରୁଥିବା ବେଳେ ଖୁସବୁଙ୍କ ବେଡରୁମ ଉପରେ ନଜର ପଡ଼ିଥିଲା। ସେଠାରୁ ପୁଲିସ୍କୁ ଗୋଟିଏ କଣ୍ଡମ ମିଳିଥିଲା।

National
ରନୟା ରାଓ ଗିରଫ ଘଟଣାରେ ଟ୍ୱିଷ୍ଟ: କେମିତି ସ୍ମଗଲିଂ ପାଇଁ ଦୁବାଇରେ ମିଳିଥିଲା ସୁନା?
ଅଭିନେତ୍ରୀ ଜଣଙ୍କ ସକ୍ରିୟ ଭାବେ ସ୍ମଗଲିଂରେ ସାମିଲ ଥିଲେ ନା ସେ ସୁନା ସ୍ମଗଲିଂ ରାକେଟର ମୋହରା ସାଜି ଭୁଲରେ ଗିରଫ ହୋଇଛନ୍ତି? ସ୍ମଗଲିଂ ରାକେଟ ସହ ଅନ୍ତର୍ଜାତୀୟ ଲିଙ୍କ ରହିଛି କି ନାହିଁ, ତା’ର ତଦନ୍ତ ମଧ୍ୟ ସିବିଆଇ କରୁଛି।

Crime
ଭୟଙ୍କର: କଲେଜ ଛାତ୍ରୀଙ୍କୁ ୧୬ ମାସ ଧରି ୭ ଜଣ କରୁଥିଲେ ଦୁଷ୍କର୍ମ
୭ ଅଭିଯୁକ୍ତଙ୍କ ମଧ୍ୟରୁ ଜଣେ ଯୁବତୀଙ୍କ ସହ ଇନଷ୍ଟାଗ୍ରାମରୁ ପରିଚିତ ହୋଇଥିଲା।

National
ସେହି ସତର ମିନିଟ୍, ୨୫ କୋଟିର ଗହଣା ନେଇ ପଳାଇଲେ ୬ ଲୁଟେରା
୬ ଲୁଟେରାଙ୍କ ମଧ୍ୟରୁ ୨ ଜଣଙ୍କୁ ଧରିବାରେ ସଫଳ ହୋଇଛି ପୁଲିସ।

National
ବିରାଟ ଆଉଟ ହେବାରୁ କ’ଣ ୧୪ ବର୍ଷୀୟ ଝିଅ ହାର୍ଟ ଆଟାକରେ ପ୍ରାଣ ହରାଇଲେ?
ଫାଇନାଲ ମ୍ୟାଚ୍ରେ ବିରାଟ କୋହଲି ମାତ୍ର ୧ ରନ କରି ଆଉଟ ହୋଇଯିବାରୁ ପ୍ରିୟାଂଶୀ ପୂରା ଭାଙ୍ଗି ପଡ଼ିଥିଲେ। ସେ ନିଜ ଦୁଃଖକୁ ସମ୍ଭାଳି ପାରି ନଥିଲେ। ତେଣୁ ସେ ଅଚେତ ହୋଇ ଯାଇଥିଲେ। ଏହାପରେ ହୃଦଘାତ ଯୋଗୁ ତାଙ୍କର ମୃତ୍ୟୁ ହୋଇଛି।